ଯେଉଁଠି ଏକ ପାଖରେ ବହୁ ଲୋକଙ୍କୁ ସାପକୁ ଡର ଲାଗିଥାଏ,ଅପର ପାର୍ଶ୍ୱରେ କିଛି ଲୋକ ସାପକୁ ହୃଦୟରେ ଲଗାଇ ରଖନ୍ତି|ଯଦି ଆପଣଙ୍କୁ ଏହି କଥା ବିଶ୍ୱାସ ହେଉନାହିଁ ତେବେ ଏହି ଭିଡିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ|ଏତିକି କେବଳ ନାହିଁ କିଛି ଲୋକଙ୍କୁ ଦେଖିକରି ଏହା ଲାଗେ ଯେ ସେମାନେ ସାପ ସହ ବନ୍ଧୁତା କରିଛନ୍ତି ଓ ସାଧାରଣତଃ ଏଭଳି ଲୋକମାନଙ୍କ ସାପ ବି କ୍ଷତି କରେ ନାହିଁ|
ଏହି ଭିଡିଓରେ କୋମଳ ଶିଶୁ କୁ ଦେଖାଯାଏ|କିନ୍ତୁ ସେ ଯେଉଁ କାମ କରି ଦେଖାଇଲା ବଡବଡ ଓ ବାହାଦୂର ଲୋକଙ୍କ ଝାଳ ବାହାରି ପଡିବ|ପ୍ରଥମେ ଏହି ଭାଇରାଲ ଭିଡିଓକୁ ନିଶ୍ଚୟ ଦେଖନ୍ତୁ|
View this post on Instagram
ପ୍ରଥମେ ଭିଡିଓରେ ଗୋଟିଏ ଛୁଆ ଅଜଗରକୁ ନିଜ ହାତକୁ ଉଠାଇବାକୁ ଚେଷ୍ଟା କରୁଛି ଓ ପରେ ପୁଣି ବେକରେ ଲଗାଉଛି|ଏହାକୁ ଦେଖି ଯେକେହି ଡରରେ ଭୟଭୀତ ହୋଇ ଉଠିବ|ଯଦିଓ ସାପକୁ ଛୁଆ ଉପରେ ଆକ୍ରମଣ କରିବା ବା ଛୁଆ ଡରିବା ଦେଖାଯାଉ ନାହିଁ|ଏଭଳି ଲାଗୁଛି ଯେପରିକି ଉଭୟ ଉଭୟଙ୍କୁ ପ୍ରଥମରୁ ଜାଣନ୍ତି ଓ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ରହିଛି|
ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି|ସୋସିଆଲ ମିଡିଆରେ ଏହି ଭିଡିଓ ବହୁ ଚର୍ଚ୍ଚିତ|ଏହାକୁ ଏପର୍ଯ୍ୟନ୍ତ ହଜାରରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଛନ୍ତି|ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|କିଛି ଛୁଆକୁ ବାହାଦୁର ଓ କିଛି ଭାଗ୍ୟଶାଳୀ ବୋଲି କହିଛନ୍ତି|