ମୂଷାକୁ ମାରିବା ପାଇଁ ଟମାଟରେ ଲଗାଇଥିଲେ ମୂଷାମରା ଔଷଧ,ଆଉ ସେଇ ଟମାଟୋକୁ ଭୁଲରେ ନିଜ ମ୍ୟାଗିରେ ପକାଇ ଖାଇଲେ ମହିଳା,ଚାଲିଗଲା ଜୀବନ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମୁମ୍ବାଇରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମନାକୁ ଆସିଛି|ସେ ମ୍ୟାଗିରେ ସେହି ଟମାଟୋ ପକାଇଲେ ଯାହା ସେ ମୂଷାକୁ ମାରିବା ପାଇଁ ବ୍ୟବହାର କରିଥିଲେ|ମହିଳା ଟମାଟରେ ମୂଷାମାରି ଲଗାଇଥିଲେ ଓ ଭୁଲବଶତଃ ସେହି ଟମାଟୋ ମ୍ୟାଗିରେ ପକେଇ ଖାଇଲେ|ମ୍ୟାଗି ଖାଇବା ପରେ ଶରୀର ଅବସ୍ଥା ଖରାପ ହେଲା ଫଳରେ ଆଖପାଖ ହସ୍ପିଟାଲରେ ଭର୍ତ୍ତି କରିଥିଲେ|ମାମଲାର ଖୁଲାସା ହେବା ପରେ ଅଞ୍ଚଳରେ ଚହଳ ସୃଷ୍ଟି କରିଛି|ଏହି ଖବର ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେଉଛି|ଲୋକମାନେ ପଚାରୁଛନ୍ତି ଏଭଳି କିଏ କରେ ?

ଦ ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଘଟଣା ମୁମ୍ବାଇର ମଲାଡରେ ହୋଇଥିଲା|ପିଡିତା ମହିଳାଙ୍କ ନାମ ରେଖା ନିଷାଦ ଅଟେ|ସେ ନିଜ ପତି ଓ ଦିଅର ସହ ମଲାଡରେ ରହୁଥିଲେ|ମହିଳା ଘରେ ମୂଷା ସଂଖ୍ୟା ବୃଦ୍ଧି ଯୋଗୁଁ ହଇରାଣ ହେଉଥିଲେ|ସେ ମୂଷା ମାରିବାକୁ ଟମାଟରେ ମୂଷାମାରୀ ଦେଇଥିଲେ ଫଳରେ ମୂଷା ଖାଇଲେ ମରିବ|କିନ୍ତୁ ଓଲଟା ହେଲା ଟମାଟେ ମୂଷା ଖାଇବା ପରିବର୍ତ୍ତେ ନିଜେ ଖାଇଦେଲା|

ମହିଳା ପଲିସକୁ ଦେଇଥିବା ବୟାନ ଅନୁସାରେ କହିଛନ୍ତି ସେ ମୂଷା ମାରିବାକୁ ଟମାଟେରେ ବିଷ ଦେଇଥିଲେ|ପୁଣି ସେ ଟିଭି ଦେଖି ଦେଖି ମ୍ୟାଗି ବନାଉଥିବା ସମୟରେ ଭୁଲରେ ସେହି ଟମାଟୋକୁ ମ୍ୟାଗିରେ ଦେଇ ଖାଇନେଲେ|

ମ୍ୟାଗି ଖାଇବା ପରେ ସ୍ୱାସ୍ଥ୍ୟବସ୍ଥା ବିଗଡି ଗଲା ଫଳରେ ଶତାବ୍ଦୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା|ଗତ ବୁଧବାର ଦିନ ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା|ଜଣେ ପୋଲିସ ଅଧିକାରୀ କହିଛନ୍ତି କିଛି ଗଡବଡ ନାହିଁ ଆମେ ଆକ୍ସିଡେଣ୍ଟାଲ ମୃତ୍ୟୁ ରିପୋର୍ଟ ଦାଖଲ କରିଛୁ|

Leave A Reply

Your email address will not be published.