ଦେଖନ୍ତୁ ଭିଡ଼ିଓ : ଫ୍ଲାଇଟରେ ସିଗାରେଟ ଆଉ ରାସ୍ତାରେ ବସି ମଦ…, କିଏ ଏହି ବବି କଟାରିୟା ?

0

Get real time updates directly on you device, subscribe now.

Who is Bobby kataria: ଗୁରୁଗ୍ରାମର ବାସିନ୍ଦା ୟୁଟ୍ୟୁବର ବବି କଟାରିୟା ବିବାଦକୁ ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଭାଇରାଲ ହୋଇଛି । ଗୋଟିଏ ଭିଡ଼ିଓରେ ସେ ଫ୍ଲାଇଟ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛନ୍ତି । ଅନ୍ୟ ଗୋଟିଏ ଭିଡ଼ିଓରେ ରାସ୍ତାରେ ବସି ମଦ ପିଉଛନ୍ତି । ଉଭୟ ମାମଲାରେ ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି ।

ସୋସିଆଲ ମିଡ଼ିଆ ୟୁଜର ମାନେ ମଧ୍ୟ ବବି କଟାରିୟାଙ୍କ କାର୍ଯ୍ୟକଳାପ ଦେଖି କ୍ରୋଧିତ ଅଛନ୍ତି । ସେ ପୁର୍ବରୁ ମଧ୍ୟ ଏପରି କରି ସାରିଛନ୍ତି । ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ସେ ନିଜକୁ ସେଲିବ୍ରେଟି ପରି ଉପସ୍ଥାପନା କରିଥାନ୍ତି । ଫେସବୁକରେ ତାଙ୍କର 8 ଲକ୍ଷରୁ ଅଧିକ ଫୋଲୋର ଅଛନ୍ତି । ଇନ୍ଷ୍ଟାଗ୍ରାମରେ 6 ଲକ୍ଷ 30 ହଜାରରୁ ଅଧିକ ଫୋଲୋର୍ ଅଛନ୍ତି । ଉଭୟ ଆକାଉଣ୍ଟ ଭେରିଫାଇଡ ଅଟେ ।

ଗୋଟିଏ ଭାଇରାଲ ଭିଡିଓ ବିଷୟରେ କହିବାକୁ ଗଲେ ସେ ରାସ୍ତାରେ ସର୍ବସାଧାରଣଙ୍କ ସାମ୍ନାରେ ମଦ ପିଉଥିବାର ଦେଖାଯାଉଛନ୍ତି । ରାସ୍ତା ମଝିରେ ସେ ଚଉକି ପକାଇ ମଦ ପିଉଛନ୍ତି । ଏହି ମାମଲାରେ ଉତ୍ତରାଖଣ୍ଡର ଡିଜିପି ଯାଞ୍ଚ୍ ପାଇଁ ଆଦେଶ ଦେଇଛନ୍ତି ।

ଏହି ଭିଡ଼ିଓରେ ବବି କଟାରିୟା ସଫେଇ ମଧ୍ୟ ଦେଇଛନ୍ତି, ସେ କହିଛନ୍ତି ଯେ ଏହି ଭିଡିଓ ମନୋରଞ୍ଜନ ପାଇଁ ତିଆରି କରିଥିଲି । କେଉଁଠି ହେଲା କେମିତି ଭାଇରାଲ ହେଲା, ଏ କଥା ମୁଁ ଜାଣିନାହିଁ ।

ସେହିପରି ବବିଙ୍କର ଆଉ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ଫ୍ଲାଇଟ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛନ୍ତି । ଏହି ମାମଲାରେ ସ୍ପାଇସଜେଟର ବୟାନ ମଧ୍ୟ ଆସିଛି । ସ୍ପାଇସଜେଟ କହିଛି ଯେ ଏହି ଭିଡିଓ ପ୍ରଥମ ଥର ପାଇଁ 2022 ରେ ସାମ୍ନାକୁ ଆସିଥିଲା । ଏହାପରେ ଗୁରୁଗ୍ରାମର ଉଦ୍ୟୋଗ ବିହାର ପୋଲିସ ଷ୍ଟେସନରେ ଅଭିଯୋଗ ଦିଆଯାଇଥିଲା ।

ବବି ଏହି ଭିଡିଓକୁ ବିଦେଶର ବୋଲି କହିଛନ୍ତି । ସେ ନିଜର ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, ” ଆରେ ବିଧାୟକ ମହାଶୟ, ପୁରା ସୂଚନା ପରେ ହିଁ Tweet କର! ମୋ ସହ କଥା ହୋଇଥାନ୍ତ, ମିଡିଆକୁ ମଧ୍ୟ କାହିଁକି ହଇରାଣ କରୁଛ ।” ବାସ୍ତବରେ ଏହି ଭିଡିଓ ଟୁଇଟରରେ ଉତ୍ତରାଖଣ୍ଡର MLA ଉମେଶ କୁମାର ଟୁଇଟ କରିଥିଲେ ।

ଥାନାରେ ପୋଲିସ ସାମ୍ନାରେ ବସିଲେ ଏବଂ ତାପରେ…

ବବିଙ୍କର ଆଉ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ସେ ଆଗ୍ରାର ପୋଲିସ ଚୌକି ନେହେରୁ ନଗରର ଭିତରେ ଏବଂ ପୋଲିସ ଅଧିକାରୀଙ୍କ ସାମ୍ନାରେ ରାଜା ଷ୍ଟାଇଲରେ ବସିଥିଲେ । ସୀମା ତ ସେତେବେଳେ ପାର ହୋଇଗଲା, ଯେତେବେଳେ ପୋଲିସ କର୍ମଚାରୀ ତାଙ୍କୁ ବାହାରକୁ ଛାଡ଼ିବାକୁ ଆସିଲେ ।

Leave A Reply

Your email address will not be published.