ଭେଣେଇ ସହିତ ବେଡ଼ରୁମରେ ଥିଲା କନ୍ୟା, ଆଉ ବାହାଘର ଦିନ ସାରା ଦୁନିଆଁକୁ ସେଇ ଭିଡିଓ ଦେଖାଇଲା ବର,ଆଉ ତା ପରେ …ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିବାହ ସମାରୋହ ସମୟରେ ପରିବାର ଏବଂ ଅତିଥିଙ୍କ ସାମ୍ନାରେ ହିଁ ବର କନ୍ୟାର ପୋଲ ଖୋଲିଦେଲା । ବାସ୍ତବରେ ବର ଷ୍ଟେଜରେ ଥିବା ଗୋଟିଏ ସ୍କ୍ରିନରେ କନ୍ୟାର ଆପତ୍ତିଜନକ ଭିଡ଼ିଓ ଚଳାଇ ଦେଲା । ଏଥିରେ କନ୍ୟା ଜଣେ ଅନ୍ୟ ବ୍ୟକ୍ତି ସହିତ ରୋମାନ୍ସ କରୁଥିବାର ଦେଖାଗଲା । ଏହି ଘଟଣାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସେୟାର କରାଗଲା, ଯେଉଁଥିପାଇଁ ହଙ୍ଗାମା ସୃଷ୍ଟି ହୋଇଥିଲା ।

ଏହି ମାମଲାଟି ଚୀନର ଅଟେ । ଏଠାରେ ନବଦମ୍ପତିଙ୍କ ରିସେପ୍ସନ ପାର୍ଟିରେ କନ୍ୟାର ଏଡଲ୍ଟ ଭିଡିଓ ଦେଖି ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଗଲେ । କନ୍ୟା ଯେଉଁ ବ୍ୟକ୍ତି ସହିତ କଥିତ ଭାବରେ ଆପତ୍ତିଜନକ ଅବସ୍ଥାରେ ଥିଲା, ସେ ତାର ଭେଣେଇ ଥିଲା ।

ଭିଡିଓ ଦେଖି କନ୍ୟା ବହୁତ୍ ରାଗିଗଲା । ସେ ନିଜ ହାତରେ ଧରିଥିବା ବୁକେ ସ୍ବାମୀ ଉପରକୁ ଫିଙ୍ଗି ଦେଲା ଏବଂ ଚିତ୍କାର କରି କହିଲା – କଣ ତୁମକୁ ଲାଗୁଛି ମତେ ଏ ବିଷୟରେ ଆଗରୁ ଜଣାନଥିଲା ?

ବାସ୍ତବରେ ଏହି ଭିଡିଓ 2019 ରେ ଭାଇରାଲ୍ ହୋଇଥିଲା । ଯାହାକୁ ପୁଣିଥରେ ଟିକଟକରେ ସେୟାର କରାଗଲା । ଏଠାରେ ଏହାକୁ ପ୍ରାୟ 60 ଲକ୍ଷ ଥର ଦେଖାଯାଇଛି । ଭିଡ଼ିଓରେ ହଜାର ହଜାର ଲୋକ କମେଣ୍ଟ କରିଛନ୍ତି । ଭାଇରାଲ ହେଉଥିବା ଫୁଟେଜ ଉପରେ ଟେକ୍ସଟରେ ଲେଖାଯାଇଥିଲା – ବର ଧୋକା ଦେଉଥିବା ସ୍ତ୍ରୀର ଭିଡିଓ ସମସ୍ତଙ୍କ ସାମ୍ନାରେ ଚଳାଇଦେଲା ।

ଏହି ପୋଷ୍ଟରେ ଅଧିକାଂଶ ଲୋକ ବର ପକ୍ଷରେ ଥିବାର ଦେଖାଗଲେ । ଲୋକମାନେ କହିଲେ ଯେ କନ୍ୟାକୁ ସେୟା ମିଳିଲା, ଯାହାର ସେ ଯୋଗ୍ୟ ଅଟେ । ଜଣେ ୟୁଜର ଲେଖିଛନ୍ତି – ସବୁଠାରୁ ଭଲ ପ୍ରତିଶୋଧ, ଯାହା ପୁରା ପରିବାର ଏବଂ ସାଙ୍ଗମାନଙ୍କ ସାମ୍ନାରେ ନିଆଗଲା । ଅନ୍ୟ ଜଣେ ଲେଖିଛନ୍ତି – ସଚ୍ଚୋଟତାର ସହ କହିବାକୁ ଗଲେ ମୁଁ ବି ଏତେ ଖରାପ୍ ଏବଂ 1000 ପ୍ରତିଶତ ମୁଁ ମଧ୍ୟ ଏହା ହିଁ କରିଥାନ୍ତି ।

ତେବେ ଲୋକମାନେ ଏହି କଥାକୁ ବୁଝିପାରୁ ନାହାନ୍ତି ଯେ ଏତେ ସବୁ ହେବା ସତ୍ତ୍ବେ ମଧ୍ୟ ଏହି ବ୍ୟକ୍ତି ବିବାହ କାହିଁକି କଲେ ? ଜଣେ ୟୁଜର ଲେଖିଛନ୍ତି – ଯଦି ଏତେ କଥା, ତେବେ ବ୍ୟକ୍ତିଜଣକ ଏତେ ପଇସା କାହିଁକି ଖର୍ଚ୍ଚ କଲେ ? ଉତ୍ତରରେ କିଛି ଲୋକ କହିଛନ୍ତି ଯେ ଭେନ୍ୟୁ ବୁକ୍ କରିବାପରେ ରିଫଣ୍ଡରେ ଅସୁବିଧା ହୋଇଥାନ୍ତା, ସେଥିପାଇଁ ବର ଏପରି ପଦକ୍ଷେପ ନେଲା ।

Leave A Reply

Your email address will not be published.