ଭଡାରେ ସ୍ୱାମୀ: ” ମୋ ସ୍ୱାମୀ କୁ ଭଡ଼ାରେ ନିଅନ୍ତୁ “, ଟଙ୍କା କମାଇବା ପାଇଁ ମହିଳା ବାହାର କଲେ ଅଜବ ଉପାୟ

0

Get real time updates directly on you device, subscribe now.

ୟୁନାଇଟେଡ଼ କିଙ୍ଗଡମରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସମ୍ନାକୁ ଆସିଛି|ଏଠାରେ ଜଣେ ମହିଳା ତାଙ୍କ ସ୍ୱାମୀକୁ ଭଡାରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି|ମହିଳା ନିଜ ପତିଙ୍କୁ ଭଡ଼ାରେ ଦେବାପାଇଁ ଏକ ବିଜ୍ଞାପନ ମଧ୍ୟ ବାହାର କରିଛନ୍ତି,ଯାହାକୁ ଦେଖି କେହିବି ଆଶ୍ଚର୍ଯ୍ୟ ହୋଇଛନ୍ତି|

ଦ ମିରରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ମହିଳାଙ୍କ ନାମ ଲୋରା ଅଟେ|ଲୋରା ନିଜ ପତିଙ୍କୁ ଭଡ଼ାରେ ଦେଇ ଏକ୍ସଟ୍ରା ଆୟ କରିବାକୁ କରିଛନ୍ତି|ମହିଳା ବିଜ୍ଞାପନରେ ଲେଖିଛନ୍ତି ଯେ ମୋର ଯୁଗାଡ ପତିଙ୍କୁ ନେଇ ଯାଆନ୍ତୁ|ବିଜ୍ଞାପନରେ ମହିଳା ପତିଙ୍କ ବହୁ ପ୍ରଶଂସା କରିଛନ୍ତି|

ଲୋରା ମୁତାବକ ତାଙ୍କ ପତିଙ୍କ ବୟସ ୪୧ ବର୍ଷ ଓ ସେ ବହୁତ ଜୁଗାଡୁ ଅଟନ୍ତି|ପତି ତାଙ୍କ ପୁରୁଣା ଘରକୁ ଭଲ ଭାବରେ ସଜାଇଛନ୍ତି|ସେ ଘରର ଡିଜାଇନରେ ଏଭଳି ପରିବର୍ତ୍ତନ କରିଛନ୍ତି ଯେଉଁଥିପାଇଁ ସମସ୍ତେ ପ୍ରଶଂସା କରୁଛନ୍ତି|

ବିଜ୍ଞାପନ ମୁତାବକ ମହିଳାଙ୍କ ପତି ପେଣ୍ଟିଂ,ସଜାଇବା,ଟାଇଲ ଲଗାଇବା ଓ କାର୍ପେଟ ବିଛାଇବା କାମ ଭଲରେ କରିଛନ୍ତି|ମହିଳାଙ୍କ ପତି ଏକ ଡାଇନିଂ ଟେବୁଲ୍ ବନାଇଛନ୍ତି ଯାହାର ସେ ପ୍ରଶଂସା କରିଛନ୍ତି|

ଲୋରା କହିଛନ୍ତି ତାଙ୍କ ପତି ଘର କାମଠାରୁ ନେଇ ବଗିଚା କାମ ପର୍ଯ୍ୟନ୍ତ ସବୁ ଜାଣିଛନ୍ତି|ସେ କହିଛନ୍ତି ମୋତେ ଲାଗୁଛି ତାଙ୍କ ଏହି ସ୍କିଲ ଫଳରେ ଆମ ପରିବାର ଅଧିକ ଟଙ୍କା ଆୟ କରିପାରିବେ|

ସୂଚନାଯୋଗ୍ୟ ଲୋରା ପତିଙ୍କୁ ଭଡାରେ ଦେବାର ବିଜ୍ଞାପନ ଫେସବୁକ ଓ ନେକ୍ସଡୋର ଆପରେ ଦେଇଛନ୍ତି|ମହିଳା କହିଛନ୍ତି ତାଙ୍କର ଏହି ଉଦ୍ୟମକୁ ବଡ ସଂଖ୍ୟାରେ ଲୋକେ ପ୍ରଶଂସା କରିଛନ୍ତି|

Leave A Reply

Your email address will not be published.