ପ୍ରକୃତିଙ୍କୁ ଘଣ୍ଟାଏ ଜେରା କଲା ପୋଲିସ, ପଚାରିଲା ୧୨ଟି ପ୍ରଶ୍ନ

0

Get real time updates directly on you device, subscribe now.

ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ରହିଛି ଏବେ ପ୍ରକୃତିଙ୍କ ଘରେ ପୋଲିସ୍‌ । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଘରେ ଖାରବେଳନଗର ଥାନା ପୋଲିସ୍‌ ପହଞ୍ଚି ବୟାନ ରେକର୍ଡ କରିଛି । ଘଣ୍ଟାଏ ଧରି ପୋଲିସ ତାଙ୍କୁ ପଚରାଉଚରା କରିଛି । ଭୁବନେଶ୍ୱର ସ୍ଥିତ ବାସଭବନରେ ଅଭିଭାବକଙ୍କ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ଜେରା କରିଛି ପୋଲିସ । ଦୁଇଟି ଅଭିଯୋଗର ତଦନ୍ତ କରୁଛି ପୋଲିସ ।

ଅଭିନେତ୍ରୀ ପ୍ରକୃତିଙ୍କ ବିରୋଧରେ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ ଆଣିଥିଲେ । ସେହିପରି ପ୍ରକୃତିଙ୍କ ପରିବାର ପକ୍ଷରୁ ତୃପ୍ତି ଓ ତାଙ୍କ ବାପା ଲଲିତ ଶତପଥୀଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କୁ ନୋଟିସ ହୋଇଛି । ତୃପ୍ତି ଶତପଥୀଙ୍କୁ ଧାରା ୪୧-କ ଅନୁସାରେ ନୋଟିସ କରିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ରଙ୍କ ଅଭିଯୋଗ ଅନୁସାରେ ନୋଟିସ କରାଯାଇଛି । ପୂର୍ବରୁ ତୃପ୍ତିଙ୍କୁ ପୋଲିସ ଯାଇ ପଚରା ଉଚରା ମଧ୍ୟ କରିଥିଲା । ଏହାସହ ପୂର୍ବରୁ ତୃପ୍ତିଙ୍କ ବାପା ଲଳିତ ଶତପଥୀଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୋଲିସ ।

ବାବୁଶାନ-ତୃପ୍ତି-ପ୍ରକୃତି କଳି ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଘଟଣାର ୩ ଦିନ ପରେ ବି ବାବୁଶାନ ଓଡ଼ିଶା ଫେରି ନ ଥିବା ବେଳେ ଘରକୁ ଫେରିଛନ୍ତି ପ୍ରକୃତି ମିଶ୍ର । ପ୍ରକୃତି ଚେନ୍ନାଇରୁ ଫେରିଥିବା ବେଳେ ଆଜି ଖାରବେଳନଗର ଥାନା ପୁଲିସ୍‌ ତାଙ୍କୁ ପଚରାଉଚରା କରିଛି । ଖାରବେଳନଗର ଥାନା ଆଇଆଇସି ଓ ଲେଡି ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ଘରେ ପହଞ୍ଚିଥିଲେ । ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍‌ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା ।

ଆଉ ଡର୍ଜନେ ରୁ ମଧ୍ୟ ଅଧିକ ପ୍ରଶ୍ନ ପଚରିଛି । ଏବଂ ଏଥିରେ ସେ ସହଯୋଗ କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ । ଏହି ଘଟଣାରେ ପ୍ରକୃତିଙ୍କ ପିତା ମନ୍ନଥ ମିଶ୍ର କହିଛନ୍ତି, ଘଟଣା ସମ୍ପର୍କରେ ପୁଲିସ ଆମ ଉପସ୍ଥିତିରେ ପ୍ରକୃତିକୁ ପଚରାଉଚରା କରିଛି । ଯାହା ଉତ୍ତର ଦେବା କଥା ପ୍ରକୃତି ଦେଇ ସାରିଛି । ମୁଁ ଆଇନ ଉପରେ ସବୁ ଛାଡ଼ି ଦେଇଛି ।  ଆମେ ଚେନ୍ନାଇରେ ବାବୁଶାନ୍‌ଙ୍କୁ ଭେଟିଥିଲୁ । ମୁଁ ଚାହୁଁଛି ବାବୁ ତାଙ୍କ ପରିବାର ପାଖକୁ ଫେରି ସୁଖର ସଂସାର କରନ୍ତୁ ।

Leave A Reply

Your email address will not be published.