AC ରେ କରନ୍ତୁ ଏହି ପରିବର୍ତ୍ତନ,ଫିଙ୍ଗିବ ବରଫ ଭଳି ଥଣ୍ଡା ପବନ

0

Get real time updates directly on you device, subscribe now.

ନୂଆଦିଲ୍ଲୀ: ଗରମ ସିଜନ୍ ରେ ସାଧାରଣତଃ ଏସି କମ୍ ଥଣ୍ଡା ଦେଇଥାଏ ତେଣୁ ସମସ୍ୟା ସୃଷ୍ଟି ହୋଇଥାଏ|ଯେତେବେଳେ ଇଞ୍ଜିନିୟରକୁ ପଚରା ଯାଏ ତେବେ ବହୁ ଟଙ୍କା ମାଗିଥାଏ|ଆଜି ଆପଣଙ୍କୁ ଏଭଳି କିଛି ଉପାୟ କହିବି ଯାହା ଫଳରେ ଏସି ସାନନ୍ଦାର କୁଲିଙ୍ଗ କରିବ ଓ ସବୁ ସମସ୍ୟା ଦୂର ହେବ କିନ୍ତୁ ଏଥିପାଇଁ କିଛି ପରିବର୍ତ୍ତନ କରିବାକୁହେବ|

ଆଜି ମୁଁ ଆପଣଙ୍କୁ ଏପରି ପରିବର୍ତ୍ତନ ସମ୍ପର୍କରେ କହିବି ଯେଉଁ ପରିବର୍ତ୍ତନ ଫଳରେ ଆପଣଙ୍କ ଏସି ଜବରଦସ୍ତ କୁଲିଙ୍ଗ କରିବାକୁ ଲାଗିବ|ଏଥିପାଇଁ ଏସିର ଫିଲ୍ଟର ଦେଖିବାକୁ ହେବ|ଯଦି ଏସିର ଫିଲ୍ଟର ମଇଳା ହୋଇଥିବ ତେବେ ଏୟାର ଫ୍ଲୋ କମ୍ ହେବ|ଫଳରେ ଏସି କୁଲିଙ୍ଗ କମ ହେବ|

ଏହାପରେ ଆପଣଙ୍କୁ ଆଉଟଡୋର କରିବାକୁ ହେବ|ଏହା ଫଳରେ ମଧ୍ୟ ଏସିର ଥଣ୍ଡା କମି ଯାଏ|ସାଧାରଣତଃ ଆଉଟଡୋର କ୍ଲିନ ପାଇଁ ଲୋକମାନେ ଇଞ୍ଜିନିୟର ଡକାଇ‌ ଥାନ୍ତି|କିନ୍ତୁ ଏହାକୁ ଆପଣ ସହଜରେ ସଫା କରି ପାରିବେ|ଏହା ସହ ଏହାର ଖାସିୟତ ଏହା ଯେ ଆପଣ ଏହାକୁ ପାଣିରେ ମଧ୍ୟ ସଫା କରି ପାରିବେ|ଯଦି ଆଉଟଡୋର ଅଧିକ ଅପରିଷ୍କାର ତେଵେ ବ୍ରଶରେ ଆପଣ ଏହାର କଣ୍ଡିସନରକୁ କ୍ଲିନ କରି ପାରିବେ ଓ ଆପଣଙ୍କୁ କୈାଣସି ସମସ୍ୟା ବି ହେବନାହିଁ|ଏହା ଏସି ସର୍ଭିସରେ ଆସେ|

ଏହାପରେ ଗ୍ୟାସ କମ୍ ହେବା ସ୍ଥିତିରେ ମଧ୍ୟ ଏସି କୁଲିଙ୍ଗ କମ ହେବା ଆରମ୍ଭ କରେ|ଗ୍ୟାସ ଚେକ୍ କରିବା ପାଇଁ ଆପଣଙ୍କୁ ଇଞ୍ଜିନିୟର ସହ ଯୋଗାଯୋଗ କରିବାକୁହେବ|ଇଞ୍ଜିନିୟର ଗ୍ୟାସର ପରିମାଣ ବତାଇ ପାରିବ ସେ ଅନୁସାରେ ଆପଣ ଦେଇ ପାରିବେ|ଏହାସହ ଏଥିରେ କମ୍ପ୍ରେସର ଖରାପ ହେବାର ଆଶଙ୍କା ରହିଥାଏ|ଥରେ କମ୍ପ୍ରେସର ଖରାପ ହୋଇଗଲେ ଅଧିକ ଟଙ୍କା ଦେବାକୁ ପଡିବାରେ ଓ ଏସି ଡେଡ୍ ହୋଇପାରେ|

Leave A Reply

Your email address will not be published.