ପାର୍ଲାମେଣ୍ଟରେ ନୂଆ ନିୟମ ଜାରି, ସିଗାରେଟର କିଣିବା ଓ ଟାଣିବା ଉପରେ ଲାଗିଲା କଟକଣା,ପଢନ୍ତୁ ପୁରା ଖବର

0

Get real time updates directly on you device, subscribe now.

ବର୍ତ୍ତମାନ ଏକ ନୂଆ ନିୟମ ନ୍ଯୁଜଲାଣ୍ଡରେ ଜାରି ହେଲା। ବର୍ତ୍ତମାନ ଯଦି ଆପଣ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ତେବେ ମଧ୍ୟ ନ୍ଯୁଜଲାଣ୍ଡର ଅଧିବାସୀମାନେ ସିଗାରେଟ ଟାଣି ପାରିବେ ନାହିଁ କି ସିଗାରେଟ କିଣି ମଧ୍ୟ ପାରିବେ ନାହିଁ। ନିକଟରେ ନ୍ଯୁଜଲାଣ୍ଡରେ ଜାରି ହୋଇଥିବା ଏକ ନିୟମ ଅନୁସାରେ ଆଗକୁ ସିଗାରେଟ କିଣିବା ଓ ବିକ୍ରି କରିବା ଉଭୟକୁ ବେଆଇନ ଭାବରେ ଧରାଯିବ। ନିକଟରେ ହୋଇଥିବା ନବଗଠିତ ମନ୍ତ୍ରୀ ପରିଷଦ ଯେଉଁପରି ଭାବରେ ଆଗାମୀ ପିଢ଼ି ନିଶାଗ୍ରସ୍ତ ନ ହୁଅନ୍ତୁ ସେ ବିଷୟରେ ଚେଷ୍ଟା କରିବେ ବୋଲି ଶପଥ ନେଇଛନ୍ତି। ଏହାସହ ସିଗାରେଟ ତିଆରି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ମଙ୍ଗଳବାର ଦିନ, ସରକାର ଦେଶକୁ ସମ୍ପୂର୍ଣ ଧୂଆଁ ମୁକ୍ତ କରିବା ପାଇଁ ସଂସଦରେ ଏକ ନୂଆ ନିୟମକୁ ଜାରି କରିଛନ୍ତି। ଏହା ସହ ସିଗାରେଟ କିଣିବାକୁ ନେଇ ମଧ୍ୟ ବୟସର ସୀମାକୁ ବୃଦ୍ଧି କରିଦିଆଯାଇଛି। ଯାହାଦ୍ୱାରା ଯୁବବର୍ଗମାନେ ଆଉ ସିଗାରେଟକୁ କିଣିପାରିବେ ନାହିଁ। ନ୍ଯୁଜଲାଣ୍ଡର ପାର୍ଲିଆମେଣ୍ଟରେ ଜାରି ହୋଇଥିବା ଏହି ନୂଆ ନିୟମକୁ ବିଶ୍ୱ ଇତିହାସରେ ପ୍ରଥମ ପଦକ୍ଷେପ ବୋଲି ଜଣାଯାଇଛି। ଏହା ସହ ସେଠାରେ ବୟସ ବଢାଇବା ସହ ସିଗାରେଟରେ ନିକୋଟିନର ମାତ୍ରାକୁ ମଧ୍ୟ କମ କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ସିଗାରେଟ ଗୁଡିକୁ ନିର୍ଦ୍ଦିଷ୍ଟ ଦୋକାନ ଓ ସୁପରମାର୍କେଟ ଗୁଡିକରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡିଛି।

ସବୁଠାରୁ ବଡ କଥା ହେଉଛିକି ଦେଶର ଅର୍ଦ୍ଧାଧିକ ଦଳ ଏହି ନିଷ୍ପତ୍ତିର ସପକ୍ଷରେ ଅଛନ୍ତି। ସେଠିକାର ସରକାର ଆଶା ରଖିଛନ୍ତିକି ୨୦୨୫ ମସିହା ସୁଦ୍ଧା ୫ ପ୍ରତିଶତରୁ କମ ଜନସାଧାରଣ ସିଗାରେଟ ଟାଣୁଥିବେ। ମାଲେସିଆ ଉଭୟ ସିଗାରେଟ ଟାଣିବା ତଥା ତମାଖୁ ଜାତୀୟ ଜିନିଷର ବିକ୍ରି ଉପରେ ବର୍ତ୍ତମାନ ପ୍ରତିବନ୍ଧ ଲଗାଇଛନ୍ତି। ଏପରିକି ସିଗାରେଟ ଉପରେ ମଧ୍ୟ ସେଠିକାର ସରକାର ବ୍ୟାନ ମଧ୍ୟ ଲଗାଇଛନ୍ତି। ୨୦୦୭ ମସିହା ପରେ ଜନ୍ମ ହୋଇଥିବା କୌଣସି ବ୍ୟକ୍ତି ସିଗାରେଟର ବ୍ୟବହାର ଆଦୌ କରିପାରିବେ ନାହିଁ।

Leave A Reply

Your email address will not be published.