Insomnia: ସୂର୍ଯ୍ୟ ବୁଡ଼ିବାପରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି 5 ଟି ଜିନିଷ, ନଚେତ୍ ଶାନ୍ତିରେ ଶୋଇପାରିବେ ନାହିଁ
How to get good sleep: ଭଲ ସ୍ବାସ୍ଥ୍ୟ ପାଇଁ ପ୍ରତିଦିନ 7-8 ଘଣ୍ଟାର ଗଭୀର ନିଦରେ ଶୋଇବା ଉଚିତ୍ । ଏହାଦ୍ବାରା ଶରୀର ସହିତ ମସ୍ତିଷ୍କ ମଧ୍ୟ ଆରାମ ପାଏ ଏବଂ ମଣିଷ ଫିଟ୍ ରୁହେ । ଏହା ଠାରୁ କମ୍ କିମ୍ବା ଅଧିକ ସମୟ ଶୋଇଲେ ଆପଣ ଫିଟ୍ ହେବା ବଦଳରେ ରୋଗରେ ପଡିପାରନ୍ତି ଏବଂ ଆପଣଙ୍କ ମାନସିକ ସ୍ବାସ୍ଥ୍ୟ ମଧ୍ୟ ବିଗିଡି ଯାଇପାରେ । ଆଜି ଆମେ ଆପଣଙ୍କୁ ସେହି 5 ଟି ଖାଦ୍ୟ ବିଷୟରେ କହିବୁ, ଯାହାକୁ ଆପଣ ସୂର୍ଯ୍ୟ ବୁଡ଼ିବା ପରେ ବିଲକୁଲ ଖାଇବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଆପଣଙ୍କ ରାତିର ନିଦ ଉଡ଼ି ଯାଇପାରେ ଏବଂ ଅଜାଣତରେ ଅନିଦ୍ରାର ଶିକାର ହୋଇପାରନ୍ତି । ଆସନ୍ତୁ ଜାଣିବା ସେହି କାରଣ ଗୁଡିକ କଣ କଣ ।
ରାତିରେ ପିଅନ୍ତୁ ନାହିଁ ଚା ଏବଂ କଫି :-
ଯଦି ଆପଣ ରାତିରେ ଭଲରେ ଶୋଇବାକୁ ଚାହୁଁଛନ୍ତି, ତେବେ ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ ଚା କିମ୍ବା କଫି ପିଇବା ଉଚିତ ନୁହେଁ । ଏହି ଦୁଇଟି ଜିନିଷରେ କଫିନ ରହିଥାଏ, ଯାହା ନିଦକୁ ଘଉଡ଼ାଇବା ପରି କାମ କରିଥାଏ । ତେଣୁ ଯଦି ଆପଣ ଫିଟନେସ ଚାହୁଁଛନ୍ତି, ତେବେ ଆଜି ହିଁ ଏହି ଦୁଇଟି ଜିନିଷକୁ ପରିତ୍ୟାଗ କରନ୍ତୁ ।
ଅନେକ ଲୋକ ରାତିରେ ପ୍ରାୟ ସ୍ୟାଣ୍ଡବିଚ୍ କିମ୍ବା ବର୍ଗର ଖାଇବାକୁ ପସନ୍ଦ କରନ୍ତି । ଏହି ଜିନିଷ ଅନେକ ଦିନର ବାସି ରହିଥାଏ, ଯାହାକୁ ଖାଇବା ଦ୍ଵାରା ଶରୀରକୁ ପୋଷଣ ମିଳିବା ବଦଳରେ ରୋଗ ମିଳିଥାଏ । ତେଣୁ ଯେତିକି ସମ୍ଭବ ରାତିରେ କଣ୍ ଦିନରେ ମଧ୍ୟ ସେ ଜିନିଷ ଖାଇବା ଉଚିତ୍ ନୁହେଁ ।
ରାତିରେ ଚିପ୍ସ କିମ୍ବା କୁରକୁରି ଖାଇବା ମଧ୍ୟ ସ୍ଲିପ୍ କିଲର ହୋଇଥାଏ । ଏସବୁ ଜିନିଷରେ ଅଧିକ ପରିମାଣରେ ମୋନୋସୋଡ଼ିୟମ ଗ୍ଲୁଟାମେଟ୍ ହୋଇଥାଏ, ଯାହା ଆପଣଙ୍କ ନିଦକୁ ଉଡ଼ାଇ ଦିଏ । ଏହାସହିତ ଆପଣଙ୍କୁ ଡାଇବେଟିସ, ହାଇବିପି ଭଳି ରୋଗ ମଧ୍ୟ ହୋଇପାରେ ।
ଅନେକ ଲୋକ ମସଲା ଜିନିଷ ଖାଇବାକୁ ବହୁତ୍ ଭଲ ପାଆନ୍ତି । ଆପଣ ଦିନରେ ତ ଏହିପରି ଖାଦ୍ୟ ସହଜରେ ହଜମ କରିପାରିବେ । କିନ୍ତୁ ରାତିରେ ଏହି ପ୍ରକାର ମସଲା ଜାତୀୟ ଜିନିଷ ହଜମ ହେବା ବହୁତ୍ କଷ୍ଟକର ହୋଇଥାଏ । ଯାହା ଦ୍ଵାରା ଛାତି ପୋଡିବା, ଏସିଡିଟି ଏବଂ ହଜମ ନ ହେବା ପରି ସମସ୍ୟା ହୁଏ । ଯେଉଁ କାରଣରୁ ରାତିରେ ଶୋଇବାରେ ମଧ୍ୟ ବହୁତ୍ ଅସୁବିଧା ହୋଇଥାଏ ।