କିଛି ନ କରି ପ୍ରତିମାସରେ ମିଳିବ 45000 ଟଙ୍କା, ଆଜି ହିଁ ଖୋଲନ୍ତୁ ଏହି ଖାତା

0

Get real time updates directly on you device, subscribe now.

National Pension Scheme: କେନ୍ଦ୍ର ସରକାର ଲୋକଙ୍କ ପାଇଁ ଅନେକ ପ୍ରକାରର ଯୋଜନା ଚଳାଇଛନ୍ତି, ଯାହା ଲୋକଙ୍କ ପାଇଁ ଲାଭଦାୟକ ମଧ୍ୟ ପ୍ରମାଣିତ ହେଉଛି । ଏହି ଯୋଜନା ଦ୍ୱାରା କେବେ ଆଜି ନୁହେଁ ବରଂ କାଲି ମଧ୍ୟ ଭବିଷ୍ୟତ ଉଜ୍ଜ୍ବଳ ରହିବ । ତେବେ ସରକାରଙ୍କ ଏହି ଯୋଜନା ମଧ୍ୟରେ ଏପରି ଅନେକ ଅଲଗା ଅଲଗା ପ୍ରକାରର ଯୋଜନା ରହିଛି । ଯେପରିକି ଯଦି ଆପଣ ସଞ୍ଚୟ କରିବାକୁ ଚିନ୍ତା କରିବେ, ତେବେ ଆପଣଙ୍କ ପାଇଁ ଅନେକ ସଞ୍ଚୟ ଯୋଜନା ରହିଛି । ଯେପରିକି ଯଦି ଆପଣ ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିବାକୁ ସଞ୍ଚୟ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଚମତ୍କାର ଯୋଜନା ରହିଛି ।

ଆପଣ ନେସନାଲ ପେନସନ ସିଷ୍ଟମ(National Pension System) (NPS) ରେ ନିବେଶ ଆରମ୍ଭ କରିପାରିବେ । ଆପଣ ନିଜ ପରିବାରର ଯେକୌଣସି ସଦସ୍ୟଙ୍କ ନାମରେ ଏଥିରେ ଗୋଟିଏ ଖାତା ଖୋଲିପାରିବେ । ଯେପରିକି ଆପଣ ନିଜ ସ୍ତ୍ରୀ ନାଁରେ ନିବେଶ କରିବା ଆରମ୍ଭ କରିପାରିବେ । ସ୍ତ୍ରୀ ନାଁରେ ଛୋଟ ନିବେଶ କରିବାପରେ ମାସକୁ ପ୍ରାୟ 45,000 ଟଙ୍କା ପେନସନ ଲାଭ ଦିଆଯିବ । ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ଗୋଟିଏ ଖାତା ଖୋଲିବାକୁ ପଡ଼ିବ । ଏହି ସ୍କିମ ଅଧୀନରେ ଆପଣଙ୍କର ରେଗୁଲାର ଇନକମ୍ ହେବ । ଅର୍ଥାତ୍ ଆପଣଙ୍କୁ ରେଗୁଲାର ପେନସନ ମିଳିବ ।

ଆପଣଙ୍କୁ କହିରଖୁଛୁ ଯେ NPS ରେ ଖାତା ଖୋଲିଲେ ଆପଣଙ୍କ ସ୍ତ୍ରୀକୁ 60 ବର୍ଷ ପୁରା ହେଲେ ଏକ ଲକ୍ଷ ଟଙ୍କା ମିଳିବ । ଏହାସହିତ ପେନସନ ଭାବରେ ପ୍ରତିମାସରେ ରେଗୁଲାର ଇନକମ୍ ହୋଇଚାଲିବ । ଆପଣ NPS ଖାତାରେ ସୁବିଧା ଅନୁଯାୟୀ ପ୍ରତି ମାସରେ କିମ୍ବା ବର୍ଷକୁ ଥରେ ପଇସା ଜମା କରିପାରିବେ ।

ଆପଣ କେବଳ 1000 ଟଙ୍କାରେ ମଧ୍ୟ ନିଜ ସ୍ତ୍ରୀ ନାଁରେ NPS ଆକାଉଣ୍ଟ ଖୋଲିପାରିବେ । 60 ବର୍ଷ ବୟସରେ NPS ଆକାଉଣ୍ଟ୍ ପରିପକ୍ଵ ହୋଇଯାଏ । ନୂତନ ନିୟମ ଅନୁସାରେ ଆପଣ ଚାହିଁଲେ ନିଜ ସ୍ତ୍ରୀର ବୟସ 65 ବର୍ଷ ହେବା ପର୍ଯ୍ୟନ୍ତ ମଧ୍ୟ NPS ଆକାଉଣ୍ଟ୍ ଚଳାଇ ପାରିବେ ।

ଏଥିରେ ସବୁଠାରୁ ଖାସ କଥା ହେଉଛି ଏହା ଯେ NPS ଆକାଉଣ୍ଟ୍ ସହିତ ଆପଣ ଏହା ମଧ୍ୟ ସ୍ଥିର କରିପାରିବେ ଯେ ଆପଣଙ୍କ ସ୍ତ୍ରୀକୁ ପ୍ରତି ମାସରେ କେତେ ପେନସନ ମିଳିବ । ଏହାଦ୍ବାରା ଆପଣଙ୍କ ସ୍ତ୍ରୀଙ୍କର ଯେତେବେଳେ 60 ବର୍ଷର ବୟସ ହେବ, ସେତେବେଳେ ପେନସନର ଲାଭ ଦିଆଯିବ ।

ପ୍ରତି ମାସରେ ହେବ ଏତେ ରୋଜଗାର ?

ଉଦାହରଣରୁ ବୁଝନ୍ତୁ – ଯଦି ଆପଣଙ୍କ ସ୍ତ୍ରୀର ବୟସ 30 ବର୍ଷ ଅଟେ ଏବଂ ଆପଣ ତାଙ୍କ NPS ଆକାଉଣ୍ଟରେ ପ୍ରତି ମାସରେ 5000 ଟଙ୍କାର ନିବେଶ କରନ୍ତି । ଯଦି ତାଙ୍କୁ ନିବେଶ ଉପରେ ବାର୍ଷିକ 10 ପ୍ରତିଶତ ରିଟର୍ନ ମିଳେ ତେବେ 60 ବର୍ଷ ବୟସରେ ତାଙ୍କ ଆକାଉଣ୍ଟରେ ମୋଟ 1.12 କୋଟି ଟଙ୍କା ହେବ । ତାଙ୍କୁ ଏଥିରୁ ପ୍ରାୟ 45 ଲକ୍ଷ ଟଙ୍କା ମିଳିଯିବ । ଏହାବ୍ୟତୀତ ତାଙ୍କୁ ପ୍ରତିମାସରେ 45,000 ଟଙ୍କାର ପେନସନ ମିଳିବା ଆରମ୍ଭ ହୋଇଯିବ । ଏଥିରେ ଖାସ କଥା ହେଉଛି ଯେ ତାଙ୍କୁ ଜୀବନସାରା ପେନସନ ମିଳିବ ।

Leave A Reply

Your email address will not be published.