କେବେ ଭାବିଛନ୍ତି କି ? ଯଦି ଚନ୍ଦ୍ରମା ଆସି ପୃଥିବୀ ଉପରେ ପଡିବ,ତା ହେଲେ କ’ଣ ହେବ ?

0

Get real time updates directly on you device, subscribe now.

ରାତିରେ ଚନ୍ଦ୍ରମା ଦୂରରେ ଥାଇ ଆମ ପୃଥିବୀର ସୌନ୍ଦର୍ଜ୍ୟକୁ ଆହୁରି ବଢାଇଥାଏ। ଆପଣ ଜାଣିଥିବେକି ଚନ୍ଦ୍ରମା ପ୍ରତ୍ଯେକ ସମୟରେ ଆମ ପୃଥିବୀ ଚାରିପାଖରେ ଘୁରି ବୁଲୁଥାଏ। କିନ୍ତୁ କେବେ ଆପଣ ଭାବିଛନ୍ତିକି ୩,୮୪,୪୦୦ କିଲୋମିଟର ଦୂରରେ ଥିବା ସେହି ଚନ୍ଦ୍ରମା ଯଦି ନିଜ ସ୍ଥାନରୁ ଆଗକୁ ଆସିଯାଏ ତେବେ ଆମ ପୃଥିବୀର କଣ ହେବ। ଯଦି ଭବିଷ୍ୟତରେ କେବେ ଏମିତି ହୁଏ ତେବେ ପ୍ରଳୟ ଆସିଯିବ। ଆଉ ଏହି ପ୍ରଳୟ ତୋ ହେବ ସତ କିନ୍ତୁ ତାହା ଥରକରେ ନୁହଁ ବରଂ ତାହା ଧୀରେ ଧୀରେ ହୋଇ ସମଗ୍ର ମନୁଷ୍ୟ ଜାତିର ବିନାଶ କରିବ। ତେବ ଆସନ୍ତୁ ଜାଣିବା ଏହି ବିଷୟରେ।

ଆପଣମାନେ ନିଶ୍ଚିତ ଜାଣିଥିବେ ପୃଥିବୀ ନିଜର ମାଧ୍ୟାକର୍ଷଣ ବଳ ମାଧ୍ୟମରେ ସମସ୍ତ ବସ୍ତୁକୁ ନିଜ ଆଡକୁ ଟାଣିଥାଏ। ଏଥିରେ ଚନ୍ଦ୍ରମା ମଧ୍ୟ ସାମିଲ ଅଛି। ଉଦାହରଣସ୍ୱରୂପ ଆପଣ ଯଦି ଏକ ବଲକୁ ଉପରକୁ ଫିଙ୍ଗିବେ, ତେବେ ଏହା କିଛି ସୀମିତ ଉଚ୍ଚତାକୁ ଯାଇ ତଳକୁ ଖସି ଆସିଥାଏ। ଅର୍ଥାତ ଆପଣ ଯେତେବେଳେ ବଲଟିକୁ ଉପରକୁ ଫିଙ୍ଗନ୍ତି ତାହା ସେତେ ପର୍ଯ୍ଯନ୍ତ ଉପରକୁ ଉଠେ ଯେତେ ପର୍ଯ୍ଯନ୍ତ ଆପଣ ବଲ ଉପରେ ଦେଇଥିବା ଗତି ଥାଏ, ଯେତେବେଳେ ସେହି ଗତି ସୀମିତ ଉଚ୍ଚତା ପରେ ସରିଯାଏ ସେତେବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ତାହା ତଳକୁ ଖସିପଡେ। ଏହାର ଅର୍ଥ ଗତି ମାଧ୍ୟାକର୍ଷଣ ଶକ୍ତିର ବିରୁଦ୍ଧରେ କାମ କରିଥାଏ। ଏପରି ହୋଇଥାଏ କାରଣ ଆମ ବାଯୁମଣ୍ଡଳରେ ଥିବା ପବନ। ଅର୍ଥାତ ପବନରେ ଘର୍ଷଣ ହେବା ଦ୍ଵାରା ବସ୍ତୁର ଗତି ହ୍ରାସ ହୁଏ, ଯାହାଫଳରେ ବସ୍ତୁଟି ମାଧ୍ୟାକର୍ଷଣ ଶକ୍ତି ମାଧ୍ୟମରେ ତଳକୁ ଖସିଆସେ। କହିବାକୁ ଗଲେ ପବନ ମାଧ୍ୟାକର୍ଷଣ ଶକ୍ତି ସପକ୍ଷରେ କାମ କରିଥାଏ।

ତେବେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି କାହିଁକି ଚନ୍ଦ୍ରମାକୁ ପାଖକୁ ଆଣିପାରୁ ନାହିଁ। କାରଣ ଚନ୍ଦ୍ରମା ପୃଥିବୀର କକ୍ଷପଥରେ ଘୁରି ବୁଲୁଥାଏ। ଚନ୍ଦ୍ରମା ଏହି କକ୍ଷପଥରେ ବହୁତ ଦୃତଗତିରେ ଘୁରିବୁଲେ। ମହାକାଶରେ ପବନ ଆଦୌ ନଥାଏ। ସେଥିପାଇଁ ମହାକାଶରେ ଚନ୍ଦ୍ରମାର ଗତିକୁ ରୋକିବା ପାଇଁ କୌଣସି ବାଧା ଆସେନାହିଁ।

ଯଦି କୌଣସି କାରଣବଶତଃ ଏକ ଉଲ୍କାପିଣ୍ଡ ଆସି ଚନ୍ଦ୍ରମାରେ ଧକ୍କା ହୁଏ ଓ ଧକ୍କା ହେବା ଫଳରେ ଚନ୍ଦ୍ରମା ପୃଥିବୀର ନିକଟତର ହୋଇଯାଏ ତେବେ ମଧ୍ୟ ଚନ୍ଦ୍ରମାକୁ ପୃଥିବୀର ପାଖରେ ପହଞ୍ଚିବାକୁ ୧ବର୍ଷ ଲାଗିଯିବ। କାରଣ ଚନ୍ଦ୍ରମା ପୃଥିବୀ ଠାରୁ ୩,୮୪,୪୦୦ କିଲୋମିଟର ଦୂରରେ ଅବସ୍ଥିତ। ଆଉ ଯଦି ଏମିତି ହୁଏ ତେବେ ପୃଥିବୀର ବିନାଶ ଧୀରେ ଧୀରେ ଘଟିବ। କାରଣ ଧୀରେ ଧୀରେ ଚନ୍ଦ୍ରମା ପୃଥିବୀର ନିକଟତର ହେବ, ଯାହାଫଳରେ ଧୀରେ ଧୀରେ ବିନାଶ ଘଟିବ।

ଯଦି ଏମିତି ହୁଏ ତେବେ ଚନ୍ଦ୍ରମା ପ୍ରଥମ ମାସରେ ୩,୮୪,୪୦୦ କିଲୋମିଟରରୁ ୨,୦୦,୦୦୦ କିଲୋମିଟରରେ ଆସି ପହଞ୍ଚିବ। ଆଉ ଏମିତି ହେବା ଫଳରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଫଳରେ ସମୁଦ୍ରର ଢେଉର ଉଚ୍ଚତା ଧୀରେ ଧୀରେ ବଢିବାକୁ ଲାଗିବ। ଓ ସମୁଦ୍ରର ଆଖପାଖରେ ଥିବା ଅଞ୍ଚଳରେ ଧୀରେ ଧୀରେ ସମୁଦ୍ରର ପାଣି ମାଡିବା ଆରମ୍ଭ କରିବ।

ଦ୍ଵିତୀୟ ମାସରେ ୨,୦୦,୦୦ କିଲୋମିଟରରୁ ୧,୩୩,୦୦୦ କିଲୋମିଟରରେ ଆସି ପହଞ୍ଚିବ। ସେତେବେଳେ ଚନ୍ଦ୍ରମା ପୃଥିବୀର ଆହୁରି ନିକଟତର ହୋଇଯିବ, ଯାହାଫଳରେ ସମୁଦ୍ରର ଢେଉର ଉଚ୍ଚତା ଆହୁରି ଅଧିକ ବଢିଯିବ ଓ ସମୁଦ୍ର ଧୀରେ ଧୀରେ କୂଳ ଲଂଘିବା ଆରମ୍ଭ କରିବ। ଯାହାଫଳରେ ଗୋଟିଏ ମାସରେ ଅନେକ ଥର ସୂର୍ଯ୍ୟଗ୍ରହଣ ହେବ। ଏହି ମାସରେ ଇଣ୍ଟରନେଟ ମଧ୍ୟ ବନ୍ଦ ହୋଇଯିବ। ଇଣ୍ଟରନେଟ ବନ୍ଦ ହୋଇଯିବା ଫଳରେ ଆପଣ ଆଦୌ କିଛି ବ୍ୟବହାର କରିପାରିବେ ନାହିଁ, କାରଣ ସମୁଦ୍ର ମଝିରେ ବିଛା ହୋଇଥିବା ସମସ୍ତ କେବୁଲ ନଷ୍ଟ ହୋଇଯିବ। ଆଉ ସମୁଦ୍ର ମଝିରେ ଥିବା ବଡ ବଡ ତେଲ ଟେଙ୍କର ଆଦି ଅଚଳ ହୋଇଯିବ ଓ ଯାହାଫଳରେ ଆପଣ ଯାନ-ବାହାନ ଆଦି ଚଳାଇପାରିବେ ନାହିଁ।

ତୃତୀୟ ମାସରେ ୧,୩୩,୦୦୦ କିଲୋମିଟରରୁ ୧,୦୦,୦୦୦ କିଲୋମିଟରରେ ଆସି ପହଞ୍ଚିବ। ସେତେବେଳେ ପାଣିପାଗରେ ପରିବର୍ତ୍ତନ ଦେଖାଯିବ। ଆଉ ଅଧିକାଂଶ ମନୁଷ୍ୟଜାତି ବିଲୁପ୍ତ ହୋଇସାରିଥିବ। ଏତିକି ବେଳକୁ ଅନେକ ଅଂଶ ପାଣିରେ ପରିପୂର୍ଣ ଥିବ। ଚନ୍ଦ୍ରମା ପୃଥିବୀର ଅରବିଟରେ ଥିବା ଫଳରେ ସେଟଲାଇଟ ଆଦି ଧକ୍କା ହେବ। ସବୁଆଡେ କ୍ଷାର ପାଣି ଥିବା ଯୋଗୁଁ ପାଣିର ଅଭାବ ଆରମ୍ଭ ହୋଇଯିବ।

ଚତୁର୍ଥ ଓ ପଞ୍ଚମ ମାସରେ ଚନ୍ଦ୍ରମା ସୂର୍ଯ୍ୟର ଆହୁରି ନିକଟତର ହେବ। ଏଥିରେ ସେ ୧,୦୦,୦୦୦ କିଲୋମିଟରରୁ ୬୦,୦୦୦ କିଲୋମିଟରରେ ଆସି ପହଞ୍ଚିବ। ଏହି ମାସରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଧୀରେ ଧୀରେ ହ୍ରାସ ପାଇବ। ସମୁଦ୍ରର ଉଚ୍ଚତା ମଧ୍ୟ ୧୦୦ ମିଟର ଉପରେ ଆସିବ। ଓ ବାରମ୍ବାର ଭୂମିକମ୍ପ ଆସିବ। ଓ ଲାର୍ଭା ଥିବା ସ୍ଥାନ ଧୀରେ ଧୀରେ ସକ୍ରିୟ ହେବା ଆରମ୍ଭ ହେବ।

ଷଷ୍ଠ ଓ ସପ୍ତମ ମାସରେ ଚନ୍ଦ୍ରମା ୬୦,୦୦୦ ରୁ ୪୦,୦୦୦ କିଲୋମିଟରରେ ଆସି ପହଞ୍ଚିବ। ଯାହା ଫଳରେ ଚନ୍ଦ୍ରମାର କକ୍ଷପଥରେ ବୁଲିବାର ଗତି ବଢିଯିବ। ଯାହାଫଳରେ ସମୁଦ୍ରର ପାଣି ଚନ୍ଦ୍ରମାର ଗତିକୁ ଅନୁସରଣ କରିବେ। ଓ ଏହି ପ୍ରକ୍ରିୟା ଦିନରେ ଅନେକ ଥର ହେବ। ଯାହା ଫଳରେ ଅଧିକାଂଶ ଅଞ୍ଚଳ ଶୁଖିଲା ପଡିଯିବ। ସେତେବେଳେକୁ ମନୁଷ୍ୟ ଜାତି ଓ ଜୀବ ଜନ୍ତୁ ଆଦି ବିନାଶ ହୋଇସାରିଥିବେ।

ଏମିତି ଧୀରେ ଧୀରେ ଚନ୍ଦ୍ରମା ପୃଥିବୀର ନିକଟତର ହୋଇ ପୃଥିବୀରେ ଧକ୍କା ହେବ। ଯାହାପରେ ସମସ୍ତ ଜିନିଷ ଧୀରେ ଧୀରେ ଶାନ୍ତ ହେବ। ସେତେବେଳେ ଆଉ ପୃଥିବୀର କକ୍ଷପଥରେ ଚନ୍ଦ୍ରମା ନଥିବ, ଯାହାଫଳରେ ମନୁଷ୍ୟଜାତି ସମ୍ପୂର୍ଣ ରୂପରେ ଭିନ୍ନ ହେବ। ସେଥିପାଇଁ ଆପଣ ପ୍ରାର୍ଥନା କରନ୍ତୁକି ଭବିଷ୍ୟତରେ କେବେବି ଏମିତି ନ ହେଊ

Leave A Reply

Your email address will not be published.