ସେହି IAS ଯିଏକି ନିଜ ଦେଶ ସେବାପାଇଁ ଛାଡ଼ିଲେ ମିସ ଇଣ୍ଡିଆ ଷ୍ଟେଜ,ବିନା କୋଚିଂରେ ପ୍ରଥମ ପ୍ରୟାସରେ ପାସ କଲେ ୟୁପିଏସସି,ଜାଣନ୍ତୁ ତାଙ୍କ ସଫଳତାର କାହାଣୀ

0

Get real time updates directly on you device, subscribe now.

ଆଜିର ଯୁବତୀ ମିସ ଇଣ୍ଡିଆ ହେବାକୁ ସ୍ୱପ୍ନ ଦେଖନ୍ତି ଓ ସେମାନେ ମଡ଼େଲିଂ ଓ ଆକ୍ଟିଂକୁ ନିଜର କ୍ୟାରିଅର ବାଛି ଭଲ ନେମ ଓ ଫେମ କମାଇବାକୁ ଚାହିଁଥାନ୍ତି। କିନ୍ତୁ ଆଜି ଆମେ ଯେଉଁ ଯୁବତୀଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାଙ୍କ ପାଖରେ ମିସ ଇଣ୍ଡିଆ ତାଜ ହେବାସହ ବଲିଉଡରେ ପାଦ ଦେଇ ମୋଟା ଅଙ୍କର ଟଙ୍କା ଓ ଫେମ କମାଇ ପାରିଥାନ୍ତେ କିନ୍ତୁ ସେ ଏହି ସବୁକୁ ତ୍ୟାଗ କରି ନିଜ ଦେଶର ସେବା କରିବାକୁ ଚାହିଁଥିଲେ ଓ ଏହାପରେ ଆଇଏଏସ ଅଫିସର ହୋଇଯାଇଥିଲେ।

ମିସ ଇଣ୍ଡିଆ ତାଜ ଛାଡ଼ି ହୋଇଗଲେ ଆଇଏଏସ-

ଏହି ପ୍ରେରଣାଦାୟୀ କାହାଣୀ ଆଇଏଏସ ଅଧିକାରୀ ଐଶ୍ୱର୍ଯ୍ୟା ଶୋରେଙ୍କର ଅଟେ। ସେ ରାଜସ୍ଥାନର ଚୁରୁରେ ରୁହନ୍ତି। ତାଙ୍କ ମାଆଙ୍କ ସ୍ୱପ୍ନ ଥିଲା କି, ତାଙ୍କ ଝିଅ ମିସ ୱାର୍ଲଡ଼ ହୁଅନ୍ତୁ ଓ ସେ ନିଜର ମାଆଙ୍କ ସ୍ବପ୍ନକୁ ସାକାର କରିବାକୁ ଯାଇ ମଡ଼େଲିଂ ଆରମ୍ଭ କରିଥିଲେ। ସେ 2014 ରେ ମିସ କ୍ଲିନ ଆଣ୍ଡ କେୟାର ଫ୍ରେଶ ଫେସ ବଛାଯାଇଥିଲେ। ଏହାପରେ 2015 ରେ ମିସ ଦିଲ୍ଲୀ ଜିତିବାରେ ସଫଳ ହୋଇଥିଲେ। ଏହାପରେ ସେ 2016 ରେ ମିସ ଇଣ୍ଡିଆ ଫାଇନାଲିଷ୍ଟରେ ନିଜ ଜାଗା ବନାଇଥିଲେ।

ଏବେ ଐଶ୍ୱର୍ଯ୍ୟା ମାଆଙ୍କ ସ୍ୱପ୍ନ ତ କିଛି ମାତ୍ରାରେ ପୂରଣ କରିଥିଲେ କିନ୍ତୁ ଏବେ ନିଜ ସ୍ୱପ୍ନ ପୂରଣ କରିବାର ସମୟ ତାଙ୍କ ପାଖକୁ ଆସିଥିଲା। ଏଥିପାଇଁ ସେ 2018 ରେ ୟୁପିଏସସି ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ରୋମାଞ୍ଚକର କଥା ଏହାକି ଯେ, ସେ ଏଥିପାଇଁ କୌଣସି କୋଚିଂ ନେଇନଥିଲେ। ସେ ନିଜେ ନିଜେ 10 ମାସ ଧରି ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ଶେଷରେ ଏହି ପରୀକ୍ଷା କ୍ରାକ କରିଦେଇଥିଲେ

ପିଲାବେଳୁ ପାଠପଢ଼ାରେ ହୁସିଆର ଥିଲେ:-

ଆଇଏଏସ ଅଧିକାରୀ ଦୌଡ଼ରେ ସେ ଏହି ପରୀକ୍ଷାରେ 93 ରାଙ୍କ ହାସଲ କରିଥିଲେ। ସେ ପିଲାବେଳରୁ ପାଠପଢ଼ାରେ ବହୁତ ହୁସିଆର ଥିଲେ। ସେ ନିଜର ସ୍କୁଲ ପାଠପଢ଼ା ଚାଣକ୍ୟପୁରୀର ସଂସ୍କୃତି ସ୍କୁଲରୁ ପୂର୍ଣ୍ଣ କରିଥିଲେ। ଦ୍ଵାଦଶରେ ତାଙ୍କର 97.5% ମାର୍କ ଆସିଥିଲା। ସ୍ନାତକ ପାଠପଢ଼ା ସେ ଦିଲ୍ଲୀର ଶ୍ରୀ ରାମ କଲେଜ ଅଫ କମର୍ସରେ କରିଥିଲେ। ସେ 2018 ରେ ଆଇଆଇଏମ ଇନ୍ଦୋରରେ ମଧ୍ୟ ସିଲେକ୍ଟ ହୋଇଯାଇଥିଲେ କିନ୍ତୁ ସେ ତାଙ୍କର ଲକ୍ଷ୍ୟ ୟୁପିଏସି ପରୀକ୍ଷାକୁ କ୍ରାକ କରିବାର ଥିଲା।

ଐଶ୍ୱର୍ଯ୍ୟା ଶୋରେଙ୍କ ପରିବାର କଥା କହିବାକୁ ଗଲେ ତାଙ୍କ ପିତା ଅଜୟ ଭାରତୀୟ ସେନାରେ କର୍ନେଲ ରହିଛନ୍ତି। ସେ ବର୍ତ୍ତମାନ ତେଲେଙ୍ଗାନାର କାଶ୍ମୀର ନଗରରେ ପୋଷ୍ଟେଡ଼ ଅଛନ୍ତି। ତାଙ୍କ ମାଆ ସୁମାନ ହାଉସ ୱାଇଫ ଅଟନ୍ତି ଓ ତାଙ୍କର ଫ୍ୟାମିଲି ମୁମ୍ବଇରେ ରୁହନ୍ତି। ଐଶ୍ୱର୍ଯ୍ୟା ସେହିସବୁ ଝିଅଙ୍କ ପାଇଁ ପ୍ରେରଣା ଅଟନ୍ତି ଯିଏକି ନିଜ କ୍ୟାରିଅରକୁ ଶିଫ୍ଟ। କରିବାପାଇଁ ଡ଼ରୁଥାଆନ୍ତି। ଯଦି ଆପଣଙ୍କ ପାଖରେ ପଢ଼ିବାର ଇଛା ରହିଛି ତାହେଲେ କିଛିବି ଅସମ୍ଭବ ନୁହେଁ।

Leave A Reply

Your email address will not be published.