ପୋର୍ନ ଭିଡିଓ ଦେଖାଇ ଦୁଇ ଭାଇ କରୁଥିଲେ ସାବତ ଭଉଣୀକୁ ରେପ, ଏହିପରି ହେଲା ମାମଲାର ଖୁଲାସା

0

Get real time updates directly on you device, subscribe now.

ୟୁପିର କାନପୁରରେ ଦୁଇ ଭାଇଙ୍କ ଦ୍ଵାରା ସାବତ ଭଉଣୀ ସହିତ ଦୁଷ୍କର୍ମର ମାମଲା ସାମ୍ନାକୁ ଆସିଛି । ପୀଡ଼ିତା ନାବାଳିକା ଅଟେ ଏବଂ ତାର ବୟସ ମାତ୍ର 16 ବର୍ଷ ଅଟେ । ଏହି ମାମଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରିଛି । ଯାଞ୍ଚ କଲା ପରେ ଜଣାପଡ଼ିଲା ଯେ ଦୁଇ ଭାଇ ମିଶି ନାବାଳିକାର ଅଶ୍ଳୀଳ ଭିଡିଓ ମଧ୍ୟ କରିଥିଲେ । ତାକୁ ବଦନାମ କରିବାର ଧମକ ଦେଇ ଲଗାତାର ରେପ୍ କରୁଥିଲେ ।

ମାମଲାକୁ ନେଇ ପୋଲିସ ଯେତେବେଳେ ଯାଞ୍ଚ୍ କଲା, ଅଭିଯୁକ୍ତଙ୍କ ବାପାମାଆ ପୀଡ଼ିତାଙ୍କୁ ଅବୈଧ ଭାବେ 2013 ମସିହାରେ ଯତୀମଖାନାରୁ ଗ୍ରହଣ କରିଥିଲେ । ଯେଉଁ କାରଣରୁ ସେମାନେ ଗ୍ରହଣ କରିଥିବା ନେଇ କୌଣସି କାଗଜପତ୍ର ଦେଖାଇ ପାରିନାହାନ୍ତି । ବର୍ତ୍ତମାନ୍ ଦୁଷ୍କର୍ମ କରିଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ପରେ ଜେଲ ପଠାଯିବ ।

ବାନ୍ଦାର ବାସିନ୍ଦା ଅଟନ୍ତି ପୀଡ଼ିତା :-

ଯାଞ୍ଚ ସମୟରେ ଜଣାପଡ଼ିଲା ଯେ ପୀଡ଼ିତା ବାନ୍ଦାର ବାସିନ୍ଦା ଅଟନ୍ତି । 2013 ମସିହାରେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଯାଇଥିଲା । ଯାହା ପରେ ବାପା ତିନି ଝିଅଙ୍କୁ ଅନାଥ ଆଶ୍ରମରେ ଛାଡ଼ି ଦେଇଥିଲେ । କିନ୍ତୁ ଅନାଥ ଆଶ୍ରମ ବାଲା ମଧ୍ୟ ତିନି ଝିଅଙ୍କୁ ବାନ୍ଦାର ଯତୀମଖାନାରେ ଛାଡି ଦେଇଥିଲେ । ଏହାପରେ ଯତୀମଖାନାର କର୍ମଚାରୀ 2013 ମସିହାରେ କାନପୁର ନାଲା ରୋଡ ପାଖରେ ରହୁଥିବା ବ୍ୟବସାୟୀ ମହବୁବ ଅଲି ଏବଂ ତାଙ୍କ ସ୍ତ୍ରୀ ଶାହଜାହଁ ବେଗମଙ୍କୁ ଅବୈଧ ଭାବେ ଗୋଟିଏ ଝିଅକୁ ଦାନ କରିଥିଲେ ।

ଯତୀମଖାନାରେ ଦିଆଗଲା ମିଛ ସୂଚନା :-

ଯେତେବେଳେ ପୀଡ଼ିତାଙ୍କ ସହିତ ହୋଇଥିବା ରେପ୍ ବିଷୟରେ ଘରେ ସମସ୍ତେ ଜାଣିଲେ, ସେତେବେଳେ 2019 ମସିହାରେ ପୁଣିଥରେ ପୀଡ଼ିତାଙ୍କୁ ଯତୀମଖାନାରେ ଭର୍ତ୍ତି କରିଦେଲେ । କେବଳ ଏତିକି ନୁହେଁ, ଯତୀମଖାନାରେ ଭୁଲ ସୂଚନା ଦିଆଗଲା ଯେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଯେଉଁ କାରଣରୁ ତାଙ୍କୁ ଯତୀମଖାନାରେ ସହଜରେ ରଖାଗଲା ।

ଅଗଷ୍ଟ 12 ତାରିଖରେ ପୀଡ଼ିତା ନିଜ ହାତ କାଟିଲେ :-

ପୀଡ଼ିତା ସେବେଠାରୁ ହିଁ ଯତୀମଖାନାରେ ରହୁଥିଲେ । ଅଗଷ୍ଟ 14 ତାରିଖ ରାତିରେ ସେ ନିଜ ହାତ କାଟିଦେଲା । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଗଲା । ମାମଲା ପୋଲିସ ପର୍ଯ୍ୟନ୍ତ ପହଞ୍ଚିଲା, ଏହାପରେ ତା ସହିତ ହୋଇଥିବା ଦୁଷ୍କର୍ମ ମାମଲାର ଖୁଲାସା ହେଲା । ଆପଣଙ୍କୁ କହୀରଖୁଛି ଯେ ପୀଡିତା ନିଜ ସହ ହୋଇଥିବା ଘୃଣ୍ୟ ବ୍ୟବହାରର ଗୋଟିଏ ଭିଡିଓ ମଧ୍ୟ ଜାରି କରିଥିଲେ । ଏଥିରେ କିଶୋରୀ କହିଥିଲେ ଯେ ତାଙ୍କ ସହ କିଭଳି ଭାବେ ଦୁଷ୍କର୍ମ କରାଯାଉଥିଲା ।

Leave A Reply

Your email address will not be published.