ସକାଳୁ ଉଠିବା ପରେ ମୁଣ୍ଡବ୍ୟଥା ହେଉଛି କି ? କ’ଣ ରହିଛି କାରଣ ? ତୁରନ୍ତ କରନ୍ତୁ ଏହି ଉପାୟ ନହେଲେ ………

0

Get real time updates directly on you device, subscribe now.

Morning Headache Reason: କ’ଣ ସକାଳୁ ଉଠିବା ମାତ୍ରେ ଆପଣଙ୍କର ଜୋରରେ ମୁଣ୍ଡବ୍ୟଥା ହୋଇଥାଏ ? କ’ଣ ଆପଣଙ୍କୁ ଏହାପରେ ଦିନସାରା ଥକା ଲାଗେ ? ଯଦି ଏପରି କିଛି ହେଉଛି ତାହାଲେ ଆପଣ ସାବଧାନ ହୋଇଯିବା ଉଚିତ | କହିବାକୁ ଗଲେ ତ ମୁଣ୍ଡବ୍ୟଥାର ଅନେକ କାରଣ ହୋଇପାରେ | ଯଦି ଆପଣଙ୍କ ବଡି ଡିହାଇଡ୍ରେଟ ଅଟେ, ତେବେ ମଧ୍ୟ ଆପଣଙ୍କର ମୁଣ୍ଡବ୍ୟଥା ହୋଇପାରେ | ଏହାବ୍ୟତୀତ ଯଦି ଆପଣଙ୍କ ଉପରେ ଚାପ ରହିଛି, ତେବେ ଏହା ମଧ୍ୟ ମୁଣ୍ଡବ୍ୟଥାର କାରଣ ହୋଇପାରେ | ଯଦି ଆପଣ ବହୁତ ଅଧିକ ମଦ ପିଇଛନ୍ତି କିମ୍ବା ଅଧିକ ସମୟ ଖରାରେ ରହିଛନ୍ତି, ତେବେ ତା ପରଦିନ ସକାଳେ ଆପଣଙ୍କର ମୁଣ୍ଡବ୍ୟଥା ହୋଇପାରେ | ଯଦି ଏପରି ହେଉଛି ତେବେ ଆପଣ ସାବଧାନ ହୋଇଯିବା ଉଚିତ | ଏହି ଖବରରେ ଏପରି କିଛି ଉପାୟ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହା ଦ୍ୱାରା ସକାଳେ ହେଉଥିବା ମୁଣ୍ଡବ୍ୟଥା ଠିକ ହୋଇପାରିବ |

ସକାଳର ମୁଣ୍ଡବ୍ୟଥାରୁ କିପରି ମିଳିବ ମୁକ୍ତି ?

ଯଦି ଆପଣ ସକାଳର ମୁଣ୍ଡବ୍ୟଥାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ନିଜର ଲାଇଫ ଷ୍ଟାଇଲରେ କିଛି ବଦଳାଇବାକୁ ପଡିବ | ଦି ଆମେରିକାନ ମାଇଗ୍ରେନ ଫାଉଣ୍ଡେସନ କିଛି ପରାମର୍ଶ ଦେଇଛି, ଯାହାକୁ ଫୋଲୋ କରି ସକାଳର ମୁଣ୍ଡବ୍ୟଥାରୁ ମୁକ୍ତି ପାଇପାରିବେ |

ଭରପୁର ମାତ୍ରାରେ ଶୋଇବାକୁ ଚେଷ୍ଟା କରନ୍ତୁ :-

ଯଦି ଆପଣ ସକାଳର ମୁଣ୍ଡବ୍ୟଥାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବେ ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଶୋଇବାକୁ ଚେଷ୍ଟା କରନ୍ତୁ | ଏହାବ୍ୟତୀତ ଠିକ ସମୟରେ ଶୋଇବାକୁ ଚେଷ୍ଟା କରନ୍ତୁ | ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନାହିଁ | ରାତିରେ ଶୀଘ୍ର ବେଡ଼କୁ ଯିବାକୁ ଚେଷ୍ଟା କରନ୍ତୁ |

ଏକ୍ସରସାଇଜ କରନ୍ତୁ :-

ଯଦି ଆପଣଙ୍କର ସକାଳେ ମୁଣ୍ଡବ୍ୟଥା ହେଉଛି, ତେବେ ପ୍ରତିଦିନ ଏକ୍ସରସାଇଜ କରନ୍ତୁ | ବ୍ୟାୟାମ କରିବା ଦ୍ୱାରା ସକାଳର ମୁଣ୍ଡବ୍ୟଥା କମି ଯିବ |

ହେଲଦି ଡାଇଟ ମେଣ୍ଟେନ କରନ୍ତୁ :-

ସକାଳେ ହେଉଥିବା ମୁଣ୍ଡବ୍ୟଥାରୁ ଯଦି ଆପଣ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ହେଲଦି ଡାଇଟ ମେଣ୍ଟେନ କରିବାକୁ ପଡିବ | ଏହାବ୍ୟତୀତ ନିଜ ଶରୀରକୁ ହାଇଡ୍ରେଟ ରଖନ୍ତୁ | ଅଧିକରୁ ଅଧିକ ପାଣି ପିଅନ୍ତୁ |

ଚାପ ନିଅନ୍ତୁ ନାହିଁ :-

ଧ୍ୟାନ ଏବଂ ଯୋଗ କଲେ ଆପଣଙ୍କୁ ସକାଳର ମୁଣ୍ଡବ୍ୟଥାରୁ ମୁକ୍ତି ମିଳିପାରିବ | ପ୍ରତିଦିନ ଧ୍ୟାନ ଏବଂ ଯୋଗ କରିବାଦ୍ୱାରା ଆପଣଙ୍କର ମନ ଏକାଗ୍ରତା ରହିବ | ମନ ଶାନ୍ତ ରହିବ |

Leave A Reply

Your email address will not be published.