ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ, ଭାରତ ପାଇଲା ନୂଆଁ ରାଷ୍ଟ୍ରପତି

0

Get real time updates directly on you device, subscribe now.

ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇ ଭାରତର ନୂଆଁ ରାଷ୍ଟ୍ରପତି ହୋଇଛନ୍ତି । ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସେନାଙ୍କୁ ହରାଇ ରାଷ୍ଟ୍ରପତି ହେଲେ । ଦେଶ ପଞ୍ଚଦଶ ରାଷ୍ଟ୍ରପତି ପାଇଲା । ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତି ହେବାପରେ ଦ୍ରୌପଦୀଙ୍କୁ କେଉଁ କେଉଁ ସୁବିଧା ମିଳିବ ଏବଂ କେତେ ଦରମା ପାଇବେ ।

ରାଷ୍ଟ୍ରପତି ପଦବୀ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଟେ । ବର୍ତ୍ତମାନ ଏହି ପଦରେ ଦ୍ରୌପଦୀ ମୁର୍ମୁ ବସିଲେ । ଆସନ୍ତା 25 ତାରିଖରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ମଧ୍ୟ ନେବେ । ତେବେ ଜାଣନ୍ତୁ ତାଙ୍କ ଦରମା ଏବଂ ସୁବିଧା ବିଷୟରେ ।

ଦୌପଦୀ ଦରମା କେତେ ପାଇବେ ?

ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ବର୍ତ୍ତମାନ ମାସିକ 5 ଲକ୍ଷ ଟଙ୍କା ଦରମା ମିଳିବ । 2018 ରେ ରାଷ୍ଟ୍ରପତିଙ୍କ ଦରମା ଦେଢ଼ ଲକ୍ଷ ଟଙ୍କା ଥିଲା । ଦରମା ସହିତ ମାଗଣା ମେଡିକାଲ୍ ସୁବିଧା, ଟେଲିଫୋନ, ବିଜୁଳି ସମସ୍ତ ଭତ୍ତା ମଧ୍ୟ ମିଳିବ । ରାଷ୍ଟ୍ରପତିଙ୍କୁ ମର୍ସିଡିଜ୍-ବେଞ୍ଚ-ଏସ600 ପୂଲମ୍ୟାନ ଗାର୍ଡ ଗାଡ଼ି ମିଳିଥାଏ । ରାଷ୍ଟ୍ରପତିଙ୍କ ପାଖରେ 86 ଜଣିଆ ସ୍ବତନ୍ତ୍ର ଗାର୍ଡ ଥାଏ, ଯାହାଙ୍କୁ ପ୍ରେସିଡେନସିଆଲ ବଡିଗାର୍ଡ ମିଳିଥାଏ । ରାଷ୍ଟ୍ରପତିଙ୍କୁ ମାଗଣା ଘର, ଦୁଇଟି ମୋବାଇଲ ଫୋନ୍ ଓ ଆଜୀବନ ମାଗଣା ଚିକିତ୍ସା ସୁବିଧା ମିଳିବ । ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ଜଣେ ସହଯୋଗୀଙ୍କ ସହ ଟ୍ରେନ କିମ୍ବା ଆକାଶମାର୍ଗରେ ଯାତ୍ରା କରିବାପାଇଁ ସୁବିଧା ମିଳିଥାଏ ।

ରାଷ୍ଟ୍ରପତିଙ୍କ ବାସଭବନ 340 ଏକର :-

ରାଷ୍ଟ୍ରପତି ଭବନକୁ ବ୍ରିଟିଶ ଭାଇସରୟଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଏହି ଭବନକୁ ଏଡୱର୍ଡ ଲୁଟିୟନ୍ସ ଓ ହର୍ବର୍ଟ ବେକର ଡିଜାଇନ୍ କରିଥିଲେ । ଏହାକୁ ନିର୍ମାଣ କରିବାକୁ 17 ବର୍ଷ ଲାଗିଥିଲା । ରାଷ୍ଟ୍ରପତି ଭବନରେ 340 ଟି କୋଠରୀ ରହିଛି । ସେତେବେଳେ ଏହି ବିରାଟ ଭବନକୁ ନିର୍ମାଣ କରିବାପାଇଁ 45 ଲକ୍ଷ ଇଟା ଲାଗିଥିଲା । 15 ଏକରରେ ବ୍ୟାପିଥିବା ମୋଗଲ ଗାର୍ଡେନ ହେଉଛି ମୁଖ୍ୟ ଆକର୍ଷଣର କେନ୍ଦ୍ରସ୍ଥଳୀ ।

କେତେ କ୍ଷମତା ରହିଛି ରାଷ୍ଟ୍ରପତିଙ୍କର ?

ଭାରତର ସାମ୍ବିଧାନିକ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି କରିବା ଏବଂ ସମ୍ବିଧାନର ସଂରକ୍ଷଣ କରିବା ରାଷ୍ଟ୍ରପତିଙ୍କ ପ୍ରମୁଖ ଦାୟିତ୍ଵ ଅଟେ । କ୍ୟାବିନେଟ୍ ପାସ ପରେ ପାର୍ଲିଆମେଣ୍ଟରେ ପାସ ହୋଇଥିବା ବିଲ ରାଷ୍ଟ୍ରପତିଙ୍କ ପାଖକୁ ଯାଏ । ରାଷ୍ଟ୍ରପତିଙ୍କ ଦସ୍ତଖତ ବିନା କୌଣସି ବିଲ ମଞ୍ଜୁର ହୋଇପାରିବ ନାହିଁ । କିନ୍ତୁ ସଂସଦରେ ଦ୍ୱିତୀୟ ଥର ପାସ ହେଲେ ବିଲ ଉପରେ ରାଷ୍ଟ୍ରପତି ଦସ୍ତଖତ କରନ୍ତି । ରାଷ୍ଟ୍ରପତି ତିନି ସେନାର ମୁଖ୍ୟ ଅଟନ୍ତି ।

ଧାରା 72 ଆଧାରରେ ରାଷ୍ଟ୍ରପତି ଦୋଷୀଙ୍କ ଦଣ୍ଡକୁ କ୍ଷମା କରିପାରିବେ । ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଉପରେ ମଧ୍ୟ ନିଷ୍ପତ୍ତି ନେଇପାରନ୍ତି । ଭାରତର ମୁଖ୍ୟ ବିଚାରପତି, ରାଜ୍ୟ ହାଇକୋର୍ଟଙ୍କ ଜଜ, ରାଜ୍ୟପାଳ, ନିର୍ବାଚନ କମିଶନର ଏବଂ ରାଷ୍ଟ୍ରଦୂତଙ୍କ ନିଯୁକ୍ତି ମଧ୍ୟ ରାଷ୍ଟ୍ରପତି କରିଥାନ୍ତି । ଧାରା 352 ଆଧାରରେ ରାଷ୍ଟ୍ରପତି ଯୁଦ୍ଧ କିମ୍ବା ବାହ୍ୟ ଆକ୍ରମଣ କିମ୍ବା ସସତ୍ର ବିଦ୍ରୋହ ସମୟରେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରନ୍ତି । ଯଦି କୌଣସି ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ବିଫଳ ହୁଏ, ତେବେ ରାଷ୍ଟ୍ରପତି 356ର ବ୍ୟବହାର କରି ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ ।

Leave A Reply

Your email address will not be published.