ବ୍ରତ କରିବାକୁ ନେଇ ସ୍ୱାମୀ -ସ୍ତ୍ରୀ ମଧ୍ୟରେ ଝଗଡା,ଆଉ ତା ପରେ ଗଳା ଚିପି ସ୍ତ୍ରୀକୁ ହତ୍ୟା କରିଦେଲା ସୈତାନ ସ୍ୱାମୀ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଆଜିକାଲି ସାରା ଦେଶର ମହିଳାମାନେ ନିଜ ସିନ୍ଦୁରକୁ ରକ୍ଷା କରିବାପାଇଁ ନିର୍ଜଳା ବ୍ରତ କରୁଛନ୍ତି | କିନ୍ତୁ ମଦୁଆ ସ୍ୱାମୀକୁ ସ୍ତ୍ରୀର ବ୍ରତ ଭଲଲାଗିଲା ନାହିଁ ଏବଂ ପିଟି ପିଟି ତାକୁ ହତ୍ୟା କରିଦେଲା | ଗ୍ରାମବାସୀମାନେ ଅଭିଯୁକ୍ତ ସ୍ୱାମୀକୁ ଧରି ପୋଲିସ ହାତରେ ଦେଇଛନ୍ତି | ସେହିପରି ମୃତକଙ୍କ ଭାଇଙ୍କ ବୟାନ ଉପରେ ପୋଲିସ ହତ୍ୟାର ମାମଲା ରୁଜ୍ଜୁ କରିଛି |

ଏହି ହୃଦୟ ବିଦାରକ ଘଟଣା ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଥିବା ଫୁଲବରିଆ ଥାନା ଅଂଚଳର ମାଂଜହା ଚତୁର୍ଭୁଜ ଗାଁର ଅଟେ | କୁହାଯାଉଛି ଯେ କଟିୟା ଥାନା ଅଂଚଳର ରସୌଟି ଗାଁର ବାସିନ୍ଦା ସଂଜୁ ଦେବୀଙ୍କ ବିବାହ ୪ ବର୍ଷ ପୂର୍ବେ ମାଂଜହା ଚତୁର୍ଭୁଜ ଗାଁର ଛୋଟନ ରାମଙ୍କ ସହିତ ହୋଇଥିଲା |

ବିବାହ ପୂର୍ବରୁ ହିଁ ଛୋଟନ ରାମ ମଦ ନିଶାରେ ରହୁଥିଲା | ମୃତକ ସଂଜୁ ଦେବୀ ମଦୁଆ ସ୍ୱାମୀକୁ ନେଇ ଚିନ୍ତାରେ ରହୁଥିଲେ ଏବଂ ଦେବାଦେବୀଙ୍କୁ ପୂଜା କରୁଥିଲେ, ଯେପରିକି ତାଙ୍କ ସ୍ୱାମୀ ମଦ ଛାଡ଼ିଦେବେ | ସ୍ତ୍ରୀ ନିଜ ସ୍ୱାମୀର ମଦ ନିଶା ତ ଛଡାଇ ପାରିଲେ ନାହିଁ, କିନ୍ତୁ ଆଜି ନିଜର ଛୋଟ ଛୋଟ ନିରୀହ ପିଲାଙ୍କୁ ଛାଡି ଦୁନିଆରୁ ଚାଲିଗଲେ |

ସ୍ୱାମୀକୁ ଭଲ ଲାଗୁନଥିଲା ବ୍ରତ :-

ବାସ୍ତବରେ ମୃତକ ସଂଜୁ ଭଗବାନ ଶିବଙ୍କ ଆରାଧ୍ୟ ପର୍ବ ହରତାଳିକା ତିଜ ବ୍ରତ ରଖିଥିଲେ | କିନ୍ତୁ ଏହି ନିର୍ଜଳା ବ୍ରତ ତାଙ୍କ ମଦୁଆ ସ୍ୱାମୀକୁ ଭଲ ଲାଗୁନଥିଲା | ଯେଉଁଥିପାଇଁ ସ୍ୱାମୀ ରାଗିଯାଇ ମଦ ନିଶାରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଦେଲା | ତେବେ ସେତେବେଳେ ସେ ସବୁ ସୀମା ଟପି ଯାଇଥିଲା, ଯେତେବେଳେ ଶବକୁ ଫାଶୀରେ ଝୁଲାଇଦେଲା, ଯେପରିକି ସେ ଏହି ହତ୍ୟାକୁ ଆତ୍ମହତ୍ୟା ବୋଲି କହିପାରିବ |

ସେହିପରି ଅଭିଯୁକ୍ତ ସ୍ୱାମୀ କହିଛି ଯେ ସକାଳେ ସ୍ତ୍ରୀ ସହ ଝଗଡା ହୋଇଥିଲା | ତାପରେ ସେ ବାହାରକୁ ଚାଲିଗଲା | ଏକ ଘଣ୍ଟା ପରେ ଯେତେବେଳେ ସେ ଘରକୁ ଆସିଲା, ସେତେବେଳେ ସେ ଦେଖିଲା ଯେ ତା ସ୍ତ୍ରୀ ଫାଶୀରେ ଝୁଲୁଛି | ଫାଶୀରୁ ଅଲଗା କରି ତାକୁ ତଳେ ଶୁଆଇବା ବେଳକୁ ସେ ମରି ସାରିଥିଲା |

ସେହିପରି ମୃତକଙ୍କ ମା କହିଛନ୍ତି ଯେ ଜ୍ୱାଇଁ ମଦ ନିଶାରେ ସଂଜୁକୁ ବହୁତ ପିଟୁଥିଲେ | ରାଗରେ ତା ଗଳା ମଧ୍ୟ ଦବାଇ ଦେଉଥିଲା | ଆଜି ପୁଣି ଗଳା ଦବାଇ ହତ୍ୟା କରି ଦିଆଗଲା |

ଏହି ଅମଳରେ ଫୁଲବରୀୟାର ଓପି ଅଧ୍ୟକ୍ଷ ନଗେନ୍ଦ୍ର କୁମାର ସହନୀ କହିଛନ୍ତି ଯେ ମାଂଜହା ଚତୁର୍ଭୁଜ ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହିଁ ହତ୍ୟା କରିଛନ୍ତି | ମୃତକଙ୍କ ଭାଇଙ୍କ ବୟାନ ଉପରେ ଏଫଆଇଆର ରିପୋର୍ଟ କରାଯାଇଛି | ଯେଉଁଥିରେ ହତ୍ୟା କରିବାର ଅଭିଯୋଗ କରାଯାଇଛି | ଶବକୁ କବଜାକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି ଏବଂ ହତ୍ୟା ଅଭିଯୋଗରେ ସ୍ୱାମୀକୁ ଗିରଫ କରାଯାଇଛି |

Leave A Reply

Your email address will not be published.