ସୁଡ଼ଙ୍ଗରେ ଭିତରେ ପଶିଲା ଟ୍ରେନ,୧୦୬ ଜଣ ଯାତ୍ରୀଙ୍କ ସହିତ ରହସ୍ୟମୟୀ ଭାବରେ ହେଲା ଗାଏବ…

0

Get real time updates directly on you device, subscribe now.

ସୁଡ଼ଙ୍ଗ ଭିତରୁ ଗାଏବ ହୋଇଯାଇଥିଲା ଟ୍ରେନ :-

କୁହାଯାଇଥାଏ ଯେ ଜେନେଟି ନାମକ ଗୋଟିଏ ଟ୍ରେନ 1911 ମସିହାରେ ରୋମନ୍ ଷ୍ଟେସନରୁ ବାହାରିଥିଲା । ଏହାମଧ୍ୟରେ ଟ୍ରେନକୁ ଗୋଟିଏ ସୁଡ଼ଙ୍ଗ ଦେଇ ଗତି କରିବାର ଥିଲା, କିନ୍ତୁ ଟ୍ରେନ ସୁଡ଼ଙ୍ଗ ଭିତରକୁ ଯିବା ମାତ୍ରେ ତାହା ଗାଏବ ହୋଇଗଲା । ଏହି ସମୟରେ ଟ୍ରେନକୁ ବହୁତ୍ ଖୋଜା ଗଲା, କିନ୍ତୁ ତାର କିଛି ବି ଜଣାପଡ଼ିଲା ନାହିଁ ।

ସେହି ଟ୍ରେନରୁ ଓହ୍ଲାଇ ଯାଇଥିଲେ ଦୁଇଜଣ ଲୋକ :-

ପରେ ସେହି ଟ୍ରେନରୁ ଦୁଇଜଣ ଲୋକ ସୁଡ଼ଙ୍ଗ ବାହାରେ ମିଳିଲେ । ଏହି ସମୟରେ ସେମାନେ ଏମିତି ଆଶ୍ଚର୍ଯ୍ୟଜନକ ଘଟଣା କହିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ କହିଲେ ଯେ ଟ୍ରେନ ସୁଡ଼ଙ୍ଗ ପାଖରେ ପହଞ୍ଚିବା ମାତ୍ରେ ହିଁ ସେଥିରୁ ଗୋଟିଏ ରହସ୍ୟମୟୀ ଧୂଆଁ ବାହାରୁଥିଲା । ଏହା ଦେଖି ସେମାନେ ବହୁତ୍ ଡରିଗଲେ ଏବଂ ଟ୍ରେନରୁ ଡେଇଁ ପଡ଼ିଲେ । ଏହାପରେ ଟ୍ରେନ ସୁଡ଼ଙ୍ଗ ଭିତରେ ପଶିଗଲା ଏବଂ କେବେ ବି ମିଳିଲା ନାହିଁ ।

ନିଜ ସମୟରୁ 71 ବର୍ଷ ଅତୀତକୁ ଚାଲି ଯାଇଥିଲା ଟ୍ରେନ :-

ଏହି ରହସ୍ୟମୟୀ ଘଟଣା ବିଷୟରେ କୁହାଯାଉଛି ଯେ ଏହି ଟ୍ରେନ ନିଜ ସମୟରୁ 71 ବର୍ଷ ପଛକୁ ଅର୍ଥାତ୍ ଅତୀତକୁ ଚାଲିଗଲା । ଅନେକ ମିଡ଼ିଆ ରିପୋର୍ଟ୍ ଅନୁଯାୟୀ ଏହି ଟ୍ରେନ 1840 ରେ ମେକ୍ସିକୋ ପହଞ୍ଚିଥିଲା । ଏହି କାରଣରୁ ଏହାକୁ ଭୂତ ଟ୍ରେନ ମଧ୍ୟ କୁହାଯାଏ ।

ହସ୍ପିଟାଲରେ କାମ କରୁଥିବା ଡ଼ାକ୍ତର କଲେ ଏପରି ଦାବି :-

ଏହା ମଧ୍ୟ କୁହାଯାଇଛି ଯେ ମେକ୍ସିକୋର ଜଣେ ଡାକ୍ତର ଦାବି କରିଛନ୍ତି ଯେ ସେ କାର୍ଯ୍ୟ କରୁଥିବା ଡାକ୍ତରଖାନାରେ ପ୍ରାୟ 104 ରୋଗୀଙ୍କୁ ରହସ୍ୟମୟ ଭାବରେ ଭର୍ତ୍ତି କରାଯାଇଛି । ତେବେ ଏହା ମଧ୍ୟ କୁହାଯାଇଥିଲା ଯେ ସମସ୍ତେ ପାଗଳ ହୋଇଯାଇଥିଲେ । ସେମାନେ କେବଳ ସୂଚନା ଦେଇଥିଲେ ଯେ ସମସ୍ତେ ଟ୍ରେନରେ ଆସିଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ସେହି ସମୟ ପର୍ଯ୍ୟନ୍ତ ରୋମରୁ ମେକ୍ସିକୋକୁ ଯିବା ପାଇଁ ସେପରି କୌଣସି ଟ୍ରେନ୍ ରାସ୍ତା ନଥିଲା ।

ସାରା ଦୁନିଆ ପାଇଁ ରହସ୍ୟ ହୋଇ ରହିଯାଇଛି ଏହି ଘଟଣା :-

ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ଏହି ଲୋକମାନଙ୍କର ମେକ୍ସିକୋକୁ ଆସିବାର କୌଣସି ରେକର୍ଡ ନାହିଁ । ଟ୍ରେନର ଏହି ଅଦ୍ଭୁତ ଘଟଣା ସମଗ୍ର ବିଶ୍ୱ ପାଇଁ ରହସ୍ୟ ହୋଇ ରହିଛି । ଏହି ଟ୍ରେନ୍ ଇଟାଲୀ, ରୁଷ, ଜର୍ମାନୀ ଏବଂ ରୋମାନିଆ ପରି ଅନେକ ସ୍ଥାନରେ ଦେଖାଯାଇଛି ବୋଲି ଦାବି କରାଯାଇଛି । ଯେତେବେଳେ ଲୋକମାନେ ଟ୍ରେନ୍ ଦେଖିଲେ, ସେତେବେଳେ ଅନୁଭବ ହେଲା ଯେ ସେମାନେ 1911 ରେ ଟ୍ରେନ ଗାଏବ ହୋଇଥିଲା ।

Leave A Reply

Your email address will not be published.