ସ୍ତ୍ରୀଙ୍କୁ ଛାଡି ପ୍ରେମିକା ସହିତ ପଳାଇଗଲେ ସ୍ବାମୀ, ୧୮ ବର୍ଷ ପରେ ମନେ ପଡ଼ିଲା ସ୍ତ୍ରୀ, ଫେରିଆସିବା ପରେ ଦୃଶ୍ୟ ଥିଲା କିଛି ଏମିତି…
‘ପତି, ପତ୍ନୀ ଆଉ ସିଏ’ ର ଅନେକ ମାମଲା ଶୁଣିଥିବେ। ଏହି ମାମଲାରେ ଅଧିକାଂଶ ସମୟରେ ଦେଖିପାରିବେକି ସ୍ବାମୀ ନିଜର ସ୍ତ୍ରୀଙ୍କୁ ଛାଡି ପ୍ରେମିକା ସହିତ ପଳାଇଯାଆନ୍ତି। କିନ୍ତୁ କଣ ଆପଣ କେବେ ଏମିତି ଶୁଣିଛନ୍ତିକି ସ୍ବାମୀ ପ୍ରେମିକାଙ୍କୁ ଛାଡି ସ୍ତ୍ରୀଙ୍କ ସହିତ ପଳାଇ ଯାଇଛନ୍ତି? ଏମିତି ଏକ ଆଶ୍ଚର୍ଯ୍ୟକର ମାମଲା ଉତ୍ତରପ୍ରଦେଶର ଆଜମଗଡରେ ଦେଖିବାକୁ ମିଳିଛି।
ଏଠାରେ ଜଣେ ସ୍ବାମୀ ଗତ ୧୮ ବର୍ଷ ଧରି ନିଜର ପ୍ରେମିକାଙ୍କ ସହିତ ରହି ଆସୁଥିଲେ। ଦିନେ ଅଚାନକ ତାଙ୍କୁ ନିଜର ସ୍ତ୍ରୀଙ୍କ କଥା ମନେ ପଡ଼ିଲା। ତାପରେ ସେ ନିଜର ପ୍ରେମିକାଙ୍କୁ ଛାଡି ନିଜର ସ୍ତ୍ରୀଙ୍କ ସହିତ ରହିବାକୁ ଲାଗିଲେ। କିନ୍ତୁ ତାଙ୍କର ପ୍ରେମିକା ମଧ୍ୟ ତାଙ୍କୁ ଖୋଜି ଖୋଜି ତାଙ୍କ ଗାଆଁରେ ପହଞ୍ଚିଗଲେ। ତାପରେ ସେଠାରେ ଯାହା ବବାଲ ହେଲା ତାହା ଅଲଗା ପ୍ରକାର ଥିଲା।
ପ୍ରେମିକାଙ୍କୁ ଛାଡି ନିଜର ସ୍ତ୍ରୀଙ୍କ ସହିତ ରହିବାକୁ ଆସିଥିଲେ ସ୍ବାମୀ:-
ଇଣ୍ଡଲ ଯାଦବ ନାମକ ଜଣେ ବ୍ୟକ୍ତି ଜୀୟନପୁର କୋତବାଲି ଅଞ୍ଚଳରେ ମାନିକପୁର ଧୁଂସବା ଗାଆଁରେ ରୁହନ୍ତି। ତାଙ୍କର ଜଣେ ସ୍ତ୍ରୀ ଓ ଚାରୋଟି ଛୁଆ ଅଛନ୍ତି। ୧୮ ବର୍ଷ ପୂର୍ବେ ସ୍ତ୍ରୀ ଓ ପିଲାମାନଙ୍କୁ ଛାଡି ପ୍ରେମିକା ସହିତ ପଳାଇଥିଲେ। ସେ କାମ କରିବାର ବାହାନା ଦେଖାଇ ଯାଇଥିଲେ। କିନ୍ତୁ ପୁଣି ନୈନିତାଲରେ ନିଜର ପ୍ରେମିକାଙ୍କ ସହିତ ରହିବାକୁ ଲାଗିଲେ। ଏହି ପ୍ରେମିକା ସହିତ ତାଙ୍କର ଏକ ଝିଅ ମଧ୍ୟ ଅଛି, ଯାହାର ବୟସ ବର୍ତ୍ତମାନ ୧୬ ବର୍ଷ।
ଇଣ୍ଡଲ ଯାଦବ ଓ ତାଙ୍କର ପ୍ରେମିକା ନୈନିତାଲରେ ଭଲ ଜୀବନ ବଞ୍ଚୁଥିଲେ। ଇଣ୍ଡଲଙ୍କ ସ୍ତ୍ରୀ ନିଜର ଚାରି ଛୁଆଙ୍କ ସହିତ ଯେମିତି ସେମିତି କରି ନିଜର ଜୀବନ ବିତାଉଥିଲେ। ୧୮ ବର୍ଷ ପରେ ଗୋଟିଏ ଦିନ ଇଣ୍ଡଲଙ୍କୁ ଅଚାନକ ନିଜର ସ୍ତ୍ରୀଙ୍କ କଥା ମନେ ପଡ଼ିଲା। ସେ ନୈନିତାଲରେ ନିଜର ପ୍ରେମିକାଙ୍କୁ ଛାଡି ଗାଆଁରେ ଥିବା ସ୍ତ୍ରୀ ପାଖକୁ ପଳାଇଆସିଲେ।
୨୭ ଜୁନରେ ଇଣ୍ଡଲଙ୍କ ପ୍ରେମିକା ମଧ୍ୟ ତାଙ୍କୁ ଖୋଜି ଖୋଜି ତାଙ୍କର ଗାଆଁ ପହଞ୍ଚିଗଲେ। ଯେତେବେଳେ ସେ ଇଣ୍ଡଲଙ୍କୁ ନିଜର ସ୍ତ୍ରୀ ଓ ଚାରି ଛୁଆଙ୍କ ସହିତ ଭଲ ଭାବରେ ଜୀବନ ବିତାଉଥିବାର ଦେଖିଲା ସେ ରାଗିଗଲେ। ସ୍ବାମୀ, ସ୍ତ୍ରୀ ଓ ପ୍ରେମିକା ମଧ୍ୟରେ ଏକ ବଡ ବିବାଦ ମଧ୍ୟ ହେଲା। ଇଣ୍ଡଲ ପ୍ରେମିକା ସହିତ ଯିବ ନାହିଁ ବୋଲି ମନା କରିଦେଲା। ଏମିତିରେ ପ୍ରେମିକା ନିକଟତମ ଥାନାକୁ ଯାଇ ପୋଲିସକୁ ଡାକି ଆଣିଲେ।
ପୋଲିସ ଯେମିତି ସେମିତି କରି ସମସ୍ତଙ୍କ ବୁଝାଇଲା। କିନ୍ତୁ ଇଣ୍ଡଲଙ୍କ ପ୍ରେମିକା ବୁଝିବାକୁ ପ୍ରସ୍ତୁତ ନଥିଲେ। ତାର ଏକମାତ୍ର ଜିଦ ଥିଲାକି ଇଣ୍ଡଲ ମୋ ସହିତ ନୈନିତାଲ ଯିବ। ବର୍ତ୍ତମାନ ଏହି ମାମଲା ଅଟକି ରହିଛି। ଇଣ୍ଡଲଙ୍କୁ ବର୍ତ୍ତମାନ ସ୍ତ୍ରୀଙ୍କ ସହିତ ରହିବାର ଅଛି। କିନ୍ତୁ ପ୍ରେମିକା ତାଙ୍କୁ ନିଜର ୧୬ ବର୍ଷୀୟ ଝିଅର ରାଣ ଦେଇ ନେଇଯିବାକୁ ଚାହାନ୍ତି।