ପିରିୟଡ ଆରମ୍ଭ ହେବା ପରେ ଝିଅଙ୍କର ଉଚ୍ଚତା ବେଶୀ ବଢିନଥାଏ? ପିତା-ମାତା ଏହି କଥା ଉପରେ ରଖନ୍ତୁ ଧ୍ୟାନ

0

Get real time updates directly on you device, subscribe now.

ପୁଅଙ୍କ ମୁକାବିଲାରେ ଝିଅଙ୍କର ଉଚ୍ଚତା ବେଶୀ ବଢିନଥାଏ। ଏହା ପଛରେ ଅନେକ କାରଣ ଅଛି। ଝିଅଙ୍କର ଶରୀରରେ ହର୍ମୋନର ପରିବର୍ତ୍ତନ ହେବା କାରଣରୁ ତାଙ୍କର ଉଚ୍ଚତା ୧୪ ରୁ ୧୫ ବର୍ଷ ବୟସ ପରେ ବଢିବା କମିଯାଏ। ଏମିତିରେ ଆସନ୍ତୁ ଜାଣିବା ଏମିତି କାହିଁକି ହୁଏ ଓ କେଉଁ କାରଣରୁ ଝିଅମାନଙ୍କର ଉଚ୍ଚତା ବଢେନାହିଁ।

କେବେ ଅଟକିଯାଏ ଝିଅମାନଙ୍କର ଉଚ୍ଚତା:-

ପିଲା ସମୟରେ ଝିଅଙ୍କର ଉଚ୍ଚତା ବହୁତ ତୀବ୍ର ଭାବରେ ବଢିଥାଏ ଓ ଯେମିତି ସେମାନେ ପ୍ୟୁବର୍ଟିରେ ପହଞ୍ଚନ୍ତି, ତାଙ୍କର ଗ୍ରୋଥରେ ବହୁତ ପରିବର୍ତ୍ତନ ଆସେ। ୧୪ ରୁ ୧୫ ବର୍ଷ ବୟସରେ ଋତୁସ୍ରାବର ଆରମ୍ଭ ହେବା ଉପରେ ଝିଅଙ୍କର ଉଚ୍ଚତା ତୀବ୍ର ଭାବରେ ବଢିପାରେନାହିଁ। ଏମିତିରେ ଜରୁରୀ ହେଉଛିକି ଯଦି ଆପଣଙ୍କ ଝିଅ କିମ୍ବା କୌଣସି ଝିଅର ଉଚ୍ଚତା ବହୁତ କମ ଅଛି ତେବେ ଆପଣ କୌଣସି ଭଲ ବାଲ୍ୟ ରୋଗ ବିଶେଷଜ୍ଞଙ୍କୁ ସାକ୍ଷାତ କରନ୍ତୁ ଓ ଝିଅର ଉଚ୍ଚତାକୁ ନେଇ ଚର୍ଚ୍ଚା କରନ୍ତୁ।

ପ୍ୟୁବର୍ଟି(କିଶୋରାବସ୍ଥା) ଗ୍ରୋଥକୁ କେମିତି ପ୍ରଭାବିତ କରିଥାଏ?:-

ଋତୁସ୍ରାବ ଆରମ୍ଭ ହେବାର ଏକ ବର୍ଷ କିମ୍ବା ଦୁଇ ବର୍ଷ ପୂର୍ବରୁ, ଝିଅମାନଙ୍କର ବୃଦ୍ଧିରେ ଏକ ପରିବର୍ତ୍ତନ ଆସେ। ଅଧିକାଂଶ ଝିଅମାନଙ୍କ ମଧ୍ୟରେ, ଯୌବନାବସ୍ଥା ୮ ରୁ ୧୩ ବର୍ଷ ବୟସରେ ଆରମ୍ଭ ହୁଏ ଏବଂ ସେମାନଙ୍କର ଉଚ୍ଚତା ୧୦ ରୁ ୧୪ ବର୍ଷ ମଧ୍ୟରେ ଦ୍ରୁତ ଗତିରେ ବଢିଥାଏ। ପ୍ରଥମ ଅବଧିର ଏକ ବର୍ଷ କିମ୍ବା ଦୁଇ ବର୍ଷ ପରେ, ସେମାନେ କେବଳ ୧ ରୁ ୨ ଇଞ୍ଚ ବଢିଥାଏ। ଏହି ସମୟରେ ସେ ତାଙ୍କର ବଯସର ଉଚ୍ଚତାରେ ପହଞ୍ଚନ୍ତି। ଅନେକ ଝିଅ ୧୪ ରୁ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ସେମାନଙ୍କର ବୟସ୍କ ଉଚ୍ଚତାରେ ପହଞ୍ଚନ୍ତି। କିଛି ଝିଅ ଅଳ୍ପ ବୟସରେ ସେମାନଙ୍କର ବୟସର ଉଚ୍ଚତାରେ ପହଞ୍ଚିପାରନ୍ତି, ଏହା ଆପଣଙ୍କ ଝିଅ କିମ୍ବା କୌଣସି ଝିଅର ଋତୁସ୍ରାବ କେବେ ଆରମ୍ଭ ହୁଏ ତାହା ଉପରେ ନିର୍ଭର କରେ।

ଯଦି ୧୫ ବର୍ଷ ବୟସ ପର୍ଯ୍ଯନ୍ତ ଆପଣଙ୍କ ଝିଅର ଋତୁସ୍ରାବ ଆରମ୍ଭ ହୋଇନାହିଁ ତେବେ ଏଥିପାଇଁ ନିଜର ଡାକ୍ତରଙ୍କୁ ନିକଟରୁ ନିଶ୍ଚିତ ପରାମର୍ଶ ନିଅନ୍ତୁ।

ବ୍ରେଷ୍ଟ ସାଇଜ ବଢିବା ଓ ପ୍ୟୁବର୍ଟି ମଧ୍ୟରେ କଣ ସମ୍ବନ୍ଧ ଅଛି?:-

ବ୍ରେଷ୍ଟ ସାଇଜ ବଢିବା ପ୍ରାୟତଃ ପ୍ୟୁବର୍ଟିର ଏକ ସଂକେତ ହୋଇପାରେ। କୌଣସି ଝିଅର ପିରିୟଡ ଆରମ୍ଭ ହେବାର ୨ ବର୍ଷ ପୂର୍ବରୁ ବ୍ରେଷ୍ଟର ସାଇଜ ବଢିବାରେ ଲାଗେ। କିଛି ଝିଅଙ୍କର ପିରିୟଡ ଆରମ୍ଭ ହେବାର ଏକ ବର୍ଷ ପରେ ବ୍ରେଷ୍ଟ ସାଇଜ ବଢୁଥିବାର ନଜର ଆସେ। କିଛି ଝିଅମାନଙ୍କ କ୍ଷେତ୍ରରେ ଋତୁସ୍ରାବ ତିନିରୁ ଚାରି ବର୍ଷ ପର୍ଯ୍ଯନ୍ତ ବ୍ରେଷ୍ଟ ସାଇଜର ବିକାଶ ଆରମ୍ଭ ହୋଇନଥାଏ।

କଣ ଝିଅ ପୁଅଙ୍କ ତୁଳନାରେ ଅଲଗା ଗତିରେ ବଢନ୍ତି?:-

ପୁଅମାନଙ୍କ ମଧ୍ୟରେ ପ୍ୟୁବର୍ଟି ଝିଅମାନଙ୍କ ତୁଳନାରେ ବିଳମ୍ବରେ ଆରମ୍ଭ ହୁଏ। ସାଧାରଣତଃ ପୁଅମାନଙ୍କ ମଧ୍ୟରେ ପ୍ୟୁବର୍ଟି ୧୦ ରୁ ୧୩ ବର୍ଷ ବୟସରୁ ଆରମ୍ଭ ହୁଏ ଏବଂ କେବଳ ୧୨ ରୁ ୧୫ ବର୍ଷ ବୟସ ମଧ୍ୟରେ ତାଙ୍କର ଗ୍ରୋଥ ବିକଶିତ ହୁଏ। ଏହାର ଅର୍ଥ ହେଉଛି ଝିଅମାନଙ୍କର ଦୁଇ ବର୍ଷର ଅଭିବୃଦ୍ଧି ପରେ ପୁଅମାନଙ୍କ ମଧ୍ୟରେ ଅଭିବୃଦ୍ଧି ଆରମ୍ଭ ହୁଏ।

ଅଧିକାଂଶ ପୁଅ ୧୬ ବର୍ଷ ବୟସ ପର୍ଯ୍ୟନ୍ତ ଉଚ୍ଚତା ବଢିବା ବନ୍ଦ ହୋଇଯାଏ, କିନ୍ତୁ ସେମାନଙ୍କର ମାଂସପେଶୀର ବିକାଶ ହେବାରେ ଲାଗେ।

ଝିଅଙ୍କର ପାଖାପାଖି ଉଚ୍ଚତା କେତେ ହୋଇଥାଏ?:-

ସେଣ୍ଟର୍ସ ଫୋର ଡିଜିଜ କଣ୍ଟ୍ରୋଲ ଓ ପ୍ରିଭେନସନ ଅନୁସାରେ, ୨୦ ବର୍ଷ ଓ ତାଠାରୁ ଅଧିକ ବୟସର ମହିଳାଙ୍କର ଏଭେରେଜ ଉଚ୍ଚତା ୬୩.୭ ଇଞ୍ଚ ଅଟେ। ଯାହାକି କେବଳ ୫ ଫୁଟ ୪ ଇଞ୍ଚ ଅଟେ।

ଉଚ୍ଚତାରେ ଜେନେଟିକ୍ସର କଣ ଭୂମିକା ଥାଏ:-

ପିଲାଙ୍କ ଉଚ୍ଚତା ସାଧାରଣତଃ ମାତା–ପିତାନଅକା ଉଚ୍ଚତା ଉପରେ ନିର୍ଭର କରିଥାଏ। ପ୍ରାୟତଃ ଦେଖାଯାଏକି ମାତା-ପିତାର ଉଚ୍ଚତା ଲମ୍ବା ହୋଇଥିଲେ ପିଲାଙ୍କର ଉଚ୍ଚତା ମଧ୍ୟ ଲମ୍ବା ହୋଇଥାଏ। ଯେତେବେଳେ ଆପଣ ପିଲାଙ୍କ କମ ଉଚ୍ଚତାକୁ ନେଇ ଡାକ୍ତରଙ୍କ ପାଖକୁ ଯାନ୍ତି ତେବେ ସେମାନେ ପ୍ରଥମେ ପିତା-ମାତାଙ୍କର ଉଚ୍ଚତା ବିଷୟରେ ପଚାରନ୍ତି।

କେଉଁ କାରଣରୁ ଉଚ୍ଚତା ବଢିବାରେ ଅସୁବିଧା ହୁଏ?:-

କୁପୋଷାଣରୁ ନେଇ ଔଷଧ ପର୍ଯ୍ଯନ୍ତ ଏମିତି କାରଣ ଅଛି ଯାହା ଆପଣଙ୍କର ଉଚ୍ଚତାରେ ପ୍ରଭାବିତ କରେ। କିଛି ଝିଅମାନଙ୍କ ମଧ୍ୟରେ ଅନେକ ପ୍ରକାର ରୋଗ ଅର୍ଥାତ ହର୍ମୋନରେ ଅସୁବିଧା, ଗଠିଆ, କିମ୍ବା କେନ୍ସରର କାରଣ ଗ୍ରୋଥରେ ବିଳମ୍ବ କରିପାରେ। ଗ୍ରୋଥରେ ବିଳମ୍ବ ହେବା କାରଣରୁ ଜିନ ମଧ୍ୟ ଗୁରୁତ୍ଵପୂର୍ଣ ଭୂମିକା ନିଭାଇଥାଏ।

Leave A Reply

Your email address will not be published.