ଟେଷ୍ଟ କ୍ରିକେଟରୁ ଶୀଘ୍ର ସନ୍ନ୍ୟାସ ନେବେ ଏହି ଭାରତୀୟ ଓପନର! ଡେବ୍ୟୁ ମ୍ୟାଚରେ କରିଥିଲେ ଖାସ ରେକର୍ଡ

0

Get real time updates directly on you device, subscribe now.

ଭାରତୀୟ ଦଳ ପାଇଁ କ୍ରିକେଟର ତିନୋଟି ପଦ୍ଧତିକୁ ଖେଳିବା ପ୍ରତ୍ୟେକ ଖେଳାଳୀଙ୍କ ସ୍ବପ୍ନ ହୋଇଥାଏ। ବର୍ତ୍ତମାନ ସମୟରେ ଏମିତି ଅନେକ ଭାରତୀୟ ଖେଳାଳୀ ଅଛନ୍ତି ଯେଉଁମାନେ ତିନୋଟି ପଦ୍ଧତିରେ ଖେଳନ୍ତି। ଭାରତୀୟ ଦଳରେ ଏମିତି ଏକ ଖେଳାଳୀ ଅଛନ୍ତି ଯିଏକି ଭାରତ ପାଇଁ ସମସ୍ତ ପଦ୍ଧତି ଖେଳି ସାରିଲେଣି, କିନ୍ତୁ ବର୍ତ୍ତମାନ ଏହି ଖେଳାଳୀଙ୍କୁ ଟେଷ୍ଟ ଟିମରେ ସାମିଲ କରାଯାଉନାହିଁ। ଏହି ଖେଳାଳୀ ନିଜ ଟେଷ୍ଟ ଡେବ୍ୟୁରେ ହିଁ ବହୁତ ବଡ଼ ରେକର୍ଡ କରିଥିଲେ।

ଶେଷ ହେଲା ଏହି ଖେଳାଳୀଙ୍କ ଟେଷ୍ଟ କ୍ୟାରିୟର:-

ଟିମ ଇଣ୍ଡିଆରେ ଚୟନ ହେବା ଯେତିକି କଷ୍ଟ ତାଠାରୁ ଅଧିକ କଷ୍ଟ ନିଜକୁ ଟିମ ଭିତରେ ବଜାୟ ରଖିବା। ଟିମ ଇଣ୍ଡିଆର ଏକ ଜବରଦସ୍ତ ଓପନର ସହିତ ମଧ୍ୟ ଏମିତି କିଛି ହୋଇଛି। ଆମେ ଓପନର ବ୍ୟାଟ୍ସମ୍ୟାନ ଶିଖର ଧୱନଙ୍କ କଥା କହୁଛୁ। ଧାୱନ ୨୦୧୮ରୁ ଟେଷ୍ଟ ଟିମରୁ ବାହାରେ ଅଛନ୍ତି ଆଉ ଏବେ ତାଙ୍କର ପ୍ରତ୍ୟାବର୍ତ୍ତନ ମଧ୍ୟ ଅସମ୍ଭବ ଲାଗୁଛି। ଶିଖର ଧାୱନଙ୍କୁ ଟିମ ଇଣ୍ଡିଆର ବଡ଼ ମ୍ୟାଚ ୱିନର କୁହାଯାଉଥିଲା, କିନ୍ତୁ ସେ ତାଙ୍କର ଶେଷ ଟେଷ୍ଟ ୨୦୧୮ରେ ଖେଳିଥିଲେ।

ଖରାପ ପ୍ରଦର୍ଶନ ପାଇଁ ବାହାରିଲେ:-

ଶିଖର ଧାୱନ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ, କିନ୍ତୁ ଏବେ ଦୀର୍ଘ ସମୟ ହେଲା ଭାରତୀୟ ଟେଷ୍ଟ ଟିମରେ ତାଙ୍କୁ ସାମିଲ କରାଯାଇନାହିଁ। ଏହାର ମୁଖ୍ୟ କାରଣ ତାଙ୍କର ଖରାପ ପ୍ରଦର୍ଶନ ଅଟେ। ସେ ତାଙ୍କର ଶେଷ ଟେଷ୍ଟ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଶିଖର ଧାୱନଙ୍କ ସ୍ଥାନ ଟେଷ୍ଟ ଟିମରେ ବର୍ତ୍ତମାନ କେ ଏଲ୍ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କୁ ଅଧିକ ସୁଯୋଗ ଦିଆଯାଉଛି। ସେଥିପାଇଁ ଟିମରେ ଫେରିବା ତାଙ୍କ ପାଇଁ ଅସମ୍ଭବ ଲାଗୁଛି।

ଡେବ୍ୟୁ ମ୍ୟାଚରେ ସେ କରିଥିଲେ ଖାସ ରେକର୍ଡ:-

ଟେଷ୍ଟର ଡେବ୍ୟୁ କରିବା ସମୟରେ ପ୍ରଥମ ମ୍ୟାଚରେ ସବୁଠାରୁ ଅଧିକ ସ୍କୋର କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହେଉଛନ୍ତି ଓପନର ଶିଖର ଧାୱନ। ଶିଖର ଧାୱନ ନିଜ ଡେବ୍ୟୁ ମ୍ୟାଚରେ ପ୍ରଥମ ଥରରେ ୧୮୭ ରନ କରି ଧମାଲ ମଚେଇଥିଲେ। ଏହି ମ୍ୟାଚରେ ତାଙ୍କ ପାଇଁ ଟିମ ଇଣ୍ଡିଆ ଜିତିଥିଲା ଏବଂ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇଥିଲା।

Leave A Reply

Your email address will not be published.