କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଲୋକଙ୍କ ମଧ୍ୟରେ ବହୁତ ପପୁଲାର ଅଟେ। ଏହି ଯୋଜନା 2014 ରେ ମୋଦି ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ଦେଶର ଗରିବ ନାଗରିକଙ୍କୁ ଜିରୋ ବାଲାନ୍ସ ଦ୍ୱାରା ଡ଼ାକଘରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁଯୋଗ ଦିଆଯାଉଛି।
ଜଣାଇଦେଉଛୁ କି, କରୋନା ମହାମାରୀ ସମୟରେ ଚାଲିଥିବା ଲକଡାଉନ ସମୟରେ ୩ମାସ ଯାଏଁ ମାସକୁ 500 ଟଙ୍କା ଲେଖାଏଁ ସରକାରଙ୍କ ତରଫରୁ ପଠାଯାଇଥିଲା। ଏହାସହ ଖାତାରେ କୌଣସି ଟଙ୍କା ନଥିଲେ ମଧ୍ୟ 10,000 ଟଙ୍କା ପର୍ଯ୍ୟନ୍ତ ଡ୍ରାଫ୍ଟ ନେବାର ସୁବିଧା ରହିଛି। ଏହି ରାଶିକୁ 5000 ଟଙ୍କାରୁ ବଢ଼ାଇ 10,000 କରିଦିଆଯାଇଛି।
ଜଣାଇଦେଉଛୁ କି, ଯୋଜନା ଅନ୍ତର୍ଗତ ଖାତା ଖୋଲିଲେ ଲୋକଙ୍କୁ ବହୁତ ଫାଇଦା ମିଳିଥାଏ। ଜନଧନ ଯୋଜନା ଦ୍ୱାରା ଖାତା ଖୋଲାଇଲେ ଆପଣଙ୍କୁ ଆକ୍ସିଡେଣ୍ଟାଲ ଇନ୍ସୁରାନ୍ସ କଭର ମଧ୍ୟ ମିଳିଥାଏ। 10 ବର୍ଷରୁ ଅଧିକ କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ନିଜର ଖାତା ଖୋଲିପାରିବେ।
ଏହି ଯୋଜନା ଅନ୍ତର୍ଗତ ବିଶେଷ ଲାଭ:-
– ୨ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଓ ୩ଲକ୍ଷ ଟଙ୍କାର ଲାଇଫ କଭର ସୁବିଧା ମିଳିଥାଏ।
– ଏଥିରେ ଭଲ ସୁଧ ପ୍ରାପ୍ତ ହୋଇଥାଏ ଓ ସରକାରୀ ଯୋଜନା ଅନ୍ତର୍ଗତ ସର୍ବପ୍ରଥମେ ଟଙ୍କା ଏହି ଖାତାକୁ ଆସିଥାଏ।
– ଏଥିରେ ଫ୍ରି ମୋବାଇଲ ବ୍ୟାଙ୍କିଙ୍ଗର ଶାନଦାର ସେବା ଉପଲବ୍ଧ ରହିଛି।
– ଖାତା ଖୋଲିବା ପାଇଁ ଆବଶ୍ୟକ ଦସ୍ତାବିଜ।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖାତା ଖୋଲିବାପାଇଁ ଆପଣଙ୍କୁ ଆବଶ୍ୟକ। ଦସ୍ତାବିଜ ଯେମିତିକି ଆଧାରକାର୍ଡ, ପାନ କାର୍ଡ଼, ନିବାସ ପ୍ରମାଣ ପତ୍ର ଆବଶ୍ୟକ ହୋଇଥାଏ। ଏହାସହ କୌଣସି ଗ୍ୟାଜିଟେଡ଼ ଅଧିକାରୀଙ୍କ ଦ୍ଵାରା ହସ୍ତାକ୍ଷରିତ ପ୍ରଶ୍ନ ଦେବାକୁ ହୋଇଥାଏ। ଅଧିକ ସୂଚନା ପାଇଁ କୌଣସି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସକୁ ସମ୍ପର୍କ କରନ୍ତୁ।