ଶହରୁଖ ଏକତରଫା ପ୍ରେମରେ ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଲେ ନିଆଁ, ଦ୍ଵାଦଶ ଶ୍ରେଣୀର ଛାତ୍ରୀ ଥିଲେ ଯୁବତୀ

0

Get real time updates directly on you device, subscribe now.

ଆଜିକାଲି ଆମକୁ ଏପରି କିଛି ମାମଲା ଶୁଣିବାକୁ ଏବଂ ଦେଖିବାକୁ ମିଳିଥାଏ, ଯାହା ଉପରେ ଗୋଟିଏ ମୁହୂର୍ତ୍ତ ପାଇଁ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇପଡେ । ଝାଡ଼ଖଣ୍ଡର ଦୁମକା ଜିଲ୍ଲାରେ ଜଣେ ଯୁବକ ଏକତରଫା ପ୍ରେମରେ ପାଗଳ ହୋଇ ଜଣେ ଯୁବତୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଏବଂ ପରିଣାମ ସ୍ୱରୂପ ଯୁବତୀ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି ।

ଏକତରଫା ପ୍ରେମରେ ପାଗଳ ହୋଇଥିବା ଯୁବକ ବିଶେଷ ସମ୍ପ୍ରଦାୟର ଅଟେ । ଜଣେ ମୁସଲିମ ଯୁବକ ନିଜ ପଡୋଶୀରେ ରହୁଥିବା ସ୍କୁଲ ଛାତ୍ରୀକୁ ଭଲପାଇ ବସିଲା । ସେ ଯୁବତୀଙ୍କ ସାମ୍ନାରେ ନିଜ ପ୍ରେମକୁ ପ୍ରକାଶ କଲା, କିନ୍ତୁ ଯୁବତୀ ତାଙ୍କୁ ମନା କରିଦେଲେ । ଏହି କଥା ଯୁବତୀଙ୍କ ମନରେ ବସିରହିଲା ଏବଂ ସେ ବହୁତ୍ ଭୟଙ୍କର ପଦକ୍ଷେପ ଉଠାଇଲା ।

ଯୁବକ ଯୁବତୀଙ୍କ ଉପରେ ରାଗିଯାଇ ତାଙ୍କୁ ନିଆଁରେ ଜଳାଇ ଦେଲା । ବର୍ତ୍ତମାନ୍ ଯୁବତୀଙ୍କର ଫୁଲୋ ଝାନୋ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ଚାଲିଛି । କୁହାଯାଉଛି ଯେ ଛାତ୍ରୀ ପୁରା 90 ପ୍ରତିଶତ ପର୍ଯ୍ୟନ୍ତ ଜଳି ଯାଇଛନ୍ତି । କିନ୍ତୁ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଚାଲିଛି । ଏହି ଘଟଣା ପରଠାରୁ ଘଟଣାସ୍ଥଳର ଆଖପାଖରେ ଆତଙ୍କ ପରି ପରିସ୍ଥିତି ସୃଷ୍ଟି ହୋଇଛି ।

ଏହି ଘଟଣା ମଙ୍ଗଳବାର ଦିନ ଘଟିଛି । ଦୂମକା ନଗର ଥାନା ଅନ୍ତର୍ଗତ ଜେରୁବାହିଡ ଅଞ୍ଚଳରେ ଏହି ଭୟଙ୍କର ଘଟଣା ଘଟିଥିଲା । ଅଭିଯୁକ୍ତ ଯୁବକ ଶାହରୁଖ ଘରେ ଟାଇଲ ଲଗାଇବା କାମ କରିଥାଏ । ନଗର ଥାନା ପ୍ରଭାରୀ ନୀତିଶ କୁମାର କହିଛନ୍ତି ଯେ ଶାହରୁଖ ପାଖରେ ରହୁଥିବା 19 ବର୍ଷୀୟ ଛାତ୍ରୀଙ୍କୁ ଭଲ ପାଉଥିଲା । ଛାତ୍ରୀ ଦ୍ଵାଦଶ ଶ୍ରେଣୀରେ ପଢନ୍ତି ।

ଶାହରୁଖ ଛାତ୍ରୀଙ୍କୁ କହିଲା ଯେ ସେ ତାଙ୍କୁ ଭଲପାଏ, ତେବେ ଏହି ପାଗଳ ଯୁବକଙ୍କୁ ଯୁବତୀ ଅଣଦେଖା କରିଥିଲେ । ଏହାଦ୍ବାରା ଅଭିଯୁକ୍ତ ରାଗିଗଲା । ଶାହରୁଖ ରାଗରେ ଯୁବତୀଙ୍କ ସହିତ କିଛି ଖରାପ କରିବା ଉଦ୍ଦେଶ୍ୟରେ ଥିଲା । ମଙ୍ଗଳବାର ସକାଳେ ସେ ସୁଯୋଗ ପାଇ ଯୁବତୀଙ୍କ ଘରେ ପଶିଗଲା । ସେ ସମୟରେ ଛାତ୍ରୀ ନିଜ ଘରେ ସୋଇଥିଲେ । ଠିକ୍ ସେତିକିବେଳେ ଶାହରୁଖ ଝରକା ଦ୍ଵାରା ତାଙ୍କ ଉପରେ ପେଟ୍ରୋଲ ଢାଳି ତାଙ୍କୁ ନିଆଁ ଲଗାଇଦେଲା ।

ଛାତ୍ରୀ ନିଜ ବୟାନରେ କହିଛନ୍ତି ଯେ ତାଙ୍କୁ ଶାହରୁଖ 10 ଦିନ ପୂର୍ବରୁ ଫୋନ୍ କରିଥିଲା । ସାଙ୍ଗ ହେବାପାଇଁ କହିଲା । ସେ ତା କଥା ନ ମାନିବାରୁ ସେ ପୁଣି ଫୋନ୍ କଲା, ଯେତେବେଳେ କି ଶାହରୁଖ ପୀଡିତା ଛାତ୍ରୀଙ୍କୁ ଧମକ ଦେଇ ତାଙ୍କୁ ମାରିଦେବା ବିଷୟରେ କହିଥିଲା । ତାଙ୍କ ବାପା କହିଛନ୍ତି ଯେ ସେ ଅଭିଯୁକ୍ତଙ୍କ ପରିବାର ସହ ଏ ବିଷୟରେ କଥା ହେବା ପୂର୍ବରୁ ମଙ୍ଗଳବାର ସକାଳେ ଏ ଘଟଣା ଘଟିଗଲା । ପୋଲିସ ଅଭିଯୁକ୍ତ ଶାହରୁଖକୁ ଗିରଫ କରିଛି ।

Leave A Reply

Your email address will not be published.