ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କିଏ ହେବ ଉତ୍ତରାଧିକାରୀ? ବିଜେପିର ଏହି ନେତାଙ୍କ ମଧ୍ୟରେ ହେବ କଡ଼ା ଟକ୍କର

0

Get real time updates directly on you device, subscribe now.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କିଏ ହେବ ଉତ୍ତରାଧିକାରୀ? ବର୍ତ୍ତମାନ ଏହା ସମସ୍ତଙ୍କର ପ୍ରଶ୍ନ। ଏହି ପ୍ରଶ୍ନ ଉପରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛିକି ପ୍ରଧାନମନ୍ତ୍ରୀ ମୋଦିଙ୍କର ଉତ୍ତରାଧିକାରୀ ଭାବରେ କେନ୍ଦ୍ରର ଗୃହମନ୍ତ୍ରୀ ଅମିତ ଶାହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଏହି ଦୁଇଜଣ ମନ୍ତ୍ରୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ହେବା ପାଇଁ ସମସ୍ତ ପ୍ରକାର ସାମର୍ଥ୍ୟ ଅଛି। ଓ ଉଭୟଙ୍କ ମଧ୍ୟରେ କଡା ଟକ୍କର ମଧ୍ୟ ହୋଇପାରେ।

ଇଣ୍ଡିଆ ଟୁଡେ ସି ଭୋଟର ସର୍ଭେ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉତ୍ତରାଧିକାରୀ ଭାବରେ ଅମିତ ଶାହଙ୍କୁ ୨୫ ପ୍ରତିଶତ ଭୋଟ ମିଳିଛି। ଅନ୍ୟପଟେ ୨୪ ପ୍ରତିଶତ ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଉତ୍ତରାଧିକାରୀ ଭାବରେ ଦେଖିବାକୁ ଚାହୁଁଛନ୍ତି। ଏହି ଦୁଇ ନେତାଙ୍କ ମଧ୍ୟରେ ବର୍ତ୍ତମାନ ଭଲ ଟକ୍କର ରହିଛି ଓ କେବଳ ମାତ୍ର ଏକ ପ୍ରତିଶତ ଭୋଟର ପାର୍ଥକ୍ୟ ରହିଛି।

ଏହାସହିତ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏହି ତାଲିକାରେ ତୃତୀୟ ସ୍ଥାନରେ ଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ନିତିନ ଗଡକରୀଙ୍କୁ କେବଳ୧୫ ପ୍ରତିଶତ ଭୋଟ ମିଳିଥିବା ସମୟରେ ମାତ୍ର ୯ ପ୍ରତିଶତ ଲୋକ ରାଜନାଥ ସିଂଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଉତ୍ତରାଧିକାରୀ ଭାବରେ ଦେଖିବାକୁ ଚାହୁଁଛନ୍ତି। ଶ୍ରେଷ୍ଠ ୫ ତାଲିକାରେ ଅନ୍ୟ ଏକ ନାମ ମଧ୍ୟ ସାମିଲ ଅଛି। ସେ ହେଉଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଯାହାଙ୍କୁ ମାତ୍ର ୪ ପ୍ରତିଶତ ଭୋଟ ମିଳିଛି।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଉତ୍ତରାଧିକାରୀଙ୍କୁ ନେଇ ବର୍ତ୍ତମାନ ଏତେ ଚର୍ଚ୍ଚା କାହିଁକି ହେଉଛି? ବାସ୍ତବରେ, ୭୫ ବର୍ଷୀୟ ନେତାଙ୍କୁ ରାଜନୀତିରୁ ଅବସର ନେବା ପାଇଁ ବିଜେପି ଏକ ନୀତି ଆପଣାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେହି ଅନୁସାରେ, ଆସନ୍ତା ମାସରେ ମୋଦୀଙ୍କୁ ୭୨ ବର୍ଷ ହେବ ଓ ସେହିପରି ୨୦୨୪ ମସିହାରେ ତାଙ୍କର ବୟସ ୭୪ ବର୍ଷ ହେବ।

ବିଜେପି ସବୁବେଳେ ଏହି ପଦ୍ଧତି ଉପରେ କାମ କରିଆସୁଛିକି, ଲୋକତନ୍ତ୍ରରେ କୌଣସି ପ୍ରକାର ସାମ୍ବିଧାନିକ ପଦର ଉତ୍ତରାଧିକାରୀ ବର୍ତ୍ତମାନ ସମୟର କୌଣସି ପଦାସୀନ ବ୍ୟକ୍ତିଙ୍କ ପରିବାରର ସଦସ୍ୟ ହେବେ ନାହିଁ। ଆପଣଙ୍କୁ ଜଣାଇଦେଉଛୁକି ସି ଭୋଟର ଅନ୍ୟ ଏକ ସର୍ଭେରୁ ଜଣାପଡିଛିକି ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ମୋଦି ୫୩ ପ୍ରତିଶତ ଭୋଟ ପାଇଥିବା ସମୟରେ କଂଗ୍ରେସର ନେତା ରାହୁଲ ଗାନ୍ଧୀ ୯ ପ୍ରତିଶତ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ୬ ପ୍ରତିଶତ ଭୋଟ ସହିତ ତୃତୀୟ ସ୍ଥାନରେ ଅଛନ୍ତି।

Leave A Reply

Your email address will not be published.