ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି, ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

0

Get real time updates directly on you device, subscribe now.

ରାଜ୍ୟରେ ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ନୟାଗଡ଼, କନ୍ଧମାଳ, ଗଞ୍ଜାମ ଓ ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା କଥା ଆଞ୍ଚଳିକ ପାଣିପାଗ ତରଫରୁ ସୂଚନା ଦିଆଯାଇଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ବିଭାଗ ପୂର୍ବାନୁମାନ କରିଛି।

ସୋମବାର ଦିନ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ସର୍ବାଧିକ ୧୨୦ମିଲିମିଟର ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାର ଦିନ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

୭ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହି ଲଘୁଚାପ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ସକ୍ରିୟ କରିଛି। ବର୍ତ୍ତମାନ ମୌସୁମୀ ଟ୍ରପ ଲାଇନ କୋଟା, ଗୁନା, ସିଦ୍ଧି, ଆମ୍ବିକାପୁର, ଝାରସୁଗୁଡ଼ା ହୋଇ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଝାଡଖଣ୍ଡ ଉପରେ ଥିବା ଲଘୁଚାପ ବଳୟ ଦେଇ ଗତି କରୁଛି। ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହୋଇଛି। ଏହା ପ୍ରଭାବରେ ଆଗାମୀ ୧୦ ତାରିଖ ଅର୍ଥାତ ବାହୁଡ଼ା ପର୍ଯ୍ୟନ୍ତ ମୌସୁମୀ ବର୍ଷା ସକ୍ରିୟ ରହିବ ବୋଲି ପୂର୍ବାନୁମାନ କରାଯାଉଛି।

Leave A Reply

Your email address will not be published.