ଡ୍ରାଇଭିଂ ଲାଇସେନ୍ସ ନଥିଲେ ମଧ୍ୟ ଆପଣ ଗାଡ଼ି ଚଲାଇ ପାରିବେ, ପୋଲିସ ଆପଣଙ୍କୁ ଅଟକାଇବ ନାହିଁ। କେବଳ ଆପଣଙ୍କୁ ଏହି ଦୁଇଟି କଥାର ଧ୍ୟାନ ଦେବାକୁ ପଡ଼ିବ
ବିନା ଡ୍ରାଇଭିଂ ଲାଇସେନ୍ସ ଜରିଆରେ ଗାଡ଼ି ଚଲାଇବା ଯାତାୟାତ ନିୟମ ବିରୋଧୀ ଅଟେ ଓ ଏହାକୁ ଅପରାଧ ମାନାଯାଇଥାଏ। ଏମିତି କରିବା ଯୋଗୁଁ ଟ୍ରାଫିକ ପୋଲିସ କାହାର ବି ଚାଲାଣ କାଟିପାରିବ। କେତେଥର ଏମିତି ହୋଇଯାଏ ଯେ, ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ତ ଥାଏ କିନ୍ତୁ ଆପଣ ଘରୁ ବାହାରିବା ସମୟରେ ଏହାକୁ ସାଥିରେ ନେବାକୁ ଭୁଲିଯାଆନ୍ତି ଓ ପୋଲିସ ଆପଣଙ୍କୁ ଅଟକାଇ ଦେଇଥାଏ ଓ ଏହି ସ୍ଥିତିରେ ମଧ୍ୟ ଆପଣଙ୍କ ଚାଲାଣ କଟିଥାଏ। ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଇବା ଦ୍ୱାରା ଆପଣଙ୍କୁ 5000 ଟଙ୍କାର ଫାଇନ ଦେବାକୁ ପଡ଼ିଥାଏ। କିନ୍ତୁ ଯଦି ଆପଣ ବିନା ଡ଼ିଏଲ ଜରିଆରେ ଗାଡ଼ି ଚଳାଇବାକୁ ଚାହାଁନ୍ତି ତାହେଲେ ଏହି ଦୁଇଟି କଥାର ନିହାତି ଭାବରେ ଧ୍ୟାନ ରଖିବାକୁ ପଡ଼ିବ।
ସର୍ବପ୍ରଥମେ ଆପଣଙ୍କୁ ଧ୍ୟାନରେ ରଖିବାକୁ ହେବ ଯେ, ଆପଣ କେଉଁଠି ଗାଡ଼ି ଚଳାଉଛନ୍ତି ଓ ଦ୍ଵିତୀୟରେ ଯଦି ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ ଓ ଆପଣ ଗାଡ଼ି ଚଳାଉଛନ୍ତି ତାହେଲେ ଏହାକୁ ଅପରାଧ ମାନାଯିବ ଓ ଆପଣଙ୍କ ଠାରୁ ଚାଲାଣ ମଧ୍ୟ କଟିବ। କିନ୍ତୁ ଯଦି ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଅଛି ଓ ଆପଣ ଏହାକୁ ସାଥିରେ ନେବା ଭୁଲି ଯାଇଛନ୍ତି ତାହେଲେ ସରକାର ଏଥିରୁ ଆପଣଙ୍କ ବଞ୍ଚାଇବାର ଉପାୟ ରଖିଛନ୍ତି। ଆପଣ ଏହା ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ।
ସରକାରଙ୍କ ଏକ ମୋବାଇଲ ଆପ ରହିଛି ଯାହାର ନାମ ହେଉଛି ଡିଜି ଲକର। ଆପଣ ନିଜର ଡ୍ରାଇଭିଂ ଲାଇସେନ୍ସକୁ ଡିଜି ଲକର ଜରିଆରେ ଅପଲୋଡ଼ କରିପାରିବେ। ଏଠାରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସର ସଫ୍ଟ କପି ସୁରକ୍ଷିତ ରହିବ। ଆପଣ ଯେଉଁଆଡ଼େ ନିଜର ମୋବାଇଲ ସହିତ ଯିବେ, ଏହାମଧ୍ୟ ଆପଣଙ୍କ ସହିତ ଯିବ। ଯଦି ଆପଣଙ୍କୁ ପୋଲିସ କେଉଁଠାରେ ଅଟକାଉଛି ତାହେଲେ ଆପଣ ଏହାକୁ ଦେଖାଇପାରିବେ। ଜଣାଇଦେଉଛୁ କି, ଡ଼ିଜି ଲକର ଏକ ସରକାରୀ ଆପ ଅଟେ ଯାହାକୁ ଏହି ଉଦ୍ଦେଶ୍ୟରେ ହିଁ ପ୍ରସ୍ତୁତ କରାଯାଇଥିଲା। ଭାରତୀୟ ନାଗରିକ ନିଜର ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଏହି ଆପ ଜରିଆରେ ନେଇ ଯାଇପାରିବେ।