ମଇଁଷିକୁ ନିବିଡ଼ ପ୍ରେମ କରୁଛନ୍ତି ଏହି ଯୁବତୀ, ପ୍ରେମରେ ଦିନେ ରାତିରେ କଲେ ଏମିତି କାମ। ଯାହାଦ୍ୱାରା ପରିଜନ ହେଲେ ହଇରାଣ
ପ୍ରେମର ପରିଭାଷା ବହୁତ ବଡ଼ ଅଟେ। ଏହାକୁ କିଛି ଶବ୍ଦରେ ଲୁଚାଇ ରଖାଯାଇ ନପାରେ। ପ୍ରେମ କେବେ ବି କେଉଁଠି ବି କାହାକୁ ବି ହୋଇପାରେ। ଏବେ ଉତ୍ତର ପ୍ରଦେଶର ଏହି ଅଦ୍ଭୁତ ମାମଲାକୁ ହିଁ ନିଅନ୍ତୁ। ଏଠାରେ ଜଣେ ଯୁବତୀଙ୍କୁ ନିଜ ମଇଁଷି ସହିତ ପ୍ରେମ ହୋଇଗଲା। ସାଧାରଣତଃ ଲୋକେ ମଇଁଷିକୁ କୌଣସି କାମରେ ରଖିଥାନ୍ତି କିନ୍ତୁ ମଇଁଷି ସହିତ କୌଣସି ଭାବନା ରଖିନଥାନ୍ତି। ରଜନୀ ନାମକ ଜଣେ ଯୁବତୀ ନିଜ ମଇଁଷିକୁ ଏତେ ମାତ୍ରାରେ ପ୍ରେମ କରୁଥିଲା ଯେ, ସେ ତାଙ୍କ ଠାରୁ ଦୂରେଇ ଯିବାପରେ ଯାହାକଲେ ଆପଣ ବିଶ୍ବାସ କରିପାରିବେ ନାହିଁ।
ମଇଁଷି ନଥିବାରୁ ବିଚଳିତ ହେଲେ ଯୁବତୀ:-
ହଇରାଣ କରୁଥିବା ଏହି ମାମଲା ଉତ୍ତର ପ୍ରଦେଶର ଜାଲୌନର କୁରୋନା ଗ୍ରାମର ଅଟେ। ଏଠାରେ ବୈନୀ କେବଟ ନାମକ ବ୍ୟକ୍ତିଙ୍କ ପାଖରେ ତିନୋଟି ମଇଁଷି ଥିଲେ। ତାଙ୍କ ଝିଅ ରଜନୀ ଏହି ତିନି ମଇଁଷିଙ୍କ ଦେଖାଶୁଣା କରୁଥିଲା। ମଇଁଷିକୁ ବାହାରକୁ ବୁଲେଇବାକୁ ଓ ଚରାଇବାକୁ ନେବା ସାରା କାମ ରଜନୀ ହିଁ କରନ୍ତି। ତାଙ୍କୁ ନିଜର ସବୁ ମଇଁଷିଙ୍କ ପ୍ରତି ବହୁତ ପ୍ରେମ ଥିଲା।
ଜୁଲାଇ 8 ତାରିଖରେ ରଜନୀ ମଇଁଷିକୁ ନେଇ ଚରାଇବାକୁ ଯାଇଥିଲେ। ଅଚାନକ ମଇଁଷି ଗୁଡ଼ିକୁ କୁଆଡେ ଗାୟବ ହୋଇଯାଇଥିଲେ। ରଜନୀ ବହୁତ ଖୋଜିଲେ କିନ୍ତୁ ମଇଁଷି ଗୁଡିକୁ ପାଇନଥିଲେ ଓ ଏଥିରେ ସେ ବହୁତ ଡ଼ିପ୍ରେସନରେ ଆସି ଏମିତି ପଦକ୍ଷେପ ଉଠାଇଥିଲେ ଯାହାକୁ ଶୁଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ।
ମଇଁଷି ନଫେରିବାରୁ କଲେ ଆତ୍ମହତ୍ୟା:-
ମଇଁଷି ନଫେରିବାରୁ ରଜନୀ ଏତେ ଭାଙ୍ଗି ପଡ଼ିଲେ ଯେ, ସେ ଜୁଲାଇ 20 ତାରିଖରେ ଫାଶୀ ଲଗାଇଥିଲେ। ପରିଜନ ତାଙ୍କୁ ବହୁତ ଜଲଦି ମେଡ଼ିକାଲ କଲେଜ ହସ୍ପିଟାଲ ନେଇଥିଲେ କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ସମୟରେ ହିଁ ରଜନୀଙ୍କ ମୃତ୍ୟୁ ହୋଇଗଲା।
ମାତା, ପିତା ଓ ପ୍ରେମୀ କିମ୍ବା ପ୍ରେମିକାଙ୍କ ବିଛେଦରେ ଲୋକେ ଆତ୍ମହତ୍ୟା କରିବାର ଘଟଣା ଆମେ ଶୁଣିଛେ। କିନ୍ତୁ ଜଣେ ଜାନୁଆର ପାଇଁ ନିଜ ଜୀବନ ଦେବ ଏଥିରେ କାହାକୁ ବିଶ୍ବାସ ହୋଇନଥିଲା। ଏଥିରୁ ଆମେ ଜାଣିବାକୁ ପାଇଲେ ଯେ, ଜାନୁଆର ମାନେ ମଧ୍ୟ ମଣିଷର ହୃଦୟ ଜିତିଥାନ୍ତି ଓ ଏଥିପାଇଁ ତାଙ୍କର କେୟାର କରିବା ଉଚିତ।
ଏହାସହ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ଯଦି ଆପଣଙ୍କର କେହି ପ୍ରିୟ ଆପଣଙ୍କ ଠାରୁ ଦୂରେଇ ଯାଉଛି ତାହେଲେ ଏହାକୁ ନିଜର ନିୟତି ଭାବି ଗ୍ରହଣ କରନ୍ତୁ। ଆପଣ ଯଦି ଏମିତି ପଦକ୍ଷେପ ନେବେ ତାହେଲେ ଆପଣଙ୍କ ପରିଜନଙ୍କ ଉପରେ ମଧ୍ୟ ଦୁଃଖର ପାହାଡ଼ ଲଦି ହୋଇଯିବ।