ଦେଶ ସ୍ଵାଧୀନ ହେବାର ୧ ବର୍ଷ ପୂର୍ବରୁ ବ୍ରିଟିଶ ଭାରତୀୟଙ୍କ ହାତକୁ ଶାସନଭାର ଦେଇ ଦେଇଥିଲେ। ୧୯୪୬ ମସିହା ବେଳକୁ ଭାରତ ହାତକୁ ଆସିସାରିଥିଲା ଶାସନ ଭାର। ଆଉ ସେହି ସମୟରେ ପାକିସ୍ତାନ ପାଇଁ ଏକ ନୂଆ ଦେଶ ଜିଦ କରିଥିଲେ। ଠିକ ସେହି ସମୟରେ ବ୍ରିଟିଶ ସରକାର କଂଗ୍ରେସକୁ ସରକାର କରିବା ପାଇଁ ଆମନ୍ତ୍ରି+ତକରିଥିଲା। କାରଣ ୨୦୦ ବର୍ଷର ଶାସନ ପରେ ଦେଶ ଛାଡି ପଳାୟନ କରିବାକୁ ପ୍ରସ୍ତୁତ ହେଉଥିଲେ ବ୍ରିଟିଶ। ସେଥିପାଇଁ ମାଉଣ୍ଟ ବ୍ୟାଟେନ ଅତିଶୀଘ୍ର ଭାରତ ଓ ପାକିସ୍ତାନକୁ ଭାଗ କରି ପଳାଇ ଯିବାକୁ ଚାହୁଁଥିଲେ।
ଆଉ ସେହି ସମୟରେ କଂଗ୍ରେସର ନେତାମାନଙ୍କ ମଧ୍ୟରେ ପ୍ରଶ୍ନ ଚାଲିଥିଲାକି କାହାକୁ ସେମାନେ ସରକାର କରିବେ? ସେତେବେଳେ କେବଳ ଗୋଟିଏ ମାତ୍ର ଦଳ ଥିଲା, ସେ ହେଉଛି କଂଗ୍ରେସ। କିଏ ପ୍ରଧାନମନ୍ତ୍ରୀ ହେବ ବୋଲି ପ୍ରଶ୍ନ ଚାଲିଥିଲା। ଠିକ ସେହି ସମୟରେ ସାମ୍ନାକୁ ଦୁଇଟି ନାମ ଆସିଥିଲା। ଜଣେ ହେଉଛନ୍ତି ସର୍ଦ୍ଦାର ବଲ୍ଲବ ଭାଇ ପଟେଲ, ତାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଅନେକ କଂଗ୍ରେସ ନେତା ଇଚ୍ଚୁକ ଥିଲେ ଓ ସେମାନେ ଚାହୁଁନଥିଲେ ଜବାହାରଲାଲ ନେହେରୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି।
କଂଗ୍ରେସ ନେତା ଏଥିପାଇଁ ପଟେଲଙ୍କୁ ଚାହୁଁଥିଲେ କାରଣ ସେ ଜିନ୍ନାଙ୍କୁ ନେଇ ପାକିସ୍ତାନ ସହିତ ଭଲ ବୁଝାମଣା କରିପାରିଥାନ୍ତେ। କିନ୍ତୁ ସମସ୍ତଙ୍କ ପାଣି ଫୋଟକା ପରି ଫାଟିଯାଇଥିଲା, କାରଣ ମହାତ୍ମାଗାନ୍ଧୀ ପଟେଲଙ୍କ ବଦଳରେ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ ରୂପରେ ବାଛିଥିଲେ। ପଟେଲ ଗାନ୍ଧୀଙ୍କ ଠାରୁ ୬ ବର୍ଷ ସାନ ଥିଲେ କିନ୍ତୁ ନେହେରୁ ପଟେଲଙ୍କ ଠାରୁ ୧୫-୧୬ବର୍ଷ ଛୋଟ ଥିଲେ। ସେଥିପାଇଁ ପଟେଲ ଓ ଗାନ୍ଧୀଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା।
ପଟେଲ ଲଣ୍ଡନର ସେହି ମିଡିଲ ଟାଉନ କଲେଜରୁ ପାସ କରିଥିଲେ। ଯେଉଁଠି ଗାନ୍ଧୀ, ଜିନା, ପଟେଲଙ୍କ ବଡ ଭାଇ ବିଠଲ ଭାଇ ପଟେଲ ଓ ନେହେରୁ ବାରିଷ୍ଟର ଡିଗ୍ରୀ ପାଇଥିଲେ। ସେତେବେଳେ ପଟେଲ ଗୁଜୁରାଟର ଭଲ ଓକିଲ ଥିଲେ। କିନ୍ତୁ ଗାନ୍ଧୀ ନେହରୁଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ବାଛିଥିଲେ। ସେତେବେଳେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ କହିଥିଲେକି ଗାନ୍ଧୀ ଗ୍ଲାମରସ ପାଇଁ ତାଙ୍କର ସବୁଠାରୁ ବିଶ୍ଵସନୀୟ ସାଥିଙ୍କର ବଳିଦାନ ଦେଇଦେଲେ।
ଯେତେବେଳେ ୭୫ ବର୍ଷ ପରେ ବିଜେପି ପଟେଲଙ୍କୁ ଖୋଲାଖୋଲି ଭାବରେ ସପୋର୍ଟ କରିଥିଲା। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦରେ କହିଥିଲେକି ଯଦି ଗାନ୍ଧୀ ପଟେଲଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କରିଥାନ୍ତେ ତେବେ ହୁଏତ ପାକିସ୍ତାନ ପାଖରେ ଥିବା କାଶ୍ମୀରର କିଛି ଅଂଶ ଆଜି ଭାରତ ପାଖରେ ଥାନ୍ତା। ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛିକି ପଟେଲ କାହିଁକି ପ୍ରଧାନମନ୍ତ୍ରୀ ହେଲେ ନାହିଁ।
ଭାରତ ସ୍ଵାଧୀନ ହେବାର ଗୋଟିଏ ବର୍ଷ ପୂର୍ବରୁ ଭାରତ ସ୍ଵାଧୀନ ହୋଇ ସାରିଥିଲା। ଆଉ ସେହି ସମୟରେ ସ୍ଥିର ହୋଇଥିଲାକି କଂଗ୍ରେସର ଅଧ୍ୟକ୍ଷ ହିଁ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ। ସେତେବେଳେ ମୌଲାନା ଅବଦୁଲ କଲାମ ଆଜାଦ ୬ବର୍ଷ ହେବ କଂଗ୍ରେସର ଅଧ୍ୟକ୍ଷ ଥିଲେ। ଯେଉଁଥିପାଇଁ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।
କିନ୍ତୁ ତାଙ୍କର ପ୍ରଧାନମନ୍ତ୍ରୀ ହେବା ପାଇଁ ଗାନ୍ଧୀ କୌଣସି ମନ ବଳାଇନଥିଲେ। ୧୯୪୬ ମସିହାରେ ମହାତ୍ମା ଗାନ୍ଧୀ ମୌଲାନାଙ୍କୁ ଏକ ପତ୍ର ଲେଖିଥିଲେ ଯେଉଁଥିରେ ମୌଲାନା ଇସ୍ତଫା ଦିଅନ୍ତୁ ବୋଲି ଲେଖା ହୋଇଥିଲା। ଗାନ୍ଧୀ ମଧ୍ୟ ପ୍ରସ୍ତୁତ ଥିଲେକି ଯଦି ତାଙ୍କୁ ଏହାର କାରଣ ପଚାରିବେ ସେ ନେହେରୁଙ୍କ ନାମ ହିଁ କହିବେ।
ପରେ ଯେତେବେଳେ କଂଗ୍ରେସର କମିଟି ବସିଥିଲା ଓ ପ୍ରଧାନମନ୍ତ୍ରୀ ପାଇଁ ଚୟନ କରାଯାଉଥିଲା। ସେତେବେଳେ ୧୫ ରୁ ୧୭ ଜଣ ପଟେଲଙ୍କ ନାମକୁ ଚୟନ କରିଥିଲେ। ଆଉ କିଛି ପଟ୍ଟାଭି ସୀତାରମୟା ଓ କୃପାଲିନଙ୍କୁ ଚୟନ କରିଥିଲେ। ପରେ ଯେତେବେଳେ ଏହି ଚିଠା ଗାନ୍ଧୀଙ୍କ ପାଖକୁ ଗଲା, ସେତେବେଳେ ଗାନ୍ଧୀଙ୍କର ଏହି ବ୍ୟବହାରକୁ ଦେଖି ପଟ୍ଟାଭି ସୀତାରମୟା ଓ କୃପାଲିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସେଥିପାଇଁ ସେମାନେ ପ୍ରଧାନମନ୍ତ୍ରୀ ପଦରୁ ଓହରି ଯାଇଥିଲେ। ତାପରେ ଗାନ୍ଧୀ ନେହେରୁଙ୍କୁ କହିଥିଲେକି ତୁମର ନାମ କେହି ଚୟନ କରିନାହାନ୍ତି। ତାପରେ ଗାନ୍ଧୀ ପଟେଲଙ୍କୁ କହିଥିଲେକି ନେହେରୁ କେବେବି ଦ୍ଵିତୀୟ ସ୍ଥାନରେ ଆସିବ ନାହିଁ। ତାପରେ ପଟେଲ ଏହି କଥାରୁ ବୁଝିଯାଇଥିଲେ ଓ ସେଥିରେ ଚୁପ ରହିଥିଲେ।
ତାପରେ ଜଣେ ଲେଖା ଦୂର୍ଗା ଦାସ ତାଙ୍କର ପୁସ୍ତକରେ ଲେଖିଥିଲେକି ଗାନ୍ଧୀଜୀ ଚାହୁଁଥିଲେ ନେହେରୁଙ୍କର ଆନ୍ତର୍ଜାତୀୟ କ୍ଷେତ୍ରରେ ବହୁତ ଭଲ ବୁଦ୍ଧି ଥିଲା ସେଥିପାଇଁ ସେ ଆନ୍ତର୍ଜାତୀୟ ଓ ପଟେଲ ଜାତୀୟ କଥା ବୁଝିବେ। ଆଉ ଏଥିରେ ପଟେଲ ଗୋଟିଏ ସପ୍ତାହ ମଧ୍ୟରେ ହସି ହସି ପ୍ରସ୍ତୁତ ହୋଇଯାଇଥିଲେ। କଂଗ୍ରେସର ଅଧିକାଂଶ ଲୋକ ଏହାକୁ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।