ଅଗ୍ନିବୀର ହେବାର ସ୍ୱପ୍ନ ରହିଗଲା ଅଧାରେ, ଦୌଡିବା ସମୟରେ ଚାଲିଗଲା ଜୀବନ,ପରିବାରରେ ଖେଳିଗଲା ଶୋକର ଛାୟା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

କୁହାଯାଇଥାଏ ଜୀବନର କୌଣସି ଭରସା ନଥାଏ କେତେବେଳେ କାହାର କିଛି ହୋଇଯାଏ ଏହା କାହାରିକୁ ଜଣାନଥାଏ। ଏମିତି ଏକ ଘଟଣା ଜଣେ ଯୁବତୀଙ୍କ ସହିତ ଦେଖିବାକୁ ମିଳିଛି। ଯୁବତୀ ଜଣକ ଉତ୍ତର ପ୍ରଦେଶର ମୈନୀପୁରର ଅଟନ୍ତି ଓ ତାଙ୍କ ନାମ ଶ୍ଵେତା ଚୌହାନ। ଅଗ୍ନିପଥ ଯୋଜନା ଅନ୍ତର୍ଗତ ଦେଇ ସେ ସେନାରେ ଭର୍ତ୍ତି ହେବାର ଲକ୍ଷ୍ୟ ରଖିଥିଲେ କିନ୍ତୁ ଏହା ସମ୍ଭବ ହେଲାନାହିଁ। ପ୍ରସ୍ତୁତି ସମୟରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ସକାଳୁ ଦୌଡ଼ିବାକୁ ଯାଇଥିଲେ ଶ୍ଵେତା:-

ମୈନୀପୁର ଘିରୋର ଅଞ୍ଚଳ ଅଲାଲପୁର ଗ୍ରାମର ଶ୍ଵେତା ଅଗ୍ନିବୀର ଜରିଆରେ ସେନାରେ ଭର୍ତ୍ତି ହେବାର ଲକ୍ଷ୍ୟ ରଖିଥିଲେ ଓ ସେ ସେଥିପାଇଁ ପ୍ରତିଦିନ ସକାଳୁ ଦୌଡ଼ିବାକୁ ଯାଉଥିଲେ। ପ୍ରତିଦିନ ଭଳି ରବିବାର ଦିନ ସକାଳୁ ମଧ୍ୟ ସେ ଦୌଡ଼ିବାକୁ ଯାଇଥିଲେ ତ ସତ କିନ୍ତୁ ଫେରିବାବେଳେ ତାଙ୍କର ଶବ ଘରକୁ ଫେରିଥିଲା।

ପରିଜନଙ୍କ କହିବାହେଲା ଶ୍ଵେତା ପାଠପଢ଼ାରେ ବହୁତ ହୁସିଆର ଥିଲେ ଓ ସେ ଅଗ୍ନିବୀର ହେବାକୁ ଚାହୁଁଥିଲେ ଓ ଏଥିପାଇଁ ଦୌଡ଼ୁଥିଲେ, ପରିଶ୍ରମ ମଧ୍ୟ କରୁଥିଲେ କିନ୍ତୁ ରବିବାର ଦିନ କଣ ହେଲା କେଜାଣି ଶ୍ଵେତା ଦୌଡ଼ୁଥିବା ସମୟରେ ବେହୋସ ହୋଇପଡ଼ିଲେ ଓ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଡ଼କ୍ଟର ଏଠାରେ ତାଙ୍କୁ ମୃତ ଘୋଷିତ କରିଦେଇଥିଲେ।

ପରିଜନ ମାନେ ପୋଷ୍ଟମର୍ଟମ କଲେନାହିଁ:-

ହଇରାଣ କରିବାଭଳି ଘଟଣା ଏହାକି ଯେ, ଶ୍ଵେତାଙ୍କ ମୃତ୍ୟୁକୁ ନେଇ ଘରଲୋକେ ତାଙ୍କର ପୋଷ୍ଟମର୍ଟମ କରାଇନଥିଲେ ଓ କୌଣସି ପ୍ରକାରର ଆଇନଗତ କାର୍ଯ୍ୟବାହୀ କରାଇନଥିଲେ। ଶ୍ଵେତା ଘରର ବଡ଼ଝିଅ ଥିଲେ ଓ ତାଙ୍କ ପରେ ଜଣେ ଭଉଣୀ ଓ ଆଉଜଣେ ଭାଇ ଥିଲେ। ଭଉଣୀର ମୃତ୍ୟୁ ପରେ ସେମାନେ ବହୁତ ଦୁଃଖରେ ଅଛନ୍ତି।

କୁହାଯାଉଛି ଶ୍ଵେତା ପ୍ରତିଦିନ ଘିରୋର ବାଇପାସ ରାସ୍ତାରେ ପ୍ରାକ୍ଟିସ କରୁଥିଲେ। ସେ ସେନାରେ ଭର୍ତ୍ତି ହୋଇ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲେ। ଏହାସହ ସେ ଏହି ଚାକିରୀ କରି ନିଜ ପରିବାରକୁ ଆର୍ଥିକ ରୂପରେ ସହାୟତା କରିବାକୁ ଚାହୁଁଥିଲେ। କିନ୍ତୁ ଦୁଃଖର ବିଷୟ ଏହାକି ଯେ, ଶ୍ଵେତା ପ୍ରସ୍ତୁତି ସମୟରେ ନିଜ ଜୀବନ ହାରିଥିଲେ ଓ ଦେଶ ଜଣେ ଭବିଷ୍ୟ ଅଗ୍ନିବୀରକୁ ହରାଇ ବସିଲା। ଶ୍ଵେତାଙ୍କ ଯିବାପରେ ଘରେ ଏକଲା ଅନୁଭୂତି ହେଉଛି।

Leave A Reply

Your email address will not be published.