ରାଇମୋହନଙ୍କ ମୃତ୍ୟୁ ରହସ୍ୟ ଉପରୁ ଉଠୁଛି ପରଦା, କାରଣ ଅସ୍ପଷ୍ଟ..

0

Get real time updates directly on you device, subscribe now.

ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କର ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ ତଦନ୍ତ କାର୍ଯ୍ୟକୁ ମଞ୍ଚେଶ୍ୱର ପୋଲିସ ଆହୁରି ଜୋରଦାର କରିଛି। ଅନେକ ଲୋକଙ୍କ ଭିନ୍ନ ମତ ଏବଂ କାରଣ ଯୋଗୁଁ ବର୍ତ୍ତମାନ ରାଇମୋହନଙ୍କ ମୃତ୍ୟୁ ମାମଲା ସନ୍ଦେହ ଘେରକୁ ଆସିଛି।

ରାଇମୋହନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି। ମୃତ୍ୟର କାରଣ ଅସ୍ପଷ୍ଟ ଥିବା ବେଳେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସୁଅଛି। ରାଇମୋହନଙ୍କ ମୃତ୍ୟୁକୁ ଚାରିଦିନ ବିତିଗଲା ପରେ ପୋଲିସର ଚାରିଜଣିଆ ଦଳ ଅହରହ ତଦନ୍ତ କରୁଛନ୍ତି। ପୋଲିସ ପରିବାର ସମେତ ୧୨ ଜଣଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଘେରକୁ ନେଇଛି। ଏତିକି ତଦନ୍ତ ମଧ୍ୟରେ ପୋଲିସ ଆଶ୍ଚର୍ଯ୍ୟ କରିଲା ଭଳି ତଥ୍ୟ ପାଇଛି। ପୋଲିସର ସୂଚନା ଅନୁସାରେ ରାଇମୋହନଙ୍କ ମୃତ୍ୟୁରେ ଜଣେ ଯୁବକଙ୍କର ଭୂମିକା ଜଣାପଡିଛି। ପୋଲିସ ଯୁବକଙ୍କ ଭୂମିକାକୁ ନେଇ ସନ୍ଦେହ କରୁଛି।

ରାଇମୋହନଙ୍କ ଘର ପାଖରେ ରହୁଥିବା ଯୁବକ ଜଣକ ହେଉଛନ୍ତି ନିଶାଖୋର। ସେ କୌଣସିମତେ ତାଙ୍କ ପରିବାରର ନିକଟତର ହେବାକୁ ଚେଷ୍ଟା କରୁଥିଲେ। ସେହି ଯୁବକଙ୍କ ସହିତ ରାଇମୋହନଙ୍କୁ ଛାଡି ଦେଲେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଭଲ ସମ୍ପର୍କ ଥିଲା। କିନ୍ତୁ ଏହାକୁ ସହିପାରୁନଥିଲେ ରାଇମୋହନ। ଦିନକୁ ଦିନ ଯୁବକଙ୍କର କାରନାମା ବଢ଼ିବାକୁ ଲାଗିଥିଲା। ଏଥିରେ ଉତିଷ୍ଠ ହୋଇ ପୋଲିସ ନିକଟରେ ରାଇମୋହନ ଅଭିଯୋଗ କରିଥିଲେ। ଏ ସମ୍ବନ୍ଧରେ ପୋଲିସ ଘଟଣାର ପୂର୍ବ ଦିନ ଯୁବକଙ୍କ ଘରେ ଯାଇ ତାଗିଦ କରିଦେଇଥିଲେ।

ରାଇମୋହନଙ୍କ ପରିବାର ଲୋକ ଏହା ସୁପରିକଳ୍ପିତ ମୃତ୍ୟୁ ବୋଲି କହିଛନ୍ତି ଓ ପୋଲିସ ପୁଣିଥରେ ରାଇମୋହନଙ୍କ ପୁତୁରାକୁ ଜେରା କରିଛନ୍ତି। ରାଇମୋହନଙ୍କର କେହି ଶତ୍ରୁ ଥିଲେକି, ମୃତ୍ୟୁ ପୂର୍ବରୁ କାହା ସହ କଥା ହେଇଥିଲେକି ରାଇ। ଏ ବିଷୟରେ ପୋଲିସ ବର୍ତ୍ତମାନ ତଦନ୍ତ କରୁଅଛି।

Leave A Reply

Your email address will not be published.