ଅନେକଥର ଆମେ ନିଜ ସମାଜରେ କିଛି ଏମିତି ଘଟଣା କିମ୍ବା ଜିନିଷ ଦେଖୁ, ଯାହା ଆମକୁ ଆଶ୍ଚର୍ଯ୍ୟ କରିଦିଏ। କୁହାଯାଏକି ପ୍ରତ୍ଯେକ ଜିନିଷ ପଛରେ ଏକ କାହାଣୀ ଲୁଚି ରହିଥାଏ। ପ୍ରତ୍ଯେକ ବ୍ୟକ୍ତିଙ୍କ ସଫଳତା ପଛରେ ତାଙ୍କର ଅସଫଳତାର ହାତ ଥାଏ। ଯେତେବେଳେ ବ୍ୟକ୍ତି ଜୀବନରେ ବହୁତ ଅଧିକ ଅସଫଳ ହୋଇଯାଏ, ସେତେବେଳେ ସେ ସଫଳତା ପାଇଁ ଲଢିବା ଆରମ୍ଭ କରେ। ବାସ୍ତବରେ ଏସବୁ ଶୁଣିବାକୁ ଅଜିବ ଲାଗୁଛି ସତ କିନ୍ତୁ ଏହା ସତ ଅଟେ।
ଘର ଘର ଯାଇ କରୁଥିଲେ ନିରୋଧର ଡେଲିଭରି:-
ଆଜି ଆମେ ଆପଣଙ୍କୁ ଏକ ଏମିତି ପୁଅ ବିଷୟରେ କହିବାକୁ ଯାଉଛୁ, ଯାହାର କାହାଣୀ ଜାଣିବା ପରେ ଆପଣଙ୍କୁ ଏହା ବିଶ୍ଵାସ ଆସିଯିବକି ଯାହା ମୁଁ କହୁଛି, ତାହା ସବୁ ସତ ଅଟେ। ଆପଣଙ୍କୁ ଜଣାଥିବକି ଆଜି ସାରା ଦୁନିଆରେ ନିରୋଧକୁ କେତେ ମହତ୍ଵ ଦିଆଯାଏ। ଏହା ଆମକୁ ଅନେକ ରୋଗରୁ ବଞ୍ଚାଇଥାଏ। ଏହା ସହିତ ଚାହୁଁନଥିଲେ ଗର୍ଭବତୀ ହେବାରୁ ମଧ୍ୟ ରକ୍ଷା ଦେଇଥାଏ। ଆମେ ଯେଉଁ ପୁଅଙ୍କ ବିଷୟରେ କହୁଛୁ, ତାଙ୍କର ନାମ ଅର୍ଜୁନ ଅଟେ। ଆପଣଙ୍କୁ ଯାନୀ ଆଶ୍ଚର୍ଯ୍ୟ ହେବକି ଏହି ପୁଅ ଲୋକଙ୍କ ଘରକୁ ଯାଇ ତାଙ୍କୁ ନିରୋଧ ଡେଲିଭରି କରନ୍ତି।
ଗାର୍ଲଫ୍ରେଣ୍ଡର ଅସୁବିଧା ବୁଝି ଆରମ୍ଭ କରିଲେ କାମ:-
ବାସ୍ତବରେ ଏହା ପଛରେ ଥିବା କାହାଣୀ ବାସ୍ତବରେ ବହୁତ ଅଦ୍ଭୁତ ଅଟେ। କ’ଣ ହୋଇଥିଲାକି ଅର୍ଜୁନଙ୍କର ଏକ ଗାର୍ଲଫ୍ରେଣ୍ଡ ଥିଲେ ଯିଏ ବିବାହ ପୂର୍ବରୁ ଗର୍ଭବତୀ ହୋଇ ଯାଇଥିଲେ ଏବଂ ତାଙ୍କର ଏକ ସନ୍ତାନ ହୋଇଗଲା। ଅର୍ଜୁନ ତାଙ୍କର ଗର୍ଲଫ୍ରେଣ୍ଡର ସମସ୍ୟା ବୁଝି ଏହି ନୂତନ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି। ଏହି ବ୍ୟବସାୟ ବିଷୟରେ ପିତାମାତାଙ୍କୁ କହିବାରେ ଅର୍ଜୁନଙ୍କୁ ମଧ୍ୟ ବହୁତ ଅସୁବିଧା ହୋଇଥିଲା। ସହରର କରୋଲିବାଗ ଅଞ୍ଚଳର ବିଥାଲନଗରର ବାସିନ୍ଦା ଅର୍ଜୁନ ଜେନା ଏମଏସ ୟୁନିଭରସିଟିରେ ମାର୍କେଟିଂ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଡିପ୍ଲୋମା କରୁଛନ୍ତି। ଅର୍ଜୁନ କହିଛନ୍ତିଯେ ଭାଲେଣ୍ଟାଇନ୍ସ ଡେ ଠାରୁ ସେ କଣ୍ଟ୍ରାସେପ୍ଟିଭ ଅନ ହ୍ୱିଲ ନାମରେ ହୋମ ଡେଲିଭରି ଦ୍ୱାରା ଯୌନ ଉତ୍ପାଦ ବିକ୍ରୟ କରିବା ଆରମ୍ଭ କରିଛନ୍ତି।
ଲୋକଙ୍କୁ ରକ୍ଷା କରିବାକୁ ଚାହୁଁଛୁ ଭୟାନକ ରୋଗରୁ:-
ଅର୍ଜୁନ କହିଛନ୍ତିଯେ ପ୍ରଥମେ ଲୋକମାନେ ଏଥିପାଇଁ ତାଙ୍କୁ ପରିହାସ କରିଥିଲେ। କିନ୍ତୁ ଲୋକମାନେ କ’ଣ କହିଥିଲେ ମୁଁ ସେଥିପ୍ରତି ଧ୍ୟାନ ଦେଇନଥିଲି। ମୋର ମନ ମୋର କାମକୁ ବ୍ୟବସାୟ କରିବାକୁ ଚାହୁଁଥିଲି। ଶିକ୍ଷାର ଅଭାବ ହେତୁ ମୁଁ ଲୋକମାନଙ୍କୁ ଏଡସ ଭଳି ଭୟଙ୍କର ରୋଗରୁ ରକ୍ଷା କରିବାକୁ ଚାହୁଁଛି। ମୋର ଗାର୍ଲଫ୍ରେଣ୍ଡ ବିବାହ ପୂର୍ବରୁ ଗର୍ଭବତୀ ହୋଇ ଯାଇଥିଲେ। ସେ ଏହି ସମୟରେ ଯେଉଁ ଖରାପ ପରିସ୍ଥିତି ଦେଇ ଯାଇଥିଲି, ମୁଁ ଭାବିଲିଯେ ଲୋକଙ୍କୁ ଏହି ପରିସ୍ଥିତିରୁ ରକ୍ଷା କରିବା ପାଇଁ କିଛି କରିବା ଉଚିତ।
ପୁରୁଷଙ୍କୁ ନିରୋଧ ମାଗିବା ମହିଳାଙ୍କ ପାଇଁ ଅତି ଲଜ୍ଜାଜନକ ଅଟେ:-
ଅର୍ଜୁନ କହିଲେକି ଆଜି ମଧ୍ୟ ଅମାର ଏଠାରେ ମେଡିକାଲ ଦୋକାନରୁ ନିରୋଧ କିଣିବାରେ ସଂକୋଚନ କରନ୍ତି। ଖାସ ଭାବରେ ମହିଳାଙ୍କ ପାଇଁ ଏହା ବହୁତ ଲଜ୍ଜାଜନକ ଅଟେ। ଯେତେବେଳେ ମୁଁ କାମ ଆରମ୍ଭ କରିଥିଲି ସେତେବେଳେ ମୋତେ ପରିବାର ଲୋକଙ୍କୁ କହିବା ପାଇଁ ବହୁତ ସଂକୋଚନ ହୋଇଥିଲା। ଯେତେବେଳେ ମୁଁ ତାଙ୍କୁ ମୋର କାମ ବିଷୟରେ ଭଲ ଭାବରେ କହିଲି ସେମାନେ ମୋର ପ୍ରଶଂସା କରିଲେ। ଏହି ଦିଗରେ ପରିବାର ଲୋକ ମୋର ସାହାଯ୍ୟ କରିବା ଆରମ୍ଭ କରିଦେଲେ।
ଅର୍ଜୁନ ନିରୋଧର ଅର୍ଡର ବିଷୟରେ କହିଲେକି ସେ ନିରୋଧର ଅର୍ଡର ଫୋନ, ଏସଏମଏସ କିମ୍ବା ଫେସବୁକରେ ନିଅନ୍ତି। ଦିନ ସମୟରେ ଡେଲିଭରି କମ୍ପାନୀ ଦ୍ଵାରା ଡେଲିଭରି କରାଏ ଓ ରାତି ସମୟରେ ମୁଁ ନିଜେ ଯାଇ ଡେଲିଭରି କରେ। ଏହି କାମରେ ପ୍ରଡ଼କ୍ଟ ମାଗୁଥିବା ଲୋକଙ୍କର ପରିଚୟ ଗୋପନୀୟ ରଖାଯାଏ।