କେନ୍ଦ୍ର ସରକାର ବିନା ଗ୍ୟାରେଣ୍ଟିରେ ଦେଉଛନ୍ତି ଲୋନ୍, କେବଳ ଏହି ଲୋକଙ୍କୁ ମିଳିବ ଲାଭ

0

Get real time updates directly on you device, subscribe now.

କେନ୍ଦ୍ର ସରକାର ଦ୍ଵାରା ଠେଲା ଗାଡ଼ିରେ ବେପାର କରୁଥିବା ଲୋକଙ୍କ ପାଇଁ ପିଏମ ସ୍ୱନିଧି ଯୋଜନା ଚଳାଇଛନ୍ତି । ଯାହା ଅଧୀନରେ ସହଜ ସର୍ତ୍ତରେ ଆପଣଙ୍କୁ 10,000 ଟଙ୍କା ପର୍ଯ୍ୟନ୍ତ ଲୋନ ସହଜରେ ମିଳିଯିବ । କୁହାଯାଉଛି ଯେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର ଲାଭ 30 ଲକ୍ଷରୁ ଅଧିକ ଲୋକ ଉଠାଇଛନ୍ତି । ସରକାର ବର୍ତ୍ତମାନ ଏହି ଯୋଜନା ଅଧୀନରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦେଉଛନ୍ତି ।

ଆଧାର କାର୍ଡ ଦ୍ଵାରା ମିଳିବ ଲୋନ :-

ଯଦି ଆପଣଙ୍କୁ ମଧ୍ୟ ଏହି ଯୋଜନାର ଲାଭ ଦରକାର୍ ଅଛି, ତେବେ ଆପଣଙ୍କ ପାଖରେ ସବୁଠାରୁ ଜରୁରୀ ଡକ୍ୟୁମେଣ୍ଟ ଥିବା ଆବଶ୍ୟକ । ତାହା ହେଉଛି ଆଧାର କାର୍ଡ । ଏହି ଯୋଜନା ପାଇଁ ଆପଣଙ୍କୁ କୌଣସି ସରକାରୀ ବ୍ୟାଙ୍କରେ ଆବେଦନ କରିବାକୁ ପଡ଼ିବ । ବ୍ୟାଙ୍କ୍ ଆପଣଙ୍କୁ ପିଏମ ସ୍ୱନିଧି ଫର୍ମ ପୂରଣ କରିବାକୁ କହିବ । ଆବେଦନ ଫର୍ମ ସହିତ ଆପଣଙ୍କୁ ଆଧାର କାର୍ଡର ଫଟୋକପି ମଧ୍ୟ ଦେବାକୁ ପଡ଼ିବ । ଏହାପରେ ବ୍ୟାଙ୍କ୍ ଆପଣଙ୍କ ଆବେଦନକୁ ସ୍ବୀକାର କରିନେବ । ଲୋନ ଅନୁମୋଦନ ହେବାପରେ ଯୋଜନାର ପ୍ରଥମ କିସ୍ତି ଆପଣଙ୍କ ଖାତାକୁ ଆସିଯିବ ।

ଗ୍ୟାରେଣ୍ଟି ଆବଶ୍ୟକ ନାହିଁ :-

କେନ୍ଦ୍ର ସରକାର ଦେଇଥିବା ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ବ୍ୟାଙ୍କକୁ କୌଣସି ପ୍ରକାରର ଗ୍ୟାରେଣ୍ଟି ଦେବା ଆବଶ୍ୟକ ନାହିଁ । ଆପଣଙ୍କର ଆବେଦନ ଗ୍ରହଣ କରିବା ପରେ ବ୍ୟାଙ୍କ ଋଣ ରାଶି ଆପଣଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବ । ଜାଣିରଖନ୍ତୁ ଏହି ଯୋଜନା ଅଧୀନରେ ନିଆଯାଇଥିବା ଲୋନକୁ ଏକ ବର୍ଷ ମଧ୍ୟରେ ଫେରସ୍ତ କରାଯାଇପାରିବ । ଏଥିପାଇଁ ବ୍ୟାଙ୍କ ଆପଣଙ୍କ ଲୋନ ଉପରେ ମାସିକ କିସ୍ତି ପ୍ରସ୍ତୁତ କରିଦେବ ।

ଠିକ୍ ସମୟରେ ଋଣ ଶୁଝିଲେ ମିଳିବ ଅଧିକ ରାଶି :-

ଏହି ଯୋଜନା ଅଧୀନରେ ଯଦି ଆପଣ ଠିକ୍ ସମୟରେ ଋଣ ପରିଶୋଧ କରନ୍ତି, ତେବେ ପରବର୍ତ୍ତୀ ସମୟରେ ଆପଣଙ୍କ ଲୋନର ପରିମାଣ ବୃଦ୍ଧି ପାଇବ । ଯଦି ଆପଣ ପ୍ରଥମ ଥର ଠିକ୍ ଭାବେ ଋଣ ସୁଝନ୍ତି, ତେବେ ଆପଣଙ୍କୁ ଦ୍ୱିତୀୟ ଥର ପାଇଁ 20,000 ଟଙ୍କା ଲୋନ୍ ମିଳିପାରେ । ତା’ପରେ ଏହାକୁ ସଠିକ୍ ଭାବରେ ପୂରଣ କରିବା ପରେ, ଆପଣଙ୍କୁ ତୃତୀୟ ଥର ପାଇଁ 50,000 ଟଙ୍କା ଏବଂ ଚତୁର୍ଥ ଥର ପାଇଁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଋଣ ମିଳିପାରିବ ।

ଏପରି କରିପାରିବେ ଆବେଦନ :-

ଯଦି ଆପଣଙ୍କୁ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାର ଅଛି, ତେବେ ସେଥିପାଇଁ ଆପଣଙ୍କୁ ପିଏମ ସ୍ଵନିଧି ଯୋଜନାର ୱେବସାଇଟ http://pmsvanidhi.mohua.gov.in/ କୁ ଯିବାକୁ ପଡିବ । ସେଠାରେ ଲୋନ ପାଇଁ ଆବେଦନ କରିବାପରେ ନିଜର ମୋବାଇଲ ନମ୍ବର ପଞ୍ଜିକରଣ କରି କ୍ୟାପଚା ଦିଅନ୍ତୁ । ତାପରେ ଓଟିପୀ ପଞ୍ଜୀକରଣ କରି ମୋବାଇଲ ନମ୍ବର ଭେରିଫାଇ କରାନ୍ତୁ । ତାପରେ ଆବେଦନ ଫର୍ମ ଖୋଲିଯିବ, ଯାହାକୁ ପୂରଣ କରି ଏବଂ ଜରୁରୀ ଡକ୍ୟୁମେଣ୍ଟ ଅପଲୋଡ଼ କରି ଆପ୍ଲିକେଶନକୁ ସବମିଟ କରିପାରିବେ ।

Leave A Reply

Your email address will not be published.