ଭାରତର ଏହି ଜାଗା କେବଳ ସାଙ୍ଗସାଥୀ ମାନଙ୍କ ସହ ଯିବାକୁ ଯୋଗ୍ୟ, ପରିବାର ସହିତ ଗଲେ ଲାଜରେ ମୁହଁ ତଳକୁ ହୋଇଯିବ, ଜାଣନ୍ତୁ ଏହି ସ୍ଥାନଗୁଡିକ ବିଷୟରେ

0

Get real time updates directly on you device, subscribe now.

ଓଜରାନ ବିଚ, ଗୋଆ – Ozran Beach, Goa :-

ପରିବାର ସହିତ ଗୋଆ ବୁଲିଯିବାର ପ୍ଲାନ୍ ଭଲ, କିନ୍ତୁ କିଛି ବିଚ ଏପରି ହୋଇଥାଏ ଯେଉଁଠାରେ ବୁଲିବା ସମୟରେ ଆପଣ ଏବଂ ଆପଣଙ୍କ ପରିବାର ଲାଜରେ ନଇଁଯିବେ । ପ୍ରକୃତରେ ଏଠାରେ ସନ୍ ବାଥର ମଜା ନେବାକୁ ବିଦେଶୀ ଲୋକ ଆସନ୍ତି, ଯାହାକୁ ଆପଣ ବିକିନୀ ଏବଂ କେବଳ ସଟସରେ ହିଁ ଦେଖିବେ ।

ଏପରି ପରିସ୍ଥିତିରେ ନିଜ ପରିବାର ଲୋକଙ୍କ ସହିତ ଆମେ ଏବଂ ଆପଣ କିପରି ବୁଲିପାରିବା । ଯଦି ଆପଣ ଯିବାକୁ ଚାହୁଁଛନ୍ତି, ତେବେ ଏକୁଟିଆ ଯାଆନ୍ତୁ କିମ୍ବା ସାଙ୍ଗସାଥୀ ମାନଙ୍କ ସହ ଯିବାକୁ ପ୍ଲାନ୍ କରନ୍ତୁ ।

ଗୋକର୍ଣ୍ଣ, କର୍ଣ୍ଣାଟକ – Gokarna, Karnataka :-

ଅଧିକାଂଶ ଭାରତୀୟଙ୍କୁ ମନ୍ଦିର ପାଇଁ ଫେମସ୍ ଜାଗା ଗୋକର୍ଣ୍ଣ ହିଁ ବେଷ୍ଟ ଲାଗେ । କିନ୍ତୁ ଏଠିକାର ବିଚଗୁଡ଼ିକ ଗୋଆ ବିଚ୍ ପରି ହିଁ ଅଟେ । ଏଠିକାର ସମୁଦ୍ର କୂଳ ବାଲା ସ୍ଥାନଗୁଡିକୁ ମଧ୍ୟ ନିଜ ପରିବାର ସହ ଦେଖିଚାହିଁ ଯାଆନ୍ତୁ । ଏଠିକାର ପ୍ୟାରାଡାଇଜ ମଧ୍ୟରେ କିଛି ସେହି କାଟାଗୋରୀରେ ଆସେ, ଆପଣଙ୍କୁ ଏଠାରେ ଅନେକ ବିଦେଶୀ ଦେଖାଯିବେ, ଯେଉଁମାନେ ସନ୍ ବାଥର ମଜା ନେଉଥିବେ । ଏହାସହିତ ଆପଣଙ୍କୁ ଏଠାରେ ଅନେକ କପଲ୍ ମଧ୍ୟ ଦେଖାଯିବେ ।

ପଣ୍ଡିଚେରୀ – Pondicherry :-

ପୁଡୁଚେରୀ କିମ୍ବା ପଣ୍ଡିଚେରୀ ଭାରତର ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅଟେ, ଯାହା ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ । ଏହା ପୂର୍ବରୁ ଏକ ଫରାସୀ ଉପନିବେଶ ଥିଲା ଏବଂ ଆଜି ମଧ୍ୟ ଆପଣ ସେହି ପ୍ରଭାବକୁ ଏଠାରେ ଦେଖିପାରିବେ । ବର୍ଷସାରା ଏହାକୁ ବିଦେଶୀ ତଥା ଭାରତୀୟ ପର୍ଯ୍ୟଟକମାନେ ପରିଦର୍ଶନ କରନ୍ତି । ପଣ୍ଡିଚେରୀର ପରିବେଶ ଯୁବପୀଢ଼ିମାନଙ୍କ ଦ୍ୱାରା ଘେରି ରହିଛି ।

ଯେହେତୁ ପରିବାର ସଦସ୍ୟଙ୍କ ବୟସର ଲୋକମାନେ ଏଠାରେ କମ୍ ଦେଖାଯିବେ, ଏଭଳି ପରିସ୍ଥିତିରେ ସେମାନେ ନିଜକୁ ଅଲଗା ଅନୁଭବ କରିପାରନ୍ତି । ଏହାସହିତ ଏଠାରେ ବହୁତ କପଲ୍ ବିଚରେ ଦେଖାଯିବେ । ଭଲ ହେବ ଯଦି ଆପଣ ନିଜ ପାର୍ଟନର ସହିତ କିମ୍ବା ସାଙ୍ଗମାନଙ୍କ ସହିତ ଏଠାକୁ ଆସନ୍ତି କିମ୍ବା ସବୁଠୁ ଭଲ ଏଠାକୁ ଏକୁଟିଆ ଆସିବା ଭଲ ହେବ ।

ମଲାନା, ହିମାଚଳ ପ୍ରଦେଶ – Malana, Himachal Pradesh :-

ସହରର ବ୍ୟସ୍ତବହୁଳ ଠାରୁ ଦୂରରେ ହିମାଚଳ ପ୍ରଦେଶର କୁଲୁ ଅଞ୍ଚଳର ମଲାନା ଗାଁ ମଧ୍ୟ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ପ୍ରସିଦ୍ଧ ଅଟେ । କିନ୍ତୁ ଏହି ସ୍ଥାନ ଦୁନିଆର ସର୍ବୋତ୍ତମ ହ୍ୟାସ ମଧ୍ୟରୁ ଅନ୍ୟତମ ଏବଂ ବିଭିନ୍ନ ଦେଶରୁ ଅନେକ ଲୋକ ଏହାକୁ ପାଇବା ପାଇଁ ଏହି ଗାଁକୁ ଆସନ୍ତି ।

ଯଦି ଆପଣ ନିଜ ବାପାମାଆଙ୍କ ଅଜବ ପରିସ୍ଥିତିରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଆପଣ ପରିବାର ସହିତ ସେହି ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ, ଯେଉଁଠାରେ ଲୋକମାନେ ଏହି ଜିନିଷ ସହିତ ଧୂମପାନ କରୁଛନ୍ତି

Leave A Reply

Your email address will not be published.