ସ୍କେଟ ବୋର୍ଡ଼ରେ କନ୍ୟାକୁମାରୀରୁ କାଶ୍ମୀର ଅଭିମୁଖେ ଯାତ୍ରା କରୁଥିଲେ ବ୍ୟକ୍ତି ଜଣକ, ରାସ୍ତାରେ ଟ୍ରକ ଆକ୍ସିଡେଣ୍ଟରେ ଗଲା ଜୀବନ

0

Get real time updates directly on you device, subscribe now.

ଆଜିକାଲିର ଯୁବାଙ୍କୁ ଜୀବନରେ କିଛି ରୋମାଞ୍ଚକର କରିବାକୁ ଇଛା ରହୁଛି। ଯାହାପାଇଁ ସେମାନେ କିଛି ନା କିଛି ଅଦ୍ଭୁତ କରି ବସୁଛନ୍ତି, ଏମିତି ହିଁ ଦେଖିବାକୁ ମିଳିଛି କେରଳର ଅନସ ହାଜସଙ୍କ କ୍ଷେତ୍ରରେ। ସେ ଏକ ସ୍କେଟବୋର୍ଡ଼ କିଣିଲେ ଓ କନ୍ୟାକୁମାରୀ ରୁ କାଶ୍ମୀର ଅଭିମୁଖେ ଯାତ୍ରା କଲେ। ରାସ୍ତାରେ ତାଙ୍କ ସହ କିଛି ଏମିତି ହୋଇଗଲା ଯାହାଦ୍ୱାରା ପରିବାରରେ ମାତମ ସୃଷ୍ଟି ହୋଇଯାଇଥିଲା।

ସ୍କେଟବୋର୍ଡ଼ ଉପରେ ଥିବା ସମୟରେ ହେଲା ଟ୍ରକ ଆକ୍ସିଡେଣ୍ଟ:-

ଅଗଷ୍ଟ 2 ତାରିଖରେ ହରିୟାନାର ପଞ୍ଚକୁଲାରେ ସ୍କେଟବୋର୍ଡ଼ରେ ଥିବାବେଳେ ଅନସକୁ ଏକ ଟ୍ରକ ଧକା ମାରିଥିଲା ଏହି ଘଟଣା ମଙ୍ଗଳବାର ଦିନ ସକାଳ ପ୍ରାୟ ସାଢ଼େ ସାତଟା ସମୟର ଅଟେ। ସେ ହିମାଚଳପ୍ରଦେଶର ନାଲାଗଢ଼ ଯାଉଥିଲେ। ଅନସଙ୍କୁ ଧକା ଦେବାପରେ ଟ୍ରକ ଡ୍ରାଇଭର ସେଠାରୁ ଫେରାର ହୋଇଥିଲା ଓ ଆଖପାଖ ଲୋକେ ତାଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ଅନସ ସେଠାରେ ନିଜର ପ୍ରାଣ ହାରିଥିଲେ।

View this post on Instagram

A post shared by Anas Hajas (@anas_hajas)

ପିଞ୍ଜର ପୋଲିସ ଷ୍ଟେସନ ଯାଞ୍ଚ ଅଧିକାରୀ ରାମ କରନ୍ କୁହନ୍ତି କି, ସ୍କେଟବୋର୍ଡରେ ଥିବା ଅନସ ହାଜସ ନାମକ ଏହି ବ୍ୟକ୍ତିଙ୍କୁ ଟ୍ରକ ପଛପଟୁ ଧକା ଦେଇଥିଲା। ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିଲା ସତ କିନ୍ତୁ ସ୍ଥାନୀୟ ଲୋକେ ଟ୍ରକର ନମ୍ବରକୁ ନୋଟ କରିନେଇଥିଲେ। ପୋଲିସ ଏହି ଟ୍ରକ ବିପକ୍ଷରେ ଆଇପିସି 304ଏ ଓ 279 ଅନ୍ତର୍ଗତ ମାମଲା ଦର୍ଜ କରିଛି। ବର୍ତ୍ତମାନ ଅନସଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏହାପରେ ତାଙ୍କର ଶବକୁ ପରିବାରକୁ ପଠାଇ ଦିଆଯାଇଛି।

ଦୁଇମାସ ପୂର୍ବରୁ ଆରମ୍ଭ କରିଥିଲେ କନ୍ୟାକୁମାରୀରୁ କାଶ୍ମୀରର ଯାତ୍ରା:-

ଅନସ କେବଳ 31 ବର୍ଷ ବୟସର ଥିଲା। ତାଙ୍କ ପିତା ଅଲିୟାରକୁଂଜୀ ସାଉଦି ଆରବିଆରେ ଜବ କରନ୍ତି। ମାଆଙ୍କ ନାମ ଶଇଲା ବିବି ଓ ଅନସ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜୁଏଟ ଅଟନ୍ତି। ସେ ଥିରୁବନନ୍ତପୁରର ଟେକ୍ନୋପାର୍କର ଏକ ଆଇଟି କମ୍ପାନୀରେ ଚାକିରୀ କରୁଥିଲେ। ସେ 3 ବର୍ଷ ପୂର୍ବରୁ ସ୍କେଟିଂ ବୋର୍ଡ଼ କିଣିଥିଲା। ସେ ସେବେଠାରୁ ହିଁ ଏହାର ଟ୍ରେନିଂ ନେଉଥିଲେ ଓ ସେ ଦେଶରେ ସ୍କେଟବୋର୍ଡ଼କୁ ନେଇ ଜାଗୃକତା ଖେଳାଇବାକୁ ଚାହୁଁଥିଲେ। ସେଥିପାଇଁ ସେ ଏହି ଲମ୍ବା ଯାତ୍ରା ତୟ କରିବାକୁ ମନସ୍ଥ କରିଥିଲେ ଓ କନ୍ୟାକୁମାରୀରୁ କାଶ୍ମୀର ବାହାରିଥିଲେ।

ଅନସ ଏହି ଯାତ୍ରା ମେ 29 ତାରିଖରୁ ଆରମ୍ଭ କରିଥିଲେ। ସେ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା କରିବା ଆରମ୍ଭ କରିଥିଲେ ଓ ଜଣାଇଦେଉଛୁ କି, ଏହାର ଦୂରତା 3511 କିଲୋମିଟର ଅଟେ। ଜୁଲାଇ 30 ତାରିଖରେ ସେ ହରିୟାନା ଓ ପଞ୍ଜାବ ବର୍ଡ଼ର ପାଖରେ ପହଞ୍ଚି ଯାଇଥିଲା। ଏହି ସମୟରେ ସେ ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ସୂଚନା ଦେଇଥିଲେ କି, “କାଶ୍ମୀର ଠାରୁ ଆଉମାତ୍ର 600 କିଲୋମିଟର ଦୂରରେ ଅଛି, ଆଉ 15 ଦିନରେ ପହଞ୍ଚିଯିବି। ମୁଁ ଦିନକୁ 40 ରୁ 50 କିଲୋମିଟର ସ୍କେଟିଂ କରୁଛି।” ମୁଁ ସୁରକ୍ଷିତ ଅଛି ଓ ଆପଣ ସମସ୍ତଙ୍କୁ ଧନ୍ୟବାଦ।

View this post on Instagram

A post shared by Anas Hajas (@anas_hajas)

ଭୁଟାନ ଓ ନେପାଳ ଯିବାର ମଧ୍ୟ ପ୍ଲାନ ଥିଲା:-

ଜଣାଇଦେଉଛୁ କି, କନ୍ୟାକୁମାରୀ-କାଶ୍ମୀର ଯାତ୍ରା କରିବାପରେ ଅନସ, ଭୁଟାନ-ନେପାଳ ଓ କାମ୍ବୋଡିଆ ଯିବାର ପ୍ଲାନ କରିଥିଲେ। ଏହି ବିଷୟରେ ତାଙ୍କ ଘରଲୋକ ସମସ୍ତେ ଜାଣିଥିଲେ ଓ ତାଙ୍କୁ ସମ୍ପୂର୍ଣ୍ଣ ସପୋର୍ଟ କରିଥିଲେ, ଶେଷରେ ଏହି ଆଡ଼ଭେଞ୍ଚର କାରନାମା ତାଙ୍କ ଜୀବନ ନେଇଗଲା।

Leave A Reply

Your email address will not be published.