ହୀରାକୁଦ ନେଇ ବଢ଼ିଲା ଚିନ୍ତା ! ପ୍ରବଳ ବନ୍ୟା ଜଳ ଯୋଗୁଁ ଫାଟ ସୃଷ୍ଟି ହେଲା ବନ୍ଧରେ, ବିପଦରେ ଏବେ ଓଡିଶା ବାସୀ।

0

Get real time updates directly on you device, subscribe now.

ବର୍ଷା ଋତୁ ଆସିଲା ମାନେ ଓଡିଶାର ସବୁ ନଦୀରେ ବନ୍ୟା ଦେଖିବାକୁ ମିଳେ, ବର୍ଷାର ପରିମାଣ ବଢ଼ିବା ସହିତ ନଦୀ ଗୁଡିକ ଫୁଲି ବନ୍ୟା ପରିସ୍ଥିତି ଉପୁଜେ। ଉପର ମୁଣ୍ଡରେ ଅଧିକ ବର୍ଷା ହେବା ପରେ ହୀରାକୁଦ ଡ୍ୟାମ୍ ତାହାର ଗୋଟେ ଗୋଟେ ଗେଟ୍ ଖୋଲିବା ଆରମ୍ଭ ହୁଏ। ଏହି ବର୍ଷ ମଧ୍ୟ ହୀରାକୁଦ ନିଜର ବନ୍ୟା ଜଳ ଛାଡିଛି ଆଉ ଏବେ ବିପଦରେ ହୀରାକୁଦ ଡ୍ୟାମ୍।ଡ୍ୟାମର ଅନେକ ସ୍ଥାନରେ ଦେଖାଦେଇଛି ଫାଟ । ଅପରେସନ ଗ୍ୟାଲେରି, ଫାଉଣ୍ଡେସନ ଗ୍ୟାଲେରି, ଉଭୟ ଦକ୍ଷିଣ ଓ ବାମ ପାର୍ଶ୍ୱରେ ଫାଟ ରହିଥିବା ଦେଖାଯାଇଛି ।

୨୦୨୦ ଜାନୁଆରିରେ DSRP ଟିମ୍ ଏହାର ଯାଞ୍ଚ କରିବା ପରେ ଅଧିକ ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଥିଲେ । ସ୍ପିଲ୍‌ୱେର ତଳମୁଣ୍ଡରେ ଆଉ କିଛି ଫାଟ ଅଛି କି ନାହିଁ, ଡ୍ରୋନ୍ ସାହାଯ୍ୟରେ ଅନୁସନ୍ଧାନ କରିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ଅଣ୍ଡର ଓ୍ୱାଟର ଭିଡିଓଗ୍ରାଫି ମଧ୍ୟ କରାଯିବା କଥା । ଗେଟ୍ ଅପରେସନ ଗ୍ୟାଲେରି ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା । ଅଧିକ ଫାଟ ହୋଇଛି କି ନାହିଁ, ତାର ମଧ୍ୟ ଅନୁଧ୍ୟାନ କରାଯିବା କଥା । କିନ୍ତୁ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇନଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।

ପ୍ରତି ୫ ବର୍ଷରେ ଥରେ ପୁରୁଣା ଫାଟ ସହିତ ନୂଆ ଫାଟ ଅଛି କି ନାହିଁ, ତାର ମଧ୍ୟ ସର୍ଭେ ହେବା କଥା । କିନ୍ତୁ ୧୯୯୯ ପରଠୁ ୨୩ ବର୍ଷ ହେଲା ଏହା କରାଯାଇନାହିଁ । ତେଣୁ ତୁରନ୍ତ ଏକ ବିଶେଷଜ୍ଞ କମିଟି ଦ୍ୱାରା ସ୍ୱତନ୍ତ୍ର ନୀରିକ୍ଷଣ କରିବାକୁ ଡ୍ୟାମ୍ ସେଫ୍ଟି ମୁଖ୍ୟଯନ୍ତ୍ରୀ ବୁର୍ଲାରେ ଥିବା ମହନଦୀ ଅବବାହିକାର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

Leave A Reply

Your email address will not be published.