ବାରମ୍ବାର ପରିସ୍ରା ଲାଗୁଛି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ, ମାତ୍ର ଦୁଇ ମିନିଟରେ ଦୂର ହେବ ଆପଣଙ୍କ ସମସ୍ୟା

0

Get real time updates directly on you device, subscribe now.

ଅନେକଥର ଲୋକମାନେ ଏପରି ସମସ୍ୟାକୁ ସାମ୍ନା କରନ୍ତି, ଯେଉଁଥିରେ ସେମାନଙ୍କୁ ଗୋଟିଏ ଥରରେ କ୍ଳିୟର ଭାବେ ୟୁରିନ ପାସ ହୋଇନଥାଏ । ବାରମ୍ବାର ପରିସ୍ରା ଲାଗିବା ଭଳି ଅନୁଭବ ହୁଏ । ଅନେକଥର ଏପରି ସଂକ୍ରମଣ କାରଣରୁ ହୋଇଥାଏ । ମୂତ୍ର ପୋଡ଼ିବା ସହିତ ପେଟର ତଳ ଅଂଶରେ ଯନ୍ତ୍ରଣା ହୁଏ । ଏପରି ସମସ୍ୟା ଯେଉଁ ଲୋକମାନେ ଯଥେଷ୍ଟ ପାଣି ପିଅନ୍ତି ନାହିଁ, ସେମାନଙ୍କ ଠାରେ ମଧ୍ୟ ଦେଖାଯାଏ । ଅନେକଥର ଅଧିକ ମସଲା ଖାଇବା ଦ୍ବାରା ମଧ୍ୟ ମୂତ୍ର ପୋଡ଼ିବା ପରି ସମସ୍ୟା ଦେଖାଯାଏ । କିଛି ଘରୋଇ ଉପାୟ ଆପଣାଇ ଏଥିରୁ ଆରାମ ପାଇପାରିବେ । ଚାଲନ୍ତୁ ଜାଣିବା ସେହି ଉପାୟଗୁଡ଼ିକୁ ।

ଯଥେଷ୍ଟ ପାଣି ପିଅନ୍ତୁ :-

ମୁତ୍ରରେ ଜ୍ଵଳନ ସମସ୍ୟାରୁ ମୁକ୍ତି ପାଇବାପାଇଁ ଆପଣଙ୍କୁ ସର୍ବପ୍ରଥମେ ଯଥେଷ୍ଟ ପରିମାଣରେ ପାଣି ପିଇବା ଆରମ୍ଭ କରନ୍ତୁ । ଲେମ୍ବୁ ଏବଂ ପୁଦିନାର ରସକୁ ବ୍ୟବହାର କରନ୍ତୁ, ଏହାଦ୍ବାରା ସଂକ୍ରମଣକୁ ବଢିବାରୁ ରୋକିବାରେ ସାହାଯ୍ୟ ମିଳିବ ।

ରସୁଣ ବ୍ୟବହାର କରନ୍ତୁ :-

ମୂତ୍ରରେ ଜ୍ଵଳନ ଏବଂ ସଂକ୍ରମଣକୁ ଦୂର କରିବାପାଇଁ ଆପଣ ରସୁଣ ଖାଇପାରିବେ । ଏଥିରେ ଅଣ୍ଟୀଫଙ୍ଗଲ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥାଏ, ଯାହା ଜୀବାଣୁ ବିରୋଧରେ କାମ କରିବାକୁ ଲାଗେ । ସଂକ୍ରମଣକୁ ଦୂର କରିବାରେ ରସୁଣ ବଡ କାମର ଅଟେ ।

ଫଳରସ ପୀଅନ୍ତୁ :-

ଋତୁକାଳୀନ ଫଳରସ ପିଅନ୍ତୂ । ଏହାସହିତ ସବୁଜ ପନିପରିବା ଅଧିକରୁ ଅଧିକ ସେବନ କରନ୍ତୁ । ଫଳରସ ଏବଂ ସବୁଜ ପନିପରିବା ଆପଣଙ୍କ ଶରୀରରେ ପୋଷକ ତତ୍ତ୍ଵର ଅଭାବକୁ ପୁରା କରିବାର କାମ କରିବେ ଏବଂ ୱାଟର ଲେଭଲକୁ ଜାରି ରଖିବେ ।

ପଇଡ଼ ପାଣି ପିଅନ୍ତୁ :-

ମୂତ୍ର ସହିତ ଯେକୌଣସି ସମସ୍ୟା ଥିଲେ ନିୟମିତ ଭାବେ ପଇଡ଼ ପାଣି ପିଇବା ଉଚିତ୍ । ପଇଡ଼ ପାଣି ଅନେକ ଭିଟାମିନ ଏବଂ ମିନେରାଲର ନାଚୁରାଲ ସୋର୍ସ ଅଟେ । ଏହାସହିତ ଏହା ବଡିକୁ ହାଇଡ୍ରେଟ କରିବା କାମ ଭଲରେ କରିଥାଏ । ନିୟମିତ ଭାବେ ପଇଡ଼ ପାଣି ପିଇବା ଦ୍ଵାରା ମୂତ୍ରରେ ଜ୍ୱଳନ ସମସ୍ୟା ଦେଖାଦିଏ ନାହିଁ ।

Leave A Reply

Your email address will not be published.