Shocking Video: ପୋଲ ତଳେ ନଦୀରେ ଭାସୁଥିବାର ଦେଖାଗଲା 14 ଟି କାର, ଏହା ପଛର ସତ ଜାଣିଲେ ଆପଣ ମଧ୍ୟ କହିବେ- ବାଃ ବାଃ

0

Get real time updates directly on you device, subscribe now.

Accident Viral Video: ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ଗୋଟିଏ ଜଙ୍ଗଲରେ ବର୍ଷା ପରେ ଅଚାନକ ପାଣି ବଢିବାରୁ ଅତି କମରେ 14ଟି କାର ବହିଗଲା ଏବଂ 50 ଜଣ ଲୋକ ନିଜର ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନ ଆଡ଼କୁ ପଳାଇଗଲେ । ପୋଲିସ ସୋମବାର ଦିନ ଏହି ସୂଚନା ଦେଇଛି । ଆଡ଼ିସନାଲ ସୁପ୍ରିଟେଡେଣ୍ଟ ଅଫ ପୋଲିସ ଜିତେନ୍ଦ୍ର ସିଂହ ପବାର କହିଛନ୍ତି ଯେ ଇନ୍ଦୋର ଜିଲ୍ଲାର ସବୁ ଲୋକମାନେ ରବିବାର ଦିନ ସନ୍ଧ୍ୟାକୁ ବଲବାଡା ଥାନା ଅଞ୍ଚଳର କଟକୁଟ୍ ଜଙ୍ଗଲରେ ସୁକଡି ନଦୀ ପାଖରେ ପିକନିକର ଆନନ୍ଦ ନେଉଥିଲେ । ଅଞ୍ଚଳରେ ବର୍ଷା ପରେ ନଦୀର ଜଳସ୍ତର ଅଚାନକ ବଢ଼ିଗଲା ।

ଅଚାନକ ଆସିଥିବା ବର୍ଷା 14 ଟି କାର ବୁହାଇ ନେଲା :-

ଅଧିକାରୀ କହିଛନ୍ତି ଯେ ପିକନିକ ମନାଉଥିବା ଲୋକମାନେ ନିଜ କାର ଏବଂ ସ୍ପୋର୍ଟସ ୟୁଟିଲିଟି ବାହନକୁ ପଛରେ ଛାଡି ନିଜକୁ ବଞ୍ଚାଇବା ପାଇଁ ଜଙ୍ଗଲରେ ଉଚ୍ଚ ସ୍ଥାନକୁ ଚାଲିଗଲେ । ସେ କହିଛନ୍ତି ଯେ କିଛି ଏସୟୁଭି ସହିତ ଅତି କମରେ 14 ଟି କାର ପାଣିରେ ବହିଗଲା । ସୂଚନା ମିଳିବା ମାତ୍ରେ ହିଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ଵାରା ଟ୍ରାକ୍ଟର ସାହାଯ୍ୟରେ 10 ଟି କାର ଏବଂ ଏସୟୁଭିକୁ ବାହାର କଲେ ।

ଅଧିକାରୀ କହିଛନ୍ତି ଯେ ଟେକ୍ନିକାଲ ପ୍ରୋବଲେମ କାରଣରୁ କାର ଗୁଡ଼ିକ ଷ୍ଟାର୍ଟ ହୋଇପାରି ନାହିଁ, କାରଣ ଗାଡ଼ି ଗୁଡ଼ିକ ଭିତରେ ପାଣି ପଶି ଯାଇଥିଲା । ସେ କହିଛନ୍ତି ଯେ ପିକନିକ୍ ମନାଉଥିବା ଲୋକଙ୍କୁ ପରେ ଅନ୍ୟ ଗାଡ଼ି ଦ୍ଵାରା ତାଙ୍କ ଘରକୁ ପଠାଇ ଦିଆଗଲା ।

ଦେଖନ୍ତୁ ଭିଡିଓ :-

ପୋଲିସ ଟ୍ରାକ୍ଟର ସାହାଯ୍ୟରେ ବାହାର କଲା ଗାଡ଼ି :-

ସେ କହିଛନ୍ତି ଯେ ତିନୋଟି ଅନ୍ୟ କାର ବହୁତ୍ ଦୂର ପର୍ଯ୍ୟନ୍ତ ବହି ଯାଇଥିଲା ଏବଂ ପୋଲର ଖଂଭ ପାଖରେ ଅଟକିଥିଲା । ଅଧିକାରୀ କହିଛନ୍ତି ଯେ ସ୍ଥାନୀୟ ପୋଲିସକୁ ଅଞ୍ଚଳରେ ଗୋଟିଏ ବୋର୍ଡ ଲଗାଇବାକୁ ମଧ୍ୟ କୁହାଯାଇଛି, ଯାହା ଦ୍ଵାରା ଏପରି ସ୍ଥାନରେ ଅଚାନକ ପାଣି ବଢିବାର ବିପଦର ସୂଚନା ଦିଆଯାଇପାରିବ ।

Leave A Reply

Your email address will not be published.