ପିଏଫ ଖାତାଧାରକଙ୍କ ଚେହେରାରେ ଆସିଲା ଖୁସି, ଏହି ତାରିଖରେ ଆସିବ ସୁଧର ପଇସା, ଶୀଘ୍ର ଚେକ କରନ୍ତୁ

0

Get real time updates directly on you device, subscribe now.

ପିଏଫ କର୍ମଚାରୀଙ୍କ ଚେହେରାରେ ପୁଣିଥରେ ଖୁସି ଦେଖିବାକୁ ମିଳୁଛି। କାରଣ ସରକାର ବର୍ତ୍ତମାନ ଶୀଘ୍ର କୌଣସି ଦିନ ସୁଧର ପଇସା ବ୍ୟାଙ୍କ ଏକାଉଣ୍ଟକୁ ପଠାଇପାରନ୍ତି। ପାଖାପାଖି ୬କୋଟିରୁ ଅଧିକ କର୍ମଚାରୀଙ୍କ ଖାତାରେ ସୁଧର ପଇସା ଟ୍ରାନ୍ସଫର କରାଯିବ। ଯାହାର ବଡ ସ୍ତରରେ ଲାଭ ଦେଖିବାକୁ ମିଳିବ।

ସରକାରଙ୍କ ନିଷ୍ପତ୍ତି ଅନୁସାରେ ପିଏଫ କର୍ମଚାରୀଙ୍କୁ ଅର୍ଥ ବର୍ଷ ୨୦୨୦-୨୧ ପାଇଁ ୮.୧ ପ୍ରତିଶତ ସୁଧ ଦେବାର ଘୋଷଣା କରାଯାଇଛି। ଯେଉଁ ରାଶି ଚାଳିଶ ବର୍ଷ ଇତିହାସରେ ସବୁଠାରୁ କମ ଅଟେ। ଏହା ପୂର୍ବରୁ ଅର୍ଥ ବର୍ଷରେ ୮.୫ ପ୍ରତିଶତ ସୁଧ ଦରରେ ପଇସା ମିଳିଥିଲା। କୁହାଯାଉଛିକି ୩୦ ଜୁଲାଇ ପର୍ଯ୍ୟନ୍ତ ସୁଧର ପଇସା ଖାତାକୁ ଆସିଯିବ।

ଆଶ୍ଚର୍ଯ୍ୟର କଥା ହେଉଛିକି ପିଏଫ କାଟୁଥିବା ସଂସ୍ଥା ଇପିଏଫଓ ବର୍ତ୍ତମାନ ପଇସା ଦେବାର ତାରିଖ ଅଫିସିଆଲି ଘୋଷଣା କରିନାହାନ୍ତି। କିନ୍ତୁ ଅନେକ ମିଡ଼ିଆ ଖବରରେ ଏହା ଦାବି କରାଯାଉଛି।

ଜାଣନ୍ତୁ ଖାତାରେ ଆସିବ କେତେ ମୂଲ୍ୟ:-

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫଓ) ବହୁତ ଶୀଘ୍ର କର୍ମଚାରୀଙ୍କ ଖାତାରେ ପିଏଫର ସୁଧର ପଇସା ଦେବ। ଏମିତି କର୍ମଚାରୀ ଯେଉଁମାନଙ୍କ ପିଏଫ ଖାତାରେ ୬ଲକ୍ଷ ଟଙ୍କା ଜମା ଅଛି। ତାଙ୍କୁ ସୁଧ ରୂପରେ ୪୮ ହଜାର ଟଙ୍କାର ରାଶି ଟ୍ରାନ୍ସଫର କରାଯିବ। ଅନେକ ମିଡ଼ିଆ ରିପୋର୍ଟରେ ଏହା ଦାବି କରାଯାଇଛିକି ପିଏଫ ଖାତାରେ ଶୀଘ୍ର ସୁଧର ମୂଲ୍ୟ ଟ୍ରାନ୍ସଫର କରାଯିବ।

ଏମିତି ଚେକ କରନ୍ତୁ ପଇସା:-

– ନିଜର ପିଏଫ ଖାତାର ବଲାନ୍ସ ଚେକ କରିବା ପାଇଁ ପ୍ରଥମେ ଆପଣଙ୍କୁ epfindia.gov.in ରେ ଭିଜିଟ କରନ୍ତୁ।

– ଏହାପରେ ଆପଣଙ୍କୁ ‘Click Here to Know your EPF Balance’ ଅପ୍ସନ ଉପରେ କ୍ଲିକ କରିବାକୁ ହେବ।

– ଏହାପରେ ଆପଣଙ୍କୁ epfoservices.in/epfo/ ପେଜ ଉପରେ ରିଡାଇରେକ୍ଟ ଲିଙ୍କ ଜରିଆରେ ଭିଜିଟ କରିବାକୁ ହେବ।

– ଏହାପରେ ଆପଣଙ୍କୁ ‘Member Balance Information’ ଅପ୍ସନ ଉପରେ କ୍ଲିକ କରିବାକୁ ହେବ।

– ଏହାପରେ ଆପଣଙ୍କୁ ନିଜର ପଏଫ ଏକାଉଣ୍ଟ ନମ୍ବର ଓ ନିଜର ରେଜିଷ୍ଟର ମୋବାଇଲ ନମ୍ବର ଦେବାକୁ ହେବ।

– ଏହାପରେ ଆପଣଙ୍କୁ ନିଜ ରାଜ୍ୟର ଚୟନ କରିବାକୁ ହେବ ଓ ନିଜର ରାଜ୍ୟର EPFO ଅଫିସ ୱେବସାଇଟଉପରେ କ୍ଲିକ କରିବାକୁ ହେବ।

– ଏହାପରେ ଆପଣଙ୍କୁ submit ଅପ୍ସନ ଉପରେ କ୍ଲିକ କରିବାକୁ ହେବ।

Leave A Reply

Your email address will not be published.