ଜୁଲାଇ ୬ରେ ମାଟ୍ରିକ ରେଜଲ୍ଟ..ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ

0

Get real time updates directly on you device, subscribe now.

ଚଳିତ ମାସ ୬ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏ ବିଷୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତେବେ ୬ ତାରିଖ ଦିନ ଗୋଟାଏ ବେଳେ ରେଜଲ୍ଟ ପ୍ରକାଶ ପାଇବ।

ସୂଚନା ଅନୁସାରେ, ମାର୍ଚ୍ଚ ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ମେ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା। ଚଳିତବର୍ଷ ୫ ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି। ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ ଜେକ୍ଟିଭ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା। ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବରେ ବାରଣ ମଧ୍ୟ କରାଯାଇଥିଲା। ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ,୬୫ ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରାଯାଇଥିଲା।

ତେବେ ପରୀକ୍ଷା ପରେ କେବେ ରେଜଲ୍ଟ ବାହାରିବ ସେ ନେଇ ବୋର୍ଡ ତରଫରୁ ବିଭିନ୍ନ ସମୟରେ ପ୍ରସ୍ତୁତି ବୈଠକ ବସିଥିଲା। ଶେଷରେ ମନ୍ତ୍ରୀ ମେଟ୍ରିକର ପରୀକ୍ଷା ଫଳର ତାରିଖ ଘୋଷଣା କରିଛନ୍ତି। ଜୁଲାଇ ୬ ତାରିଖ ଦିନ ଗୋଟାଏ ବେଳେ ବାହାରିବ ମେଟ୍ରିକ ରେଜଲ୍ଟ।

Leave A Reply

Your email address will not be published.