କେରଳର କୋଲମ ଜିଲ୍ଲାରେ ମଝି ସମୁଦ୍ରରେ ଟଳମଳ ହେଲା ଡଙ୍ଗା, ପଡ଼ିଗଲେ ଧୀବର

0

Get real time updates directly on you device, subscribe now.

କେରଳର କୋଲମ ଜିଲ୍ଲାରେ ଏକ ଅଘଟଣ ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କିଛି ଧୀବର ମଧ୍ୟ ପଡି ଯାଇଥିଲେ। ବର୍ତ୍ତମାନ କେରଳରେ ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ଅଛି। ଓ କିଛି ଧୀବର ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ଯେଉଁଥିରେ ସେମାନେ କିଛି ଅଘଟଣର ସାମ୍ନା କରିଥିଲେ ।

ଭିଡିଓରେ ଦେଖନ୍ତୁ:-

ଆପଣ ଉପରେ ଥିବା ଭିଡିଓରେ ଦେଖିପାରିବେ, କିପରି ଭାବରେ ଡଙ୍ଗାଟି ସମୁଦ୍ରର ଅଶାନ୍ତ ପାଣି ଭିତରେ ଏପଟେ ସେପଟ ହେଉଛି। ସମୁଦ୍ରର ଗୋଟିଏ ଗୋଟିଏ ଢେଉରେ ସମ୍ପୂର୍ଣ ଡଙ୍ଗାଟି ଏକ ପାର୍ଶ୍ବକୁ ପାଶୋରି ଯାଉଛି। ଠିକ ଇତି ମଧ୍ୟରେ ଜଣେ ଧୀବର ପାଣି ଭିତରକୁ ଖସି ପଡିଥିଲେ। କିନ୍ତୁ ଡଙ୍ଗାଟି ତାପରେ ସିଧା ହୋଇଯାଇଥିଲା।

ଏହି ଦୃଶ୍ୟରୁ ଆପଣମାନେ ନିଶ୍ଚିତ ଭାବରେ ଜାଣିପାରୁଥିବେ ଘଟଣାଟି କେତେ ମାତ୍ରାରେ ଭୟାନକ ଥିଲା। ହୁଏତ କୌଣସି ଧୀବରଙ୍କର ଜୀବନ ମଧ୍ୟ ଯାଇପାରିଥାନ୍ତା। କିନ୍ତୁ ୪ଜଣ ଧୀବରଙ୍କ ମଧ୍ୟରୁ ତିନିଜଣ ଧୀବର ପହଁରି ପହଁରି ସମୁଦ୍ର କୂଳରେ ପହଞ୍ଚିଥିଲେ। ଆଉ ଜଣେ ଧୀବର ପଛରେ ଆସୁଥିବା ଆଉ ଏକ ଡଙ୍ଗାରେ ଆସିଥିଲେ। ସେଥିପାଇଁ କୁହାଯାଇଥାଏ ସମୁଦ୍ର ଅଶାନ୍ତ ଥିବା ସମୟରେ ଭିତରକୁ ଯିବା କଥା ନୁହେଁ।

Leave A Reply

Your email address will not be published.