ଅଭିନେତ୍ରୀ ବିଦୁସ୍ମିତାଙ୍କୁ ଧୋକା। ଜମି କିଣିଦେବେ ବୋଲି କହି ଠକେଇ ଦେଲେ। ଏ ବିଷୟରେ ସେ ଖଣ୍ଡଗିରି ଥାନାରେ ଏକ ଅଭିଯୋଗ ଦେଇଥିଲେ। ଜଣେ ଦଲାଲ ତାଙ୍କ ନିକଟରୁ ୧୫ ଲକ୍ଷ ଟଙ୍କା ଠକି ନେଇଛି। ବିଦୁସ୍ମିତା ୨୦୧୯ ମସିହାରେ ଜମି କିଣିବା ପାଇଁ ଏକ ରିଏଲ ଡେଭଲପର୍ସ ଏଣ୍ଡ କଂଷ୍ଟ୍ରକ୍ସନ ଲିମିଟେଡ ନାମକ ଏକ ସଂସ୍ଥା ସହ ଯୋଗାଯୋଗ କରିଥିଲେ ବିଦୁସ୍ମିତା।
ଏହି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅରୁଣଜ୍ଯୋତି ପଟ୍ଟନାୟକ ତାଙ୍କୁ କଳିଙ୍ଗ ବିହାରରେ ଏକ ଜମି ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ବିଦୁସ୍ମିତା ଅଗ୍ରୀମ ୧୫ ଲକ୍ଷ ଟଙ୍କା ଦେବା ସହିତ ଏଗ୍ରିମେଣ୍ଟ ପରେ ବକେୟା ଟଙ୍କା ଦେବେ ବୋଲି ଚୁକ୍ତି ହୋଇଥିଲା। ଯେଉଁଥିପାଇଁ ବିଦୁସ୍ମିତା ଅଗ୍ରୀମ ୧୫ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। ତାଙ୍କୁ ଅରୁଣ କହିଥିଲେକି ଟଙ୍କା ଦେବାର ଦୁଇ ମାସ ମଧ୍ୟରେ ତାଙ୍କୁ ପଞ୍ଜୀକରଣ କରାଯିବ।

କିନ୍ତୁ ୨ ମାସ ଯାଇ ୨ ବର୍ଷ ହୋଇଗଲାଣି କିନ୍ତୁ ଅରୁଣ ବର୍ତ୍ତମାନ ପର୍ଯ୍ଯନ୍ତ ବିଦୁସ୍ମିତାଙ୍କର ପଞ୍ଜୀକରଣ କରାଇଲେ ନାହିଁ କି ତାଙ୍କର ଟଙ୍କା ମଧ୍ୟ ଫେରସ୍ତ କରାଇଲେ ନାହିଁ। ଏପରିକି ଉକ୍ତ ସଂସ୍ଥା ଓ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଅଭିନେତ୍ରୀ ବିଦୁସ୍ମିତା ଫୋନ ମଧ୍ୟ କରିଥିଲେ। ତଥାପି କେହି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ଆଜିକାଲି କାହି ଦିନ ଗଡାଇ ଚାଲୁଥିଲେ।
ତେଣୁ ବାଧ୍ୟହୋଇ ଆଜି ଅଭିନେତ୍ରୀ ବିଦୁସ୍ମିତା ଖଣ୍ଡଗିରି ପୋଲିସରେ ଏକ ଅଭିଯୋଗ କରିଛି। ତାଙ୍କ ଅଭିଯୋଗକୁ ଆଧାର କରି ଖଣ୍ଡଗିରି ପୋଲିସ ଏକ ମାମଲା ରୁଜ୍ଜୁ କରିଛି। ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା, ବିଦୁସ୍ମିତାଙ୍କୁ ଧୋକା ଦେଇଥିବା ଅରୁଣଜ୍ଯୋତି ପଟ୍ଟନାୟକଙ୍କୁ ପୋଲିସ କେବେ ଗିରଫ କରୁଛି।