ବୋହୂକୁ ହୋଇଥିଲା ଦନ୍ତ ଅସ୍ଥି କ୍ଷୟ ରୋଗ,କିନ୍ତୁ କ୍ୟାନ୍ସର ରୋଗ ହୋଇଛି କହି ସ୍ୱାମୀ ତଥା ଶାଶୁଘର ଲୋକ ନିର୍ଯ୍ୟାତନା ଦେଇ ମାରିଦେଲେ ବୋହୂକୁ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଶାଶୁଘର ନିର୍ଯାତନା ସହି ନପାରି ଜୀବନ ହାରିଲେ ନବବଧୂ । କ୍ୟାନସର ସନ୍ଦେହରେ ଶାଶୂଘର ଲୋକେ ନବବଧୂକୁ ଘରୁ ତଡ଼ିଦେବାରୁ ବୋହୂ ଜଣକ ଆତ୍ମହତ୍ୟା କରିଛନ୍ତି । ନୂଆବୋହୁର କ୍ୟାନସର ହୋଇଥିବା ସନ୍ଦେହରେ ବାହାଘର ଏକ ମାସ ପରେ କ୍ୟାନସର ରୋଗୀ କହି ନବବଧୂକୁ ଘରୁ ତଡ଼ି ଦେଇଛନ୍ତି ଶାଶୂଘର ଲୋକେ । ତେବେ ଏଭଳି ଚାଞ୍ଚଲ୍ୟକର ଘଟଣା ଭୁବନଶ୍ୱେର ମଞ୍ଚେଶ୍ୱର ଥାନା ମଳୟ ବିହାରରେ ଦେଖିବାକୁ ମିଳିଛି । ମୃତ ନବବଧୂ ହେଲେ ନିଆଳିର ପ୍ରଜ୍ଞା ପରମିତା ସ୍ୱାଇଁ । ଏ ନେଇ ଥାନାରେ ଭାଇ ଆଣିଲେ ଶାରିରୀକ ନିର୍ଯାତନା ଅଭିଯୋଗ ।

କ୍ୟାନସର ସନ୍ଦେହରେ ବାହାର କରିଥିଲେ ମଧ୍ୟ ପରେ ଏହା ଦାନ୍ତ ରୋଗ ବୋଲି ଜଣାପଡ଼ିଥିଲା । ମାନସିକ ଚିନ୍ତାରେ ବେକରେ ରଶି ଲଗାଇ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ । ସ୍ୱାମୀଙ୍କ ହାତ ଧରି ନୂଆ ସଂସାର ଗଢିବା ପାଇଁ ଆଖିରେ ଆଖିଏ ସ୍ୱପ୍ନ ଦେଖିଥିଲେ । କଟକ ଜିଲ୍ଲା ନିଆଳୀ ଥାନା ଲୁଣିଗାଁରେ ପ୍ରଜ୍ଞାଙ୍କ ଘର । ଧୁମଧାମରେ ବୈଦିକ ରୀତି ନୀତି ଅନୁସାରେ ବିବାହ ହୋଇଥିଲା ଭୁବନେଶ୍ୱର ପଟିଆ ନିବାସୀ ପ୍ରଶାନ୍ତ ପାତ୍ରଙ୍କ ସହ । ତେବେ ବିବାହକୁ ୨ ସପ୍ତାହ ପୂରିନାହିଁ, ପାଣି ଫୋଟକା ଭଳି ମିଳାଇଗଲା ପ୍ରଜ୍ଞା ପାରମିତାଙ୍କ ସବୁ ସ୍ୱପ୍ନ । ଜୀବନରେ ଘୋଟି ଆସିଲା କଳା ବାଦଲ ।

ପ୍ରଜ୍ଞାଙ୍କ ଦୋଷ ଏତିକି ଥିଲା, ତାଙ୍କର ଦାନ୍ତରେ ଯନ୍ତ୍ରଣା ହୋଇଥିଲା । ଯାହାକୁ କ୍ୟାନସର ବୋଲି କେହି ଜଣେ କହିବା ପରେ ଆରମ୍ଭ ହୋଇ ଯାଇଥିଲା ନିର୍ଯାତନା । ଶାଶୂ, ନଣନ୍ଦ, ସ୍ୱାମୀ ଏକାଠି ହୋଇ ଅତ୍ୟାଚାର କଲେ, ଆଉ ପ୍ରଜ୍ଞାଙ୍କ ବାପଘରକୁ ଫୋନ କରି ରୋଗିଣା ଝିଅକୁ ନେଇଯାଅ ବୋଲି କହିଲେ । କିଛି ଉପାୟ ନପାଇ ଜୁନ ୨୦ ତାରିଖ ଦିନ, ପ୍ରିୟବ୍ରତ, ଭଉଣୀ ପ୍ରଜ୍ଞାଙ୍କୁୁ ଆଣି ରସୁଲଗଡ଼ ଅଂଚଳରେ ନେଇଥିବା ଭଡାଘରେ ରଖିଥିଲେ ।

ଏକ ଘରୋଇ ହସପିଟାଲରେ ଦେଖାଇବା ପରେ ଜଣାପଡିଲା, ପ୍ରଜ୍ଞାଙ୍କୁ କ୍ୟାନସର ହୋଇନାହିଁ । ଦନ୍ତ କ୍ଷୟ ରୋଗ ରହିଛି, ଯାହା ଏକ ମାଇନର ଅପରେସନରେ ଭଲ ହୋଇ ଯାଇଥିଲା । କିନ୍ତୁ ସେତେବଳେକୁ ପ୍ରଜ୍ଞାଙ୍କ ଫୋନ ନମ୍ବର ବ୍ଳକ କରି ଦେଇଥିଲେ ଶାଶୂଘର ଲୋକ । ଏପଟେ ବିବାହ ମଧ୍ୟସ୍ଥି ହାତରେ ଖବର ପଠାଇଲେ ସେମାନେ ଆଉ ବୋହୂକୁ ନେବେ ନାହିଁ । ଏହା ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପ୍ରଜ୍ଞା ଆଉ ଶେଷରେ ଜୀବନ ହାରିଦେଲେ । ଭଉଣୀ ପ୍ରଜ୍ଞା ପାରମିତା ଆତ୍ମହତ୍ୟା ପାଇଁ ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକ ଦାୟୀ ବୋଲି ମଂଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ ।

Leave A Reply

Your email address will not be published.