ଏସିଆ କପ: ହଙ୍ଗକଙ୍ଗ ଠାରୁ ଭାରତୀୟ ଦଳକୁ ରହିବାକୁ ହେବ ସାବଧାନ, ଏହି ଗୋଟିଏ ଭୁଲ ଚଖାଇ ଦେଇପାରେ ପରାଜୟର ସ୍ୱାଦ …

0

Get real time updates directly on you device, subscribe now.

ଭାରତ ବନାମ ହଙ୍ଗକଙ୍ଗ:-

ଏସିଆ କପର ଚତୁର୍ଥ ମ୍ୟାଚ ଆଜି ଭାରତ ଓ ହଙ୍ଗକଙ୍ଗ ଦଳ ମଧ୍ୟରେ ଖେଳାଯିବ। ଯେଉଁଥିରେ ଦୁଇ ଦଳକୁ ଜିତିବା ପାଇଁ ପରସ୍ପରକୁ କଡା ଟକ୍କର ଦେବେ। ୨୦୧୮ ମସିହାରେ ଏସିଆ କପର ଗୃପ ଏ ମ୍ୟାଚରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଶିଖର ଧାବନ ଶତକ କରିଥିଲେ। ସେତେବେଳେ ଭାରତ ରୋହିତ ଶର୍ମାଙ୍କ ଅଧିନାୟକତ୍ଵରେ ୭ୱିକେଟ ବିନିମୟରେ ୨୮୫ ରନ କରିଥିଲେ ଓ ଭରତୀୟ ଦଳ ୨୬ ରନରେ ମ୍ୟାଚ ଜିତି ନେଇଥିଲା।

ହଙ୍ଗକଙ୍ଗ ଠାରୁ ରହିବାକୁ ହେବ ସାବଧାନ:-

ହଙ୍ଗକଙ୍ଗର ବ୍ୟାଟ୍ସମ୍ୟାନ ନିଜାକତ ଖାନ ଓ ଅଧିନାୟକ ହୈନସୀ ରଥ କ୍ରମଶଃ ୯୨ ରନ ଓ ୭୩ ରନର ଇନିଙ୍ଗ୍ସ ଖେଳିଥିଲେ। ଏହାପରେ ଦଳ ଠିକସେ ଖେଳିପାରିଲା ନାହିଁ। ଯେଉଁ କାରଣରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଲା। ବୋଲର ଖଲିଲ ଅହମ୍ମଦ ଓ ଯୁଜୁବେନ୍ଦ୍ର ଚହଲ ୩-୩ ୱିକେଟ ନେଇଥିଲେ। ସେହିପରି କୁଲଦୀପ ଯାଦବ ୨ଟି ୱିକେଟ ହାସିଲ କରିଥିଲେ। ଦଳରେ ପାକିସ୍ଥାନୀ ଖେଳାଳି ମଧ୍ୟ ସାମିଲ ଥିଲେ। କୋଭିଡ ମହାମାରୀ ପରେ ଦଳ ଅନେକ ଅସୁବିଧା ଦେଇ ଗତି କରିଛି।

କରିପାରନ୍ତି ବଡ ପରିବର୍ତ୍ତନ:-

ଟି-୨୦ ଫର୍ମାଟରେ ହଙ୍ଗକଙ୍ଗର ସବୁଠାରୁ ବଡ ଉପଲବ୍ଧି ୮ ବର୍ଷ ପୂର୍ବେ ଆସିଥିଲା। ଯେତେବେଳେ ସେ ୨୦୧୪ ମସିହାରେ ଟି-୨୦ ବିଶ୍ଵକପର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ହରାଇ ଦେଇଥିଲେ। ନିଜାକତ ୩/୧୯ ସ୍କୋର ସହିତ ମ୍ୟାଚର ମହତ୍ବପୂର୍ଣ ଭୂମିକା ନିଭାଇଥିଲେ। ବାଂଲାଦେଶ ୨୦ ଓଭରରେ ୧୦୮ ରନ କରିଥିଲେ। ହଙ୍ଗକଙ୍ଗ ପାଇଁ ଲକ୍ଷ୍ୟର ପିଛା କରିବା ସହଜ ନଥିଲା। କାରଣ ବୋଲର ଶକିବ ଅଲ ହସନ ବୋଲରଙ୍କ ପାଇଁ ବହୁତ ବିପଦପୂର୍ଣ ଥିଲେ। ଦଳରେ ଇରଫାନ ଅହମ୍ମଦ ଓ ମୁନିଦ ଦରଙ୍କ ସହଯୋଗରେ ଦୁଇଟି ୱିକେଟରେ ମ୍ୟାଚ ଜିତିନେଇଥିଲେ।

୨୦୧୮ ମସିହାରେ ହୋଇଯାଇଥିଲା ବାହାରେ:-

ତା’ପରେ ୨୦୧୮ ଏସିଆ କପରେ ହଙ୍ଗକଙ୍ଗ ଭାରତ ସହିତ ମୁହାଁମୁହିଁ ହୋଇଥିଲା। ଯେଉଁଥିରେ ସେମାନେ ମେନ ଇନ ବ୍ଲୁକୁ ପରାସ୍ତ କରିବାର ନିକଟତର ହୋଇଥିଲେ। କିନ୍ତୁ ପ୍ରଥମ ୱିକେଟର ପତନ ପରେ ଦଳ ବିଚ୍ଛିନ୍ନ ହୋଇଯାଇଥିଲା। ଏଥର ପ୍ରତିଯୋଗିତା ଟି-୨୦ ଫର୍ମାଟରେ ଅଛି, ଯାହା ହଙ୍ଗକଙ୍ଗକୁ ଭାରତ ବିପକ୍ଷରେ ଏକ ଗୁରୁତର ଆହ୍ଵାନ ସୃଷ୍ଟି କରିବାରେ ସାହାଯ୍ୟ କରିପାରିବ। ହଙ୍ଗକଙ୍ଗର ସେହି ସମାନ ପ୍ଲେଇଙ୍ଗ ଇଲେଭେନ ଖେଳିବାର ସମ୍ଭାବନା ଅଛି ଯେଉଁଥିରେ ଅଲ ଅମରାଟରେ ଏସିଆ କପ କ୍ଵାଲିଫାୟରର ଫାଇନାଲ ମ୍ୟାଚରେ ୟୁଏଇକୁ ହରାଇଥିଲା ଓ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ହାସିଲ କରିବାରେ ସାହାଯ୍ୟ କରିଥିଲା।

Leave A Reply

Your email address will not be published.