ସୁପାରି ଦେଇ ବାପାକୁ ମାରିଲା ପୁଅ, ଇଣ୍ଟରନେଟରୁ ଖୋଜିକି ପାଇଥିଲା ହତ୍ୟାକାରୀ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି|ପୋଲିସ ଗୋଟିଏ ପୁଅକୁ ବାପାର ହତ୍ୟା କରାଇବାକୁ ସୁରାପି ଦେଇ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରିଛି|ଶିବପୁରୀରେ ରହୁଥିବା ପୁଅ ସୋସିଆଲ ମିଡିଆରେ ବିହାରର ରହୁଥିବା ସୁପାରି କିଲର ସହ ସମ୍ପର୍କ କରି ସୁପାରି ଦେଇ ବାପାର ହତ୍ୟା କରିଥିଲେ|

ସୂଚନା ଅନୁସାରେ କିଛି ଦିନ ପୂର୍ବେ ମହେଶ ଗୁପ୍ତାକୁ ଗୁଳି ମାରି ହତ୍ୟା କରାଯାଇଥିଲା|ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠେଇଥିଲେ|ଯାଞ୍ଚରେ ପୋଲିସକୁ ଜଣାପଡ଼ିଲା ଯେ ମୃତକଙ୍କ ଗୋଟିଏ ପୁଅ ସେନାରେ ଥିଲା ଓ ଅନ୍ୟ ପୁଅ ପ୍ରିୟକକ୍କଡ ଅଟେ|

ସନ୍ତୋଷ ଏଵେ ଏହି ଦୁନିଆରେ ନାହିଁ, ଅନ୍ୟ ପୁଅ ଅଙ୍କିତ ଜୁଆ,ସଟାରେ ଲିପ୍ତ ରହିବା ବ୍ୟତୀତ ମଦ୍ୟପାନ କରିଥିଲେ|ଏଥିପାଇଁ ପତ୍ନୀ ଓ ପିତା ସହ ଝଗଡା ହେଉଥିଲା|ହତ୍ୟାର ଯାଞ୍ଚ ସମୟରେ ଆରମ୍ଭରେ ଅଙ୍କିତ ପୋଲିସକୁ ଠକୁ ଥିଲା|ଯେତେବେଳେ ଅଙ୍କିତ ମୋବାଇଲ ଅନୁସନ୍ଧାନ କରାଗଲା ସେତେବେଳେ ହତ୍ୟାର ଖୁଲାସା ହେଲା|

ଏହି ମାମଲାରେ ଶିବପୁରୀ ଏସପି ରାଜେଶ ସିଂ ଚନ୍ଦେଲ କହିଛନ୍ତି ଯେ ମୃତକଙ୍କ ପୁଅ ଅଙ୍କିତ ପଚରାଉଚରାରେ ପୋଲିସକୁ ଫାଙ୍କୁଥିଲେ|ଅଙ୍କିତର‌ ଫୋନ‌ କଲ ଡିଟେଲ୍ ଇଣ୍ଟରନେଟ ହିଷ୍ଟ୍ରି ଖୋଜିବାରୁ ଜଣାପଡ଼ିଲା ଯେ ଇଣ୍ଟରନେଟ ଜରିଆରେ ବିହାରର ସୁପାରୀ କିଲର ସହ ଯୋଗାଯୋଗ କରି ହତ୍ୟା କରିଥିଲେ|

ଆରୋପୀର ଭାଇ ସନ୍ତୋଷ ସେନାରେ ଥିଲା,ଯାହାର ମୃତ୍ୟୁ ପରେ ବାପାକୁ ପାଖାପାଖି ୧ କୋଟି ଟଙ୍କା ମିଳିଥିଲା|ଅଙ୍କିତର ନଜର ୧ କୋଟି ଟଙ୍କା ଉପରେ ଥିଲା ତେଣୁ ସେ ପିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏଭଳି ପ୍ଲାନ କରିଥିଲା|ପୋଲିସ ଆରୋପୀକୁ ଗିରଫ କରିଛି|

Leave A Reply

Your email address will not be published.