ସୁପ୍ରିମକୋର୍ଟର ନୂଆ ନିଷ୍ପତି,ମାଆ ଚାହିଁଲେ ସନ୍ତାନକୁ ଦେଇପାରିବେ ଦ୍ୱିତୀୟ ସ୍ୱାମୀଙ୍କ ସାଙ୍ଗିଆ

0

Get real time updates directly on you device, subscribe now.

ପ୍ରତିଦିନ ଦେଶର ଅନେକ ସବୁ ଘଟଣାକୁ ସୁପ୍ରିମକୋର୍ଟ ଅନେକ ବିଚାର ନେଇଥାଆନ୍ତି ତାହା ସହ କିଛି ନୂଆ ନିୟମ ଲାଗୁ କରିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇ ଥାଆନ୍ତି। ଏବେ ମଧ୍ୟ ସୁପ୍ରିମକୋର୍ଟ ଏକ ବହୁତ ବଡ ନିଷ୍ପତ୍ତି ନେଇଛନ୍ତି, ଗୁରୁବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଉଛି ଏବଂ ସେ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ହୋଇଥିବା ସନ୍ତାନକୁ ନିଜ ଦ୍ୱିତୀୟ ସ୍ୱାମୀଙ୍କ ନାମ ଦେଇପାରିବେ । ପିତାଙ୍କ ମୃତ୍ୟୁ ପରେ ମାର ପୂରା ହକ ରହିଛି କି ସେ ନିଜ ସନ୍ତାନର ସାଙ୍ଗିଆ ବଦଳାଇ ପାରିବେ। ତେଣୁ ଏଭଳି ସ୍ଥିତିରେ ସରନେମ ପରିବର୍ତ୍ତନର ପୂରା ଅଧିକାର ମଧ୍ୟ ରହିଥିବା କୋର୍ଟ କହିଛନ୍ତି।

ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।ଜଣେ ମା’କୁ ନିଜ ପିଲାର ସାଙ୍ଗିଆ ବଦଳାଇବାଏବଂ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ନାମକୁ କେବଳ ‘ସାବତ ପିତା’ ଭାବରେ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ଏପରି ନିର୍ଦ୍ଦେଶ ଦେବା ନିଷ୍ଠୁର ଏବଂ ଅଜ୍ଞତାକୁ ଚିତ୍ରିତ କରୁଛି ବୋଲି କୋର୍ଟ କହିଛନ୍ତି । ଏଥିରେ ଶିଶୁର ମାନସିକ ସ୍ୱାସ୍ଥ୍ୟ ଏବଂ ଆତ୍ମବିଶ୍ୱାସ ପ୍ରଭାବିତ ହେବାର ଅନେକ ସମ୍ଭାବନା ରହିଛି ।

ଗତକାଲି ଏଠାରେ ଜଣେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା । ସେତେବେଳେ ତାଙ୍କ ସନ୍ତାନ କେବଳ ଅଢ଼େଇ ମାସର ଥିଲା । ପରେ ସେହି ମହିଳା ଏୟାରଫୋର୍ସର ଜଣେ ଅଧିକାରୀଙ୍କ ସହ ବିବାହ କରିଥିଲେ । ୨ୟ ବିବାହ କରିଥିବା ସ୍ୱାମୀଙ୍କ ସାଙ୍ଗିଆକୁ ପିଲାଙ୍କ ସାଙ୍ଗିଆଭାବେ ବ୍ୟବହାର କରିଥିଲେ । ଏହାକୁ ନେଇ ଲଲିତାଙ୍କ ପ୍ରଥମ ସ୍ୱାମୀର ଘର ଲୋକମାନେ ବିରୋଧ କରିଥିଲେ। ଏନେଇ ଲଲିତା ଆନ୍ଧପ୍ରଦେଶ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନ ଉପରେ ଶୁଣାଣୀ କରି ଆନ୍ଧ୍ରକୋର୍ଟ କହିଥିଲେ ମହିଳା ଯଦି ୨ୟ ସ୍ୱାମୀଙ୍କ ସମସ୍ତ ରେକର୍ଡରେ ପ୍ରଥମ ପିଲାକୁ ସଉତୁଣୀ ପିଲାଭାବେ ଦର୍ଶାଯିବ । ଏପରି ସ୍ଥିତିରେ ପିଲାକୁ ଅନାବଶ୍ୟକ ପ୍ରଶ୍ନର ସାମ୍ନା କରିବାକୁ ପଡିବ । ମାନସିକ ଭାବରେ ଆଘାତ ପାଇବା ସହ ବାପାମା’ଙ୍କ ସହ ତା’ର ସମ୍ପର୍କରେ ମଧ୍ୟ ବାଧା ଉପୁଜିବ । ପିଲାଟିକୁ ସାଧାରଣ ଜୀବନ ଜିଇଁବା କଷ୍ଟକର ହୋଇପଡ଼ିବ । ତେଣୁ ପିଲାର ଉପନାମ ସ୍ଥିର କରିବାର ଅଧିକାର ମା’ ପାଖରେ ରହିଛି।

Leave A Reply

Your email address will not be published.