ଗାଧୋଇବା ପରେ ବେଡ଼ ଉପରେ ମୋବାଇଲ ଚାରଜିଙ୍ଗରେ ଲଗାଇ ଶୋଇପଡିଲେ ଯୁବତୀ, ସକାଳେ ମିଳିଲା ଲାସ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଜଣେ ୧୭ ବର୍ଷୀୟ ଝିଅ ନିଜ ମୋବାଇଲ ଚାରଜିଙ୍ଗରେ ଲଗାଇ ଶୋଇପଡ଼ିଲା | ସେ ମୋବାଇଲ ଉପରେ ଶୋଇଥିଲା, ଠିକ ସେତିକିବେଳେ ଇଲେକ୍ଟ୍ରିକ ସକ ଲାଗିବାରୁ ତାର ମୃତ୍ୟୁ ହୋଇଗଲା | ସେ ଝିଅର ମୃତ୍ୟୁ ଫୋନ ଚାର୍ଜର ସୁରକ୍ଷା ଉପରେ ସୋସିଆଲ ମିଡିଆରେ ଯୁକ୍ତିତର୍କ ଆରମ୍ଭ କରିଦେଇଛି |

‘ଦ ମିରର’ର ରିପୋର୍ଟ ଅନୁଯାୟୀ,ଏହି ମାମଲା କମ୍ବୋଡିଆର ଅଟେ | ଯେଉଁଠାରେ କ୍ରେଟି ଅଂଚଳରେ ୧୭ ବର୍ଷୀୟ ଖୋରନ ସେରେ ପୋବ ନିଜ ଫୋନ ଉପରେ ମୃତ ଅବସ୍ଥାରେ ମିଳିଲେ | ସେ ଗୋଟିଏ ଗୋଲଡ ମାଇନିଂ କମ୍ପାନୀରେ ଚାଇନା ଅନୁବାଦକ ଭାବରେ କାମ କରୁଥିଲେ |

ଗାଧୋଇବା ପରେ ବେଡ଼ ଉପରେ ଶୋଇଲେ ଏବଂ ହୋଇଗଲା ଦୁର୍ଘଟଣା :-

କୁହାଯାଇଛି ଯେ ଖୋରନ ସେରେ ଗାଧୋଇବା ପରେ ବେଡ଼ ଉପରେ ସୋଇ ପଡ଼ିଥିଲେ | ବେଡ଼ ଉପରେ ହିଁ ସେ ମୋବାଇଲ ଚାର୍ଜରକୁ ଇଲେକ୍ଟ୍ରି ପ୍ଳଗ ସହିତ କନେକ୍ଟ କଲେ ଏବଂ ଫୋନ ଚାର୍ଜ କରିବାକୁ ଲାଗିଲା | ତାଙ୍କ ମୋବାଇଲ ଟର୍ଚ୍ଚ ଅନ ଥିଲା | ଚାରଜିଙ୍ଗ ସମୟରେ ସେ ସୋଇ ପଡିଲେ ଏବଂ ଠିକ ସେତିକିବେଳେ ତାଙ୍କୁ ଇଲେକ୍ଟ୍ରି ସକ ଲାଗିଲା ଏବଂ ତାଙ୍କର ମୃତ୍ୟୁ ହୋଇଗଲା |

ଏହି ମାମଲାରେ ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ଜୁଲାଇ ୨୭ ତାରିଖରେ କରେଣ୍ଟ ଲାଗିବା କାରଣରୁ ଝିଅର ନିଦରେ ହିଁ ମୃତ୍ୟୁ ହୋଇଯାଇଥିଲା | କରେଣ୍ଟ ଲାଗିବା ପୂର୍ବରୁ ସେ ସାୱାର ନେଇଥିଲେ | ତାଙ୍କର ବେଡ଼ ଉପରେ ହିଁ ପ୍ଳଗ ରଖାଯାଇଥିଲା ଏବଂ ସେହି ପ୍ଳଗରେ ସେ ମୋବାଇଲ ଚାର୍ଜ କରୁଥିଲେ | ଏହି ଘଟଣା ପରେ ଦେଶରେ ଫୋନ ଫିଚର୍ସ ଉପରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି | ସୋସିଆଲ ମିଡିଆରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି |

ଜଣେ ୟୁଜର ଲେଖିଛନ୍ତି- ବିଦ୍ୟୁତ ଠାରୁ ନିଜକୁ କିପରି ବଞ୍ଚାଇହେବ, ଏହା ଉପରେ ସଚେତନତା ଅଭିଯାନ ଚଳାଇବା ଉଚିତ | ଅନ୍ୟ ଜଣେ ୟୁଜର କହିଛନ୍ତି – ଏହିପରି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ସବୁବେଳେ ହୋଇଥାଏ | ଆଉ ଜଣେ ୟୁଜର ଲେଖିଛନ୍ତି – ଘଟଣା ପରେ ଫୋନ ଚାର୍ଜର୍ସର କ୍ୱାଲିଟି ଉପରେ ପ୍ରଶ୍ନ ଠିଆ ହେଉଛି | ସେହିପରି କିଛି ୟୁଜର୍ସ ଇଲେକ୍ଟ୍ରିକ ପ୍ଳଗର କ୍ୱାଲିଟି ଉପରେ ମଧ୍ୟ ପ୍ରଶ୍ନ ଠିଆ କରିଛନ୍ତି |

Leave A Reply

Your email address will not be published.