ନାବାଳକ ପ୍ରେମରେ ଉବୁଟୁବୁ ହେଲେ ଓ ବାପଘରକୁ ଯିବେ କହି ସ୍ୱାମୀଙ୍କୁ ୩୦୦ ଟଙ୍କା ମାଗିଲେ। ତାପରେ ନିଜର ନାବାଳକ ପ୍ରେମିକ ସହିତ ଫେରାର ହୋଇଗଲେ ମହିଳା। ଏଭଳି ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି। ଯେଉଁଠି ଜଣେ ମହିଳା ନିଜର ସ୍ବାମୀ ଓ ପିଲାମାନଙ୍କୁ ଛାଡି ଜଣେ ନାବାଳକ ପ୍ରେମରେ ପଡିଛନ୍ତି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କଚେରୀ ଗାଆଁର ଏହି ମାମଲା। ଏଠି ଜଣେ ୩୫ ବର୍ଷୀୟ ମହିଳା ନାବାଳକ ପ୍ରେମିକଙ୍କ ସହ ଫେରାର ଥିବାରୁ ନିଜ ସ୍ଵାମୀଙ୍କ ହାତରେ ଧରା ପଡ଼ିଥିଲେ। ତାଙ୍କୁ ସେ ଯେତେ ବୁଝାଇଥିଲେ ମଧ୍ୟ ସେ ତାଙ୍କୁ ଛାଡି ଯିବା କଥା ସିଧାସଳଖ ମନା କରିଦେଇଥିଲେ। ଏମିତିକି ସେଠାରେ ଅନ୍ୟ କିଛି ମହିଳା ତାଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଉକ୍ତ ମହିଲାଡୋ ବୁଝିନଥିଲେ।
ଅଭିଯୋଗ ଅନୁସାରେ ଧଳାବାଣି ପଞ୍ଚାୟତର ଜଣେ ବିବାହିତା ମହିଳା ବଡଦେଉଳି ଗାଆଁର ଜଣେ ନାବାଳକକୁ ପ୍ରେମ କରୁଥିଲେ। ତେବେ ସେ ତାଙ୍କ ସ୍ୱାମୀଙ୍କୁ ବାପ ଘରକୁ ଯିବେ କହି ପଇସା ମାଗିଥିଲେ ଓ ଏହାପରେ ସେ ବାପଘରକୁ ନଯାଇ ନାବାଳକ ପ୍ରେମିକ ସହ ଚମ୍ପଟ ମାରିଥିଲେ। ଏହାପରେ ତାଙ୍କ ସ୍ଵାମୀ ତାଙ୍କ ଶ୍ୱଶୁରଙ୍କୁ ଫୋନ କରିଥିଲେ ଓ ସେତେବେଳେ ତାଙ୍କ ଶ୍ବଶୁର ମଧ୍ୟ କହିଥିଲେକି ସେ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି। ତାପରେ ତାଙ୍କ ସ୍ଵାମୀ ଖବର ପାଇଥିଲେକି ତାଙ୍କ ସ୍ତ୍ରୀ ଉକ୍ତ ନାବାଳକ ସହିତ ଫେରାର ହୋଇଯାଇଛି।
ତାପରେ ତାଙ୍କ ସ୍ବାମୀ ଜାଣିବାକୁ ପାଇଥିଲେକି ତାଙ୍କ ସ୍ତ୍ରୀ ଓ ଉକ୍ତ ନାବାଳକ ସାହାପଡ଼ାରେ ଲୁଚି ରହିଛନ୍ତି। ସେଠାରେ ତାଙ୍କ ସ୍ଵାମୀ ଓ ନାବାଳକର ଘର ଲୋକ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ସ୍ତ୍ରୀ ଜଣକ ଉକ୍ତ ନାବାଳକଙ୍କୁ ଆଦୌ ଛାଡ଼ୁ ନଥିଲେ। ସେଠାରେ ଅନ୍ୟ ମହିଳା କିଛି ତାଙ୍କୁ ଜବରଦସ୍ତ ଛଡ଼ାଇ ଅଲଗା କରିଥିଲେ। ନାବାଳକଙ୍କ ପରିବାର ତାଙ୍କୁ ସେଠାରେ ନେଇଯାଇଥିଲେ। ଓ ଉକ୍ତ ମହିଳାଙ୍କୁ କିଛି ସ୍ତ୍ରୀ ଲୋକ ସେଠାରେ ଧରି ରଖିଥିଲେ। ବର୍ତ୍ତମାନ ତାଙ୍କ ସ୍ବାମୀ କହୁଛନ୍ତିକି ମୋତେ ବର୍ତ୍ତମାନ ମୋ ସ୍ତ୍ରୀ ସହିତ ରହିବାର ନାହିଁ। ସେ ତାର ଯାହା ସହିତ ରହିବାର ଅଛି ରହୁ।