ଆମେ ମଣିଷ ଜନ୍ତୁ ମାନଙ୍କ ଠାରୁ ବହୁତ ବୁଦ୍ଧିମାନ ହାଇଥାଉ, ଏହି କାରଣ ପାଇଁ ଆମେ ଜାନୁଆର ମାନଙ୍କ ଠାରୁ ବହୁତ ଭଲରେ ରହୁ। ଏହାର ଅର୍ଥ ନୁହେଁ ଯେ ଆମେ ଆମର ବଢ଼ୁଥିବା ଜନସଂଖ୍ୟା ଯୋଗୁଁ ବସତି ସ୍ଥାପନ ପାଇଁ ସେମାନଙ୍କ ବସତି ସ୍ଥାପନକୁ ଅକ୍ତିଆର କରି ଜଙ୍ଗଲ କାଟି ନିଜ ଘର ବନାଇବା। ଏମିତିରେ ବିଚରା ଜାନୁଆରଙ୍କ ପାଖରେ ରହିବାପାଇଁ ବହୁତ କମ ଜାଗା ରହିଛି। ଏଥିପାଇଁ ସେମାନେ ମଣିଷ ମାନଙ୍କ ବସ୍ତିରେ ପଶିବାରେ ଲାଗୁଛନ୍ତି।
ମଣିଷ ଅଞ୍ଚଳରେ ଦେଖିବାକୁ ମିଳିଲା ବିଶାଳ ଗଣ୍ଡା:-
ଆପଣ ମଧ୍ୟ ଗାଁ ଭିତରେ ତେନ୍ଦୁଆ, ମାଙ୍କଡ଼, ସିଂହ, ହାତୀ ପଶିବାର କଥା ଶୁଣିଥିବେ। କଣ ଆପଣ କେବେ ଗଣ୍ଡାଙ୍କୁ ମଣିଷ ବସ୍ତି ଭିତରକୁ ପଶିଥିବାର ଦେଖିଛନ୍ତି କି? ଆଜି ମଧ୍ୟ ଆମେ ଆପଣଙ୍କୁ ଏମିତି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ। ଏବେଏବେ ସୋସିଆଲ ମିଡ଼ିଆରେ ଏକ ଗଣ୍ଡାର ଭିଡ଼ିଓ ଭାଇରାଲ ହେଉଛି ଯିଏକି ମଣିଷ ବସ୍ତି ଭିତରେ ଦୌଡ଼ିବାକୁ ଲାଗୁଛନ୍ତି।
ଏହି ଭିଡ଼ିଓରେ ଆପଣ ଦେଖିପାରିବେ ଜଣେ ଗଣ୍ଡା ମଣିଷ ବସ୍ତି ଭିତରେ ଦୌଡ଼ିବାକୁ ଲାଗୁଛି ବୋଧହୁଏ ସେ ବାଟ ଭୁଲିଯାଇଛି ଓ ପୁଣିଥରେ ଜଙ୍ଗଲକୁ ଯିବାକୁ ଚାହୁଁଛି। ଏଥିରେ କୌଣସି ମଣିଷ ତାଙ୍କୁ କ୍ଷତି ପହଞ୍ଚାଉ ନାହାଁନ୍ତି।
IFS ଶେୟର କଲେ ଭିଡ଼ିଓ:-
ଏହି ଭିଡ଼ିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏହାକୁ ଶେୟର କରିଛନ୍ତି। ଭିଡ଼ିଓ ସହିତ ସେ କ୍ୟାପ୍ସନରେ ଲେଖିଥିଲେ, ଯେତେବେଳେ ମଣିଷ ଜାନୁଆର ମାନଙ୍କ ଅଞ୍ଚଳରେ ରହିବାକୁ ଆରମ୍ଭ କଲେ ସେତେବେଳେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ କି, ଗଣ୍ଡା କାହିଁକି ମଣିଷଙ୍କ ବସ୍ତି ଆଡ଼କୁ ଦୌଡ଼ିବାକୁ ଲାଗୁଛନ୍ତି।
ଏହି ଭିଡ଼ିଓ କେଉଁଠାରର ଅଟେ ଏହା ଜଣାପଡ଼ିନାହିଁ। ଏହି ଭିଡ଼ିଓକୁ ଦେଖି ଲୋକେ ବହୁତସାରା କମେଣ୍ଟ କରିବାକୁ ଲାଗୁଛନ୍ତି। ଜଣଙ୍କୁ ଏହାର ଚିନ୍ତା ହେଉଛି ଓ ସେ ବନବିଭାଗକୁ ସୂଚନା ଦେବାରେ ଲାଗନ୍ତି। ଭିଡ଼ିଓକୁ ଦେଖିବାପରେ ବହୁତସାରା ଏଥିରେ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି।
ଦେଖନ୍ତୁ ଭିଡିଓ:-
When the human settlement strays into a rhino habitat…
Don’t confuse with Rhino straying in to a town pic.twitter.com/R6cy3TlGv1— Susanta Nanda IFS (@susantananda3) August 5, 2022
କୁହାଯାଉଛି ଗୋଟିଏ ଗଣ୍ଡାର ଓଜନ 1700 କିଲୋରୁ 2300 କିଲୋ ପର୍ଯ୍ୟନ୍ତ ହୋଇଥାଏ। ଏହା ଗୋଟିଏ ଶାକାହାରୀ ଜାନୁଆର ଅଟେ। କ୍ରୋଧ ଆସିବାପରେ କାହାକୁ ମଧ୍ୟ ଏହି ଜାନୁଆର ଆହତ କରିପାରେ।