ଭାଇରାଲ ଭିଡିଓ: ସଡକରେ ବହୁଥିବା ପାଣିକୁ ପାର କରିବାକୁ ଚାହୁଁଥିଲେ ଡ୍ରାଇଭର,ହେଲା ଭୟଙ୍କର ଦୁର୍ଘଟଣା

0

Get real time updates directly on you device, subscribe now.

କୁହାଯାଇଥାଏ ପ୍ରକୃତି ସହ ଖେଳିବାର ଦୁର୍ଦ୍ଦଶା ମଣିଷକୁ ଭୋଗିବାକୁ ପଡ଼ିଥାଏ|କିନ୍ତୁ ମଣିଷ ସଵୁ ଜାଗାରେ ନିଜ ଇଛାରେ ଚଲାଇବାକୁ ଚେଷ୍ଟା କରିଥାଏ|ସେ ଭୁଲିଯାଏ ପ୍ରକୃତି ବିରୁଦ୍ଧରେ ଅଜାଣତରେ ସେ ବଡ ଭୁଲ କରୁଛି ଓ ଏହା ଭୟାବହ|ଏହାର ଉଦାହରଣ ଦେଖିବାକୁ ମିଳିଛି ଯେତେବେଳେ ଗୋଟିଏ ଗାଡି ପାଣିର ପ୍ରଖର ସ୍ରୋତରେ ଆଗକୁ ବଢିବାକୁ ଚେଷ୍ଟା କରୁଥିଲା ଓ ଗଭୀର ପାଣିରେ ଯାଇ ପଡିଲା|ଏହି ଘଟଣା ସହ ଜଡ଼ିତ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି|ଏହି ଭିଗିଓକୁ ଆଇପିଏସ୍ ଅଧିକାରୀ ଦୀପାଶୁ କାବ୍ରା ନିଜ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି|ସେ ଏହି ଭିଡିଓ ସେୟାର କରି ସନ୍ଦେଶ ମଧ୍ୟ ଦେଇଛନ୍ତି|

ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ସଡକରେ ପାଣି ବହୁ ଜୋରରେ ବୋହି ଅନ୍ୟପକ୍ଷରେ ଯାଉଛି|ଦେଖିଲେ ଲାଗୁଛି ଏହା କୈାଣସି ନଦୀ ଅଟେ ଯାହା ଉପରେ ପୋଲ ନିର୍ମାଣ ହୋଇଛି ଓ ନଦୀରେ ବନ୍ୟା ଯୋଗୁଁ ପୋଲ ଉପରେ ପାଣି ଯାଉଛି|ପାଣି ଏତେ ଭରିଛି ଯେ ପୋଲ ଦେଖାଯାଉ ନାହିଁ|ଭିଡିଓକୁ ଦେଖି ପାଣିର ତୀବ୍ରତା ଅନୁମାନ କରାଯାଇ ପାରେ|ଅନ୍ୟ ପକ୍ଷରେ କିଛି ଗାଡି ଛିଡା ହୋଇଥିବା ଦେଖାଯାଏ|ବୋଧହୁଏ ସେମାନେ ପାଣିର ତୀବ୍ରତା କମ ହେଵା ଯାଏଁ ଅପେକ୍ଷା କରିଛନ୍ତି ଫଳରେ ପାର କରି ପାରିବେ|

ଭିଡିଓରେ ଆଗକୁ ଦେଖାଯାଏ ଯେ ଗୋଟିଏ ଚାରି ଚକିଆ ଗାଡି ଏହି ଜୋରରେ ବୋହୁଥିବା ପାଣିକୁ ପାର କରୁଛି|ଦେଖିଲେ ଲାଗୁଛି ଗାଡି ଡ୍ରାଇଭର ବହୁତ ସାହାସ ରହିଛି ଓ ସିଧା ଚଳାଇଲେ ପାର ହୋଇଯିବ|କିନ୍ତୁ ପାଣିର ଏତେ ସ୍ରୋତରେ ଗାଡି ସିଧା ହୋଇ ପାରିଲା ନାହିଁ ଓ ଆପେଆପେ ମୋଡି ହୋଇଗଲା|ଫଳରେ ଗଭୀର ପାଣିରେ ପଡିଲା|ଏହା ଦେଖିବାକୁ ଖତରନାକ ଅଟେ|

ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପାଶୁ କାବ୍ରା ନିଜ ଟୁଇଟର ହ୍ୟାଣ୍ଡେଲ ଆଇପିଏସ୍ କାବ୍ରାରେ ସେୟାର କରିଛନ୍ତି|ଏହାସହ ସେ କ୍ୟାପ୍ସନରେ ଲେଖିଛନ୍ତି ଆପଣଙ୍କ ଜୀବନ ମହତ୍ୱପୂର୍ଣ୍ଣ ଅଟେ, କିଛି ସମୟ ଅପେକ୍ଷା କରନ୍ତୁ|ପ୍ରକୃତି କୈାଣସି ମେସିନ ଠାରୁ ଅଧିକ ବଳବାନ,ତାର ଇଜ୍ଜତ କରନ୍ତୁ|ଏହା ଜୋରରେ ଭାଇରାଲ ହେଉଛି|
ଏହାକୁ ଏପର୍ଯ୍ୟନ୍ତ ୨ ଲକ୍ଷ ୯୪ ହଜାରରୁ ଉର୍ଦ୍ଧ୍ବ ଥର ଦେଖାଯାଇଛି|

Leave A Reply

Your email address will not be published.