ପ୍ରେମ ବ୍ୟାପାରକୁ ନେଇ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ଯୁବକ । ଛାଡିଗଲେ ଶେଷ ଚିଠି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ

0

Get real time updates directly on you device, subscribe now.

ପ୍ରେମ ପାଇଁ ଜୀବନ ହାରିବା ଦିନକୁ ଦିନ ଏକ ସାଧାରଣ କଥା ପାଲଟି ଯାଉଛି । ଏକତରଫା ପ୍ରେମ ହେଉ ବା ଦୁଇ ତରଫା ହେଉ ସାମାନ୍ୟ ଭୁଲ୍‌ ବୁଝାମଣା ଅନେକ ଯୁବପିଢ଼ିଙ୍କ ଜୀବନହାନୀର କାରଣ ବନୁଛି । ତେବେ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ସେଇଟା ହେଉଛି ପ୍ରେମ ନେଲା ଆଉ ଏକ ଜୀବନ । ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ । ପ୍ରେମିକାର ଧୋକା ସହିନପାରି ବିଷ ଖାଇ କଲେ ଆତ୍ମହତ୍ୟା । ଆତ୍ମହତ୍ୟା ପୂର୍ବରୁ ଛାଡିଯାଇଛନ୍ତି ସୁଇସାଇଡ୍ ନୋଟ୍ ।

ଆଉ ସେହି ଶେଷ ଚିଠିରେ ଲେଖା ହୋଇଛି ଯେ, ” ମୋର ୪ ବର୍ଷର ପ୍ରେମକୁ ୨ ମିନିଟରେ ଫଇସଲା କରିଦେଲେ ଆପଣ । କାହିଁକି ଏମିତି ମୋ ସାହ ଅନ୍ୟାୟ କଲେ ସାର୍ ? ଆପଣ ମୋ କଥା ଶୁଣିଥିଲେ ମୁଁ ବଞ୍ଚିଯାଇଥାନ୍ତି । ମୋ ଉପରେ ଯେମିତି ଅନ୍ୟାୟ କଲେ ଆଉ କାହା ଉପରେ କରିବେନି ସାର୍..” । ତେବେ ଜୀବନ ହାରିଥିବା ଏହି ୨୫ ବର୍ଷୀୟ ଜୟନ୍ତଙ୍କ କୋହଭରା ଅଭିଯୋଗ ଯାହାକି ସେ ରୁପ୍ସା ଥାନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଲେଖି ଛାଡ଼ି ଯାଇଛନ୍ତି ।

ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅଞ୍ଚଳରେ । ସୂଚନା ଅନୁସାରେ,ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅଞ୍ଚଳର ଆଙ୍କ ଗାଁର ଯୁବକ ଜୟନ୍ତ ବେହେରା । ସେହି ଅଞ୍ଚଳର ଜୈନିକ ଯୁବତୀଙ୍କୁ ଦୀର୍ଘ ୪ ବର୍ଷ ଧରି ପ୍ରେମ କରୁଥିଲେ । ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିବା ବେଳେ ଗତ କିଛି ଦିନ ପୂର୍ବରୁ ଉଭୟଙ୍କ ପରିବାର ମଧ୍ୟରେ ସମ୍ପର୍କ ନେଇ ତିକ୍ତତା ଦେଖା ଦେଇଥିଲା । ଏହାପରେ ଘଟଣାର ବୁଝାମଣା ରୁପ୍ସା ଥାନାରେ ହୋଇଥିଲା । ମାତ୍ର ଥାନାରେ ହୋଇଥିବା ବୁଝାମଣାରେ ସନ୍ତୁଷ୍ଟ ନ ଥିଲେ ମୃତ ଯୁବକ ଜଣକ ।

ଯାହା ତାଙ୍କ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି ମୃତ ଯୁବକ । ଏହାରି ଭିତରେ ଯୁବତୀଙ୍କ ଅନ୍ୟତ୍ର ବିବାହ ହୋଇଥିଲା । ଏହାକୁ ସହ୍ୟ କରି ନପାରି, ମାନସିକ ଭାରସାମ୍ୟ ହରାଇ ଘାସମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବକ ଜଣକ । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ଵର ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.