ହିନ୍ଦୀ ସିନେମା ଜଗତର ଦମଦାର ଅଭିନେତା ଅକ୍ଷୟ କୁମାର ନିଜର ଅଭିନୟ ଜରିଆରେ ଗୋଟିଏ ରୁ ଗୋଟିଏ ଅନେକ ହିଟ ଫିଲ୍ମ ଦେଇଛନ୍ତି। ଅକ୍ଷୟ କୁମାରଙ୍କୁ ବଲିଉଡରେ ଖିଲାଡ଼ି କୁମାରଙ୍କ ନାମରେ ଜଣାଶୁଣା। ସେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ନିଜର ଦିୱାନା କରିଛନ୍ତି।
ଦର୍ଶକଙ୍କୁ ଅକ୍ଷୟ କୁମାରଙ୍କ ଫିଲ୍ମ ବହୁତ ପସନ୍ଦ ଆସେ। ଅକ୍ଷୟ କୁମାର ନିଜର ଫିଲ୍ମ ଜରିଆରେ ସମସ୍ତ ପ୍ରକାରର ରୋଲ ନିଭାଇଥାନ୍ତି। ଆପଣ ଅକ୍ଷୟ କୁମାରଙ୍କୁ ହସୁଥିବାର ଅନେକଥର ଦେଖିଥିବେ। କିନ୍ତୁ ବୋଧେ ନେସନାଲ ଟେଲିଭିଜନରେ ଆପଣ ଅକ୍ଷୟ କୁମାରଙ୍କୁ କାନ୍ଦୁଥିବାର ଦେଖିନଥିବେ।
ବଲିଉଡର ଏହି ଟଫ ଷ୍ଟାରଙ୍କୁ କେବେ ଇମୋସନାଲ ହେବାର କେହି ଦେଖିନାହାନ୍ତି। କିନ୍ତୁ ପିଲାଙ୍କ ସିଙ୍ଗିଙ୍ଗ ରିୟାଲିଟି ଶୋ “ସୁପରଷ୍ଟାର ସିଙ୍ଗିଙ୍ଗ ୨” ମଞ୍ଚରେ ଅତିଥି ରୂପରେ ଅକ୍ଷୟ କୁମାର ପହଞ୍ଚିଥିଲେ। କିନ୍ତୁ ସେ ସେଠାରେ ଜୋରସେ କାନ୍ଦୁଥିବାର ଦେଖାଯାଇଥିଲା। ତେବେ ଆସନ୍ତୁ ଏହି ଘଟଣା ବିଷୟରେ ଜାଣିବା। କେଉଁ କାରଣରୁ ଅଭିନେତା ଅକ୍ଷୟ କୁମାରଙ୍କ ଆଖିରେ ଲୁହ ଆସିଗଲା ଓ ସେ ଲୁହକୁ ରୋକିପାରିଲେ ନାହିଁ।
ଫିଲ୍ମ “ରକ୍ଷାବନ୍ଧନ”ର ପ୍ରମୋଶନ ପାଇଁ ରିୟାଲିଟି ଶୋରେ ପହଞ୍ଚିଲେ ଅକ୍ଷୟ କୁମାର:-
ଆପଣଙ୍କୁ ଜଣାଇଦେଉଛୁକି ଅକ୍ଷୟ କୁମାର ନିଜର ଫିଲ୍ମ “ରକ୍ଷାବନ୍ଧନ” ର ପ୍ରମୋଶନରେ ବହୁତ ବ୍ୟସ୍ତ ଥିଲେ। ନିଜର ଏହି ଫିଲ୍ମର ପ୍ରମୋଶନ ପାଇଁ ଅକ୍ଷୟ କୁମାର ରିୟାଲିଟି ଶୋ “ସୁପରଷ୍ଟାର ସିଙ୍ଗିଙ୍ଗ ୨”ରେ ଅତିଥି ରୂପରେ ପହଞ୍ଚିଥିଲେ। ଏହି ଶୋର ନୂଆ ପ୍ରମୋ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖାଯାଇପାରିବକି ବଲିଉଡ ଇଣ୍ଡଷ୍ଟ୍ରିର ଖିଲାଡ଼ି ଅକ୍ଷୟ କୁମାର ନିଜର ଭଉଣୀ ଅଲକାର ଅଡିଓ ମେସେଜ ଶୁଣିବା ପରେ ବହୁତ ଭାବୁକ ହୋଇଗଲେ।
ଏହି ସମୟରେ ଶୋର କଣ୍ଟେଷ୍ଟେଣ୍ଟ ଋତୁରାଜ “ଫୁଲୋ କା ତାରୋ କା…” ଗୀତ ଗଉଥିଲେ। ସୁପରଷ୍ଟାର ସିଙ୍ଗର ୨ର ମଞ୍ଚ ଉପରେ ଅପକମିଂ ଏପିସୋଡ ରକ୍ଷାବନ୍ଧନ ସ୍ପେଶାଲ ଅଛି। ଶୋର ସେଟରେ ରାକ୍ଷୀ ପାଳନ କରାଯାଇଛି। ବର୍ତ୍ତମାନ ଶୋରେ ଅକ୍ଷୟ କୁମାର ଆସିବେ, ଯାହାଫଳରେ ଶୋ ଆହୁରି ଧମାଲ ମଚାଇବ।
ରିୟାଲିଟି ଶୋର ସେଟରେ ଜୋର ଜୋରସେ କାନ୍ଦିବାକୁ ଲାଗିଲେ ଅକ୍ଷୟ କୁମାର:-
ବାସ୍ତବରେ, କଣ୍ଟେଷ୍ଟେଣ୍ଟ ରିତୁରାଜଙ୍କର ପରଫରମାନ୍ସ ସମୟରେ ଅକ୍ଷୟ କୁମାରଙ୍କ ଭଉଣୀ ଅଲ୍କାର ଏକ ଅଡିଓ ମେସେଜ ଖେଳାଯାଇଥିଲା, ଯେଉଁଥିରେ ସେ ତାଙ୍କୁ ରାଜୁ ବୋଲି କହୁଥିଲେ। ଏହି ଅଡିଓରେ ସେ ଆହୁରି ମଧ୍ୟ କହିଛନ୍ତିଯେ କାହା ସହ କଥା ହେବାବେଳେ ମୁଁ ଜାଣିଲିକି ଅଗଷ୍ଟ ୧୧ ତାରିଖରେ ରାକ୍ଷୀ ଅଛି। ଭଲ ସମୟ ହେଉ କିମ୍ବା ଖରାପ ହେଉ ତୁମେ ସବୁବେଳେ ମୋ ପାଖରେ ଛିଡା ହୋଇଛ। ଜଣେ ପିତାଙ୍କ ଠାରୁ ଆରମ୍ଭ କରି ଜଣେ ବନ୍ଧୁ ପର୍ଯ୍ୟନ୍ତ, ତୁମେ ମୋ ପାଇଁ ସମସ୍ତ ଭୂମିକା ଗ୍ରହଣ କରିଛ। ମୋତେ ବହୁତ ଭଲ ପାଇଥିବାରୁ ଧନ୍ୟବାଦ।
View this post on Instagram
ଭଉଣୀର ଏହି ସନ୍ଦେଶ ଶୁଣିବା ପରେ ଅକ୍ଷୟ କୁମାରଙ୍କ ଆଖିରେ ଲୁହ ଆସିଗଲା ଓ ସେ କହିବାକୁ ଲାଗିଲେକି ଆମେ ଏକ ଛୋଟ ଘରେ ରହୁଥିଲେ। ଏହି ଦେବୀଙ୍କର ଆସିବା ପରେ ଆମ ଜୀବନ ବଦଳିଗଲା। ଭଉଣୀର ସହଯୋଗ ବ୍ଯତୀତ ଆଉ କୌଣସି ବଡ଼ ସମ୍ପର୍କ ନାହିଁ। ଅକ୍ଷୟ କୁମାର ତାଙ୍କ ଭଉଣୀ ଅଲକା ଭାଟିଆଙ୍କ ଅତି ନିକଟତର। ସେ ନିଜର ଭଉଣୀକୁ ବହୁତ ଭଲ ପାଆନ୍ତି। ଅକ୍ଷୟ କୁମାର ଏହି ଭାଇ-ଭଉଣୀ ସମ୍ପର୍କକୁ କେତେ ସମ୍ମାନ କରନ୍ତି, ତାହା ତାଙ୍କ ଏହି ଭାବପ୍ରବଣ ଭିଡିଓରୁ ଜଣା ପଡିଯାଉଛି।
ଅକ୍ଷୟ କୁମାରଙ୍କ ୱାର୍କ ପ୍ରଣ୍ଟ:-
ଯଦି ଆମେ ଅକ୍ଷୟ କୁମାରଙ୍କ ୱାର୍କ ପ୍ରଣ୍ଟ କଥା କହିବା, ତେବେ ଅଭିନେତାଙ୍କ ଫିଲ୍ମ “ରକ୍ଷାବନ୍ଧନ” ୧୧ ଅଗଷ୍ଟ ୨୦୨୨ରେ ସିନେମାଘରରେ ରିଲିଜ ହେବା ପାଇଁ ଯାଉଛି।